ସବୁଦିନ ବାଣ ବନ୍ଦ ନେଇ ଦିଲ୍ଲୀ ସରକାର ନିଷ୍ପତ୍ତି ନିଅନ୍ତୁ: ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ,୧୨ା୧୧: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉତ୍କଟ ରୂପ ଧାରଣ କରିଥିବାବେଳେ ବାଣ ଉପରେ ନିଷେଧାଦେଶ ଲଗାଇବା ପାଇଁ ସୁପ୍ରିମକୋର୍ଟ ଦୀପାବଳି ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଦିଲ୍ଲୀ ପୋଲିସ କେବଳ କିଛି ବାଣ ତିଆରି ସାମଗ୍ରୀ ଜବତ କରିଥିବାବେଳେ ବାଣ ନିଷେଧାଦେଶ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥିବାରୁ ସର୍ବୋଚ୍ଚ ଅଦାଲତ ଭର୍ତ୍ସନା କରିଛନ୍ତି। ପୋଲିସର କାର୍ଯ୍ୟ କେବଳ ଲୋକଦେଖାଣିଆ ବୋଲି ଜଷ୍ଟିସ୍ ଅଭୟ ଏସ୍. ଓକା ଏବଂ ଅଗଷ୍ଟାଇନ୍ ଜର୍ଜ ମସିହଙ୍କ ଖଣ୍ଡପୀଠ କହିଛନ୍ତି। […] The post ସବୁଦିନ ବାଣ ବନ୍ଦ ନେଇ ଦିଲ୍ଲୀ ସରକାର ନିଷ୍ପତ୍ତି ନିଅନ୍ତୁ: ସୁପ୍ରିମ୍କୋର୍ଟ appeared first on Dharitri Odia News.
ନୂଆଦିଲ୍ଲୀ,୧୨ା୧୧: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉତ୍କଟ ରୂପ ଧାରଣ କରିଥିବାବେଳେ ବାଣ ଉପରେ ନିଷେଧାଦେଶ ଲଗାଇବା ପାଇଁ ସୁପ୍ରିମକୋର୍ଟ ଦୀପାବଳି ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଦିଲ୍ଲୀ ପୋଲିସ କେବଳ କିଛି ବାଣ ତିଆରି ସାମଗ୍ରୀ ଜବତ କରିଥିବାବେଳେ ବାଣ ନିଷେଧାଦେଶ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥିବାରୁ ସର୍ବୋଚ୍ଚ ଅଦାଲତ ଭର୍ତ୍ସନା କରିଛନ୍ତି। ପୋଲିସର କାର୍ଯ୍ୟ କେବଳ ଲୋକଦେଖାଣିଆ ବୋଲି ଜଷ୍ଟିସ୍ ଅଭୟ ଏସ୍. ଓକା ଏବଂ ଅଗଷ୍ଟାଇନ୍ ଜର୍ଜ ମସିହଙ୍କ ଖଣ୍ଡପୀଠ କହିଛନ୍ତି।
ସମ୍ବିଧାନର ଅନୁଚ୍ଛେଦ ୨୧ ଅନୁଯାୟୀ ପ୍ରଦୂଷଣମୁକ୍ତ ପରିବେଶରେ ବସବାସ କରିବା ନାଗରିକଙ୍କ ମୌଳିକ ଅଧିକାର। କୌଣସି ଧର୍ମ ଜନସାଧାରଣଙ୍କ ସ୍ବାସ୍ଥ୍ୟ ସହ ସାଲିସ୍ କରେ ନାହଁି କିମ୍ବା ପ୍ରଦୂଷଣକୁ ବଢ଼ାଇବା ଭଳି କୌଣସି କାର୍ଯ୍ୟକୁ ପ୍ରୋତ୍ସାହିତ କରେ ନାହିଁ
ବୋଲି ଖଣ୍ଡପୀଠ ଟିପ୍ପଣୀ ଦେଇଛନ୍ତି। ବାଣ ଉତ୍ପାଦନ ଏବଂ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ନିଷେଧାଦେଶ କାର୍ଯ୍ୟକାରୀ କରିବା ଦାୟିତ୍ୱରେ ଥିବା ଷ୍ଟେକ୍ହୋଲ୍ଡରମାନଙ୍କ ସମ୍ପୂର୍ଣ୍ଣ ତଥ୍ୟ ତୁରନ୍ତ ପ୍ରଦାନ କରିବା ନିମନ୍ତେ ଖଣ୍ଡପୀଠ ଦିଲ୍ଲୀ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବାଣ ନିଷେଧାଦେଶର ପ୍ରଭାବଶାଳୀ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ନିମନ୍ତେ ଏକ ସ୍ବତନ୍ତ୍ର ସେଲ୍ ଗଠନ ପାଇଁ କୁହାଯାଇଛି। ଏଥିସହ ନିଷେଧାଦେଶ କାର୍ଯ୍ୟକାରୀ କରିବା ପାଇଁ ପୋଲିସ କ’ଣ ପଦକ୍ଷେପ ନେଇଛି, ତାହା ବ୍ୟକ୍ତିଗତ ସତ୍ୟପାଠ ଜରିଆରେ ଜଣାଇବାକୁ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଖଣ୍ଡପୀଠ କହିଛନ୍ତି।
ବାଣ ନିଷେଧାଦେଶ ଧୂଅଁାରେ ମିଳାଇଯିବାରୁ ୩ ବର୍ଷ ମଧ୍ୟରେ ଏଥର ଦୀପାବଳିରେ ଜାତୀୟ ରାଜଧାନୀ ସର୍ବାଧିକ ପ୍ରଦୂଷିତ ହୋଇଛି। ଅକ୍ଟୋବର ୧୪ରେ ସୁପ୍ରିମକୋର୍ଟ ବାଣ ଉପରେ ନିଷେଧାଦେଶ ଜାରି କରିଥିଲେ। ସେପର୍ଯ୍ୟନ୍ତ ଦିଲ୍ଲୀ ସରକାର ବାଣ ଉପରେ କଟକଣା କାହିଁକି ଲଗାଇ ନ ଥିଲେ ବୋଲି ଖଣ୍ଡପୀଠ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ସବୁଦିନ ପାଇଁ ବାଣ ଉପରେ ନିଷେଧାଦେଶ ଲଗାଇବା ସମ୍ପର୍କରେ ନଭେମ୍ବର ୨୫ ପୂର୍ବରୁ ନିଷ୍ପତ୍ତି ନେବାକୁ ସର୍ବୋଚ୍ଚ ଅଦାଲତ ଦିଲ୍ଲୀ ସରକାରଙ୍କୁ କହିଛନ୍ତି।
The post ସବୁଦିନ ବାଣ ବନ୍ଦ ନେଇ ଦିଲ୍ଲୀ ସରକାର ନିଷ୍ପତ୍ତି ନିଅନ୍ତୁ: ସୁପ୍ରିମ୍କୋର୍ଟ appeared first on Dharitri Odia News.