ସଫେଇ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ୧୦ ଲକ୍ଷର ଜୀବନବୀମା ସହ ମିଳିବ….
ଭୁବନେଶ୍ୱର,୨୬।୭: ସଫେଇ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ଏଣିକି ସଫେଇ କର୍ମଚାରୀ ୧୦ ଲକ୍ଷର ଜୀବନବୀମା ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଲୋକସେବା ଭବନରେ ‘ଗରିମା’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ସବୁ ସୁରକ୍ଷା ସତ୍ତ୍ବେ କର୍ମକ୍ଷେତ୍ରରେ ମୃତ୍ୟୁ ହେଲେ ପରିବାରକୁ ୩୦ ଲକ୍ଷ ମିଳିବ। ସମସ୍ତ ସଫେଇ କର୍ମଚାରୀଙ୍କୁ ସରକାର ମୋବାଇଲ ଦେବେ। ସହରୀ ପିଏମ ଆବାସ ଯୋଜନାରେ ସଫେଇ କର୍ମୀଙ୍କୁ ଛାତ ଘର […] The post ସଫେଇ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ୧୦ ଲକ୍ଷର ଜୀବନବୀମା ସହ ମିଳିବ…. appeared first on Dharitri Odia News.
ଭୁବନେଶ୍ୱର,୨୬।୭: ସଫେଇ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ଏଣିକି ସଫେଇ କର୍ମଚାରୀ ୧୦ ଲକ୍ଷର ଜୀବନବୀମା ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଲୋକସେବା ଭବନରେ ‘ଗରିମା’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ସବୁ ସୁରକ୍ଷା ସତ୍ତ୍ବେ କର୍ମକ୍ଷେତ୍ରରେ ମୃତ୍ୟୁ ହେଲେ ପରିବାରକୁ ୩୦ ଲକ୍ଷ ମିଳିବ। ସମସ୍ତ ସଫେଇ କର୍ମଚାରୀଙ୍କୁ ସରକାର ମୋବାଇଲ ଦେବେ। ସହରୀ ପିଏମ ଆବାସ ଯୋଜନାରେ ସଫେଇ କର୍ମୀଙ୍କୁ ଛାତ ଘର ମଧ୍ୟ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ, ଶୁକ୍ରବାର ମୁଖ୍ୟମନ୍ତ୍ରୀ ଟେକ୍ସଟାଇଲ ଶିଳ୍ପରେ କାର୍ଯ୍ୟରତ କର୍ମଚାରୀଙ୍କ ସରକାରୀ ଭତ୍ତା ମାସକୁ ୧ହଜାର ଟଙ୍କା ବୃଦ୍ଧି କରିଥିଲେ। ଏହାଦ୍ୱାରା ସରକାରଙ୍କ ପକ୍ଷରୁ ମହିଳା କର୍ମଚାରୀଙ୍କୁ ମାସକୁ ୬ ହଜାର ଟଙ୍କା ବଦଳରେ ୭ ହଜାର ଏବଂ ପୁରୁଷ କର୍ମଚାରୀଙ୍କୁ ୫ ହଜାର ବଦଳରେ ୬ ହଜାର ଟଙ୍କା ପ୍ରଦାନ କରାଯିବ।
The post ସଫେଇ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ୧୦ ଲକ୍ଷର ଜୀବନବୀମା ସହ ମିଳିବ…. appeared first on Dharitri Odia News.