ସପ୍ତାହର ଶେଷ କାରବାରରେ ଖସିଲା ପୁଞ୍ଜି ବଜାର, ନିବେଶକଙ୍କ କ୍ଷତି ୨.୫୭ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାର ସପ୍ତାହର ଶେଷ କାରବାରରେ ବଡ଼ ହ୍ରାସ ଦେଖିଛି । ବିଏସ୍‌ଇ ସେନ୍‌ସେକ୍ସ ୫୦୧.୫୨ ଅଙ୍କ ବା ୦.୬୧ ପ୍ରତିଶତ ଖସି ୮୧,୭୫୭.୭୩ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ୧୪୩.୦୫ ଅଙ୍କ ବା ୦.୫୭ ପ୍ରତିଶତ ଖସି ୨୪,୯୬୪.୪୦ ସ୍ତରରେ ବନ୍ଦ ହୋଇଛି । ସବୁଠୁ ଅଧିକ ହ୍ରାସ ବ୍ୟାଙ୍କିଂ ଓ ଏଫ୍‌ଏମ୍‌ସିଜି ସେୟାରରେ ଦେଖିବାକୁ ମିଳିଛି । ବ୍ରଡର ମାର୍କେଟରେ ବି ଚାପ ଦେଖିବାକୁ ମିଳିଥିଲା । ଏହି କାରଣରୁ ନିବେଶକଙ୍କୁ ଆଜି ୨.୫୭ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି । ଗ୍ଲୋବାଲ୍ ବଜାରରେ ଦୁର୍ବଳ ସଂକେତ ଓ ଆକ୍ସିସ୍ ବ୍ୟାଙ୍କ ସମେତ ଅନେକ କମ୍ପାନିର ଦୁର୍ବଳ ପରିଣାମ ନିବେଶକଙ୍କ ସେଣ୍ଟିମେଣ୍ଟ ଉପରେ ପ୍ରଭାବ ପକାଇଛି ।ଏବେ ନିବେଶକଙ୍କ ନଜର ସୋମବାର ଜୁଲାଇ ୨୧ରେ କିଛି ବଡ଼ କମ୍ପାନିର ପରିଣାମ ଉପରେ ରହିବ । ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏହି ଦିନ ନିଜର ଜୁନ୍ ତ୍ରୈମାସର ପରିଣାମ ଘୋଷଣା କରିବେ । ବିଏସ୍‌ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମୋଟ ମାର୍କେଟ୍ କ୍ୟାପ୍ ଆଜି ଜୁଲାଇ ୧୮ରେ ହ୍ରାସ ପାଇଁ ୪୮୦.୩୦ ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ କାରବାର ଦିନ ଅର୍ଥାତ୍ ଜୁଲାଇ ୧୭ରେ ଏହା ୪୬୦.୮୭ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସ୍‌ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମାର୍କେଟ ଆଜି ୨.୫୭ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି । ସରଳ ଶବ୍ଦରେ ରହିବାକୁ ଗଲେ ନ

ସପ୍ତାହର ଶେଷ କାରବାରରେ ଖସିଲା ପୁଞ୍ଜି ବଜାର, ନିବେଶକଙ୍କ କ୍ଷତି ୨.୫୭ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାର ସପ୍ତାହର ଶେଷ କାରବାରରେ ବଡ଼ ହ୍ରାସ ଦେଖିଛି । ବିଏସ୍‌ଇ ସେନ୍‌ସେକ୍ସ ୫୦୧.୫୨ ଅଙ୍କ ବା ୦.୬୧ ପ୍ରତିଶତ ଖସି ୮୧,୭୫୭.୭୩ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ୧୪୩.୦୫ ଅଙ୍କ ବା ୦.୫୭ ପ୍ରତିଶତ ଖସି ୨୪,୯୬୪.୪୦ ସ୍ତରରେ ବନ୍ଦ ହୋଇଛି । ସବୁଠୁ ଅଧିକ ହ୍ରାସ ବ୍ୟାଙ୍କିଂ ଓ ଏଫ୍‌ଏମ୍‌ସିଜି ସେୟାରରେ ଦେଖିବାକୁ ମିଳିଛି । ବ୍ରଡର ମାର୍କେଟରେ ବି ଚାପ ଦେଖିବାକୁ ମିଳିଥିଲା । ଏହି କାରଣରୁ ନିବେଶକଙ୍କୁ ଆଜି ୨.୫୭ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି । ଗ୍ଲୋବାଲ୍ ବଜାରରେ ଦୁର୍ବଳ ସଂକେତ ଓ ଆକ୍ସିସ୍ ବ୍ୟାଙ୍କ ସମେତ ଅନେକ କମ୍ପାନିର ଦୁର୍ବଳ ପରିଣାମ ନିବେଶକଙ୍କ ସେଣ୍ଟିମେଣ୍ଟ ଉପରେ ପ୍ରଭାବ ପକାଇଛି ।

ଏବେ ନିବେଶକଙ୍କ ନଜର ସୋମବାର ଜୁଲାଇ ୨୧ରେ କିଛି ବଡ଼ କମ୍ପାନିର ପରିଣାମ ଉପରେ ରହିବ । ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏହି ଦିନ ନିଜର ଜୁନ୍ ତ୍ରୈମାସର ପରିଣାମ ଘୋଷଣା କରିବେ । 

ବିଏସ୍‌ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମୋଟ ମାର୍କେଟ୍ କ୍ୟାପ୍ ଆଜି ଜୁଲାଇ ୧୮ରେ ହ୍ରାସ ପାଇଁ ୪୮୦.୩୦ ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ କାରବାର ଦିନ ଅର୍ଥାତ୍ ଜୁଲାଇ ୧୭ରେ ଏହା ୪୬୦.୮୭ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସ୍‌ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମାର୍କେଟ ଆଜି ୨.୫୭ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି । ସରଳ ଶବ୍ଦରେ ରହିବାକୁ ଗଲେ ନିବେଶକଙ୍କୁ ୨.୫୭ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି ।

ବିଏସ୍‌ଇ ସେନ୍‌ସେକ୍ସର ୩୦ ସେୟାର ମଧ୍ୟରୁ ୭ ସେୟାର ଆଜି ସବୁଦ ସଂକେତରେ ବନ୍ଦ ହୋଇଛି । ଏଥିରେ ବଜାଜ ଫାଇନାନ୍ସର ସେୟାରରେ ସବୁଠୁ ଅଧିକ ୧.୯୪ ପ୍ରତିଶତ ବୃଦ୍ଧି ହୋଇଛି । ଅନ୍ୟପଟେ ୨୩ ସେୟାର ଲାଲ୍ ସଂକେତରେ ବନ୍ଦ ହୋଇଛି । ଏଥିରେ ଆକ୍ସିସ୍ ବ୍ୟାଙ୍କ ସେୟାର ୫.୨୪ ପ୍ରତିଶତ ହ୍ରାସ ସହ ଟପ୍ ଲୁଜର ହୋଇଛି ।