ସବୁ ଜିଲାପାଳଙ୍କୁ ରାଜ୍ୟ ସାସ୍ଥ୍ୟ ସଚିବଙ୍କ ଚିଠି

ଭୁବନେଶ୍ୱର,୯।୭ ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତତ୍ପର ହୋଇଉଠିଛି। ଗତ ୫ବର୍ଷ ଭିତରେ ଯେଉଁ ଯେଉଁ ଅଞ୍ଚଳ ଡେଙ୍ଗୁ ହଟସ୍ପଟ ରହିଥିଲା ତାହାକୁ ଚିହ୍ନଟ କରି ମ୍ୟାପିଂ ଓ ସର୍ବେକ୍ଷଣ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ରାଜ୍ୟ ସାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସବୁ ଜଲିାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି। ଲୋକମାନେ ନିଜେ ସଚେତନ ହେବା ସହ ସତର୍କ ରହିବା ପାଇଁ ପରାମର୍ଶ ସେ ଦେଇଛନ୍ତି। ଡେଙ୍ଗୁ […] The post ସବୁ ଜିଲାପାଳଙ୍କୁ ରାଜ୍ୟ ସାସ୍ଥ୍ୟ ସଚିବଙ୍କ ଚିଠି appeared first on Dharitri Odia News.

ସବୁ ଜିଲାପାଳଙ୍କୁ ରାଜ୍ୟ ସାସ୍ଥ୍ୟ ସଚିବଙ୍କ ଚିଠି

ଭୁବନେଶ୍ୱର,୯।୭ ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତତ୍ପର ହୋଇଉଠିଛି। ଗତ ୫ବର୍ଷ ଭିତରେ ଯେଉଁ ଯେଉଁ ଅଞ୍ଚଳ ଡେଙ୍ଗୁ ହଟସ୍ପଟ ରହିଥିଲା ତାହାକୁ ଚିହ୍ନଟ କରି ମ୍ୟାପିଂ ଓ ସର୍ବେକ୍ଷଣ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ରାଜ୍ୟ ସାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସବୁ ଜଲିାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି। ଲୋକମାନେ ନିଜେ ସଚେତନ ହେବା ସହ ସତର୍କ ରହିବା ପାଇଁ ପରାମର୍ଶ ସେ ଦେଇଛନ୍ତି।
ଡେଙ୍ଗୁ ନିୟନ୍ତ୍ରଣକୁ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଭୁବନେଶ୍ୱରରେ ଡେଙ୍ଗୁ ନିୟନ୍ତ୍ରଣରେ ଅଛି। ମଶା ଅଣ୍ଡା ସ୍ଥାନରେ ମଶା ତେଲ ପକାଯାଉଛି। ବର୍ଷା ପାଇଁ ଫଗିଂ ବନ୍ଦ ଥିଲା ଏବେ ପୁଣି କରାଯିବ ବୋଲି କହିଛନ୍ତି ଭବନେଶ୍ୱର ମେୟର ସୁଲୋଚନା ଦାସ । ଲୋକଙ୍କୁ ମଧ୍ୟ ସଚେତନ କରାଯାଉଛି।
ତତ୍ପର ସ୍ବାସ୍ଥ୍ୟ ବିଭାଗ

The post ସବୁ ଜିଲାପାଳଙ୍କୁ ରାଜ୍ୟ ସାସ୍ଥ୍ୟ ସଚିବଙ୍କ ଚିଠି appeared first on Dharitri Odia News.