କଙ୍ଗୋରେ ବିଦ୍ରୋହୀଙ୍କ ତାଣ୍ଡବ: ଭାରତୀୟ ଦୂତାବାସର ଆଡ଼ଭାଇଜରୀ ଜାରି

ନୂଆଦିଲ୍ଲୀ, ୨ା୨: କଙ୍ଗୋର କିନଶାସା ରାଜ୍ୟରେ ଥିବା ଭାରତୀୟ ଦୂତାବାସ ବୁକାଭୁରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କୁ “ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ” ପରାମର୍ଶ ଜାରି କରିଛି। ରୱାଣ୍ଡା-ସମର୍ଥିତ ଏମ-୨୩ ବିଦ୍ରୋହୀମାନେ ପୂର୍ବ କଙ୍ଗୋର ଗୋମା ସହରକୁ କବଜା କରିଛନ୍ତି। ଏହା ସହିତ ଅନ୍ୟ ସହରକୁ କବଜା କରିବା ପାଇଁ ବଡ଼ ଆକ୍ରମଣ କରିପାରନ୍ତି। କଙ୍ଗୋର କିନଶାସାରେ ଥିବା ଭାରତୀୟ ଦୂତାବାସ ରବିବାର ଜାରି କରିଥିବା ପରାମର୍ଶରେ କହିଛି ଯେ, ରିପୋର୍ଟ ଅନୁଯାୟୀ ଏମ-୨୩ ବିଦ୍ରୋହୀ ଗୋଷ୍ଠୀ […] The post କଙ୍ଗୋରେ ବିଦ୍ରୋହୀଙ୍କ ତାଣ୍ଡବ: ଭାରତୀୟ ଦୂତାବାସର ଆଡ଼ଭାଇଜରୀ ଜାରି appeared first on Dharitri Odia News.

କଙ୍ଗୋରେ ବିଦ୍ରୋହୀଙ୍କ ତାଣ୍ଡବ: ଭାରତୀୟ ଦୂତାବାସର ଆଡ଼ଭାଇଜରୀ ଜାରି

ନୂଆଦିଲ୍ଲୀ, ୨ା୨: କଙ୍ଗୋର କିନଶାସା ରାଜ୍ୟରେ ଥିବା ଭାରତୀୟ ଦୂତାବାସ ବୁକାଭୁରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କୁ “ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ” ପରାମର୍ଶ ଜାରି କରିଛି। ରୱାଣ୍ଡା-ସମର୍ଥିତ ଏମ-୨୩ ବିଦ୍ରୋହୀମାନେ ପୂର୍ବ କଙ୍ଗୋର ଗୋମା ସହରକୁ କବଜା କରିଛନ୍ତି। ଏହା ସହିତ ଅନ୍ୟ ସହରକୁ କବଜା କରିବା ପାଇଁ ବଡ଼ ଆକ୍ରମଣ କରିପାରନ୍ତି।

କଙ୍ଗୋର କିନଶାସାରେ ଥିବା ଭାରତୀୟ ଦୂତାବାସ ରବିବାର ଜାରି କରିଥିବା ପରାମର୍ଶରେ କହିଛି ଯେ, ରିପୋର୍ଟ ଅନୁଯାୟୀ ଏମ-୨୩ ବିଦ୍ରୋହୀ ଗୋଷ୍ଠୀ ବୁକାଭୁରୁ ମାତ୍ର ୨୦-୨୫ କିଲୋମିଟର ଦୂରରେ ରହିଛନ୍ତି।ବୁକାଭୁରେ ରହୁଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ପରାମର୍ଶ ଦେଉଛୁ ଯେ ବିମାନବନ୍ଦର, ସୀମା ଏବଂ ବାଣିଜ୍ୟିକ ମାର୍ଗ ଖୋଲା ଥିବା ପର୍ଯ୍ୟନ୍ତ ଯେକୌଣସି ଉପାୟରେ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯାଆନ୍ତୁ। ଆମେ କୌଣସି ନାଗରିକଙ୍କୁ ବୁକାଭୁକୁ ଯାତ୍ରା ନକରିବାକୁ ସୁପାରିଶ କରୁଛୁ।”

ଭାରତୀୟ ଦୂତାବାସ ଦ୍ୱାରା ଜାରି ନିର୍ଦ୍ଦେଶାବଳୀ

  • ସମସ୍ତ ଆବଶ୍ୟକୀୟ ପରିଚୟ ପତ୍ର ଏବଂ ଯାତ୍ରା ଡକ୍ୟୁମେଣ୍ଟ ସବୁବେଳେ ପାଖରେ ରଖନ୍ତୁ।
  • ଔଷଧ, ପୋଷାକ, ଖାଦ୍ୟ, ପାଣି ଇତ୍ୟାଦି ଜରୁରୀ ଜିନିଷଗୁଡ଼ିକୁ ଏକ ବ୍ୟାଗରେ ରଖନ୍ତୁ ଯାହାକୁ ସହଜରେ ବହନ କରାଯାଇପାରିବ।
  • ଅପଡେଟ୍ ପାଇଁ ସ୍ଥାନୀୟ ମିଡିଆ ଚ୍ୟାନେଲଗୁଡ଼ିକୁ ଉପରେ ନଜର ରଖିଥାନ୍ତୁ।
  • ବଡ଼ ସମାବେଶ / ଭିଡ଼ / ପ୍ରଦର୍ଶନ ଠାରୁ ଦୁରେଇ ରୁହନ୍ତୁ।

ସଦ୍ୟତମ ପରାମର୍ଶରେ ଜରୁରୀକାଳୀନ ପରିସ୍ଥିତିରେ ଯୋଗାଯୋଗ କରିବା ପାଇଁ ଭାରତୀୟ ନାଗରିକମାନଙ୍କୁ ଏକ ନମ୍ବର (+୨୪୩ ୮୯୦୦୨୪୩୧୩) ଏବଂ ଇମେଲ୍ ଆଇଡି (cons.kinshasa@mea.gov.in) ମଧ୍ୟ ଦିଆଯାଇଛି।

କଙ୍ଗୋରେ ୧୨୦୦ ଭାରତୀୟ ସୈନିକ ମଧ୍ୟ ଉପସ୍ଥିତ ଅଛନ୍ତି
କହିରଖୁ ଯେ, କଙ୍ଗୋରେ ଏକ ହଜାରରୁ ଅଧିକ ଭାରତୀୟ ନାଗରିକ ଉପସ୍ଥିତ ଅଛନ୍ତି। ପୂର୍ବରୁ, ଭାରତୀୟ ଦୂତାବାସ ମୂଳତଃ ଜାନୁଆରୀ ୩୦ ତାରିଖରେ କଙ୍ଗୋର ଦକ୍ଷିଣ କିଭୁର ବୁକାଭୁରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ଏକ ପରାମର୍ଶ ଜାରି କରିଥିଲା। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ ଗୋମାରେ ପ୍ରାୟ ୧,୦୦୦ ଭାରତୀୟ ନାଗରିକ ରହୁଛନ୍ତି। ତଥାପି, ସଂଘର୍ଷ ଆରମ୍ଭ ହେବା ପରଠାରୁ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯାଇଛି। ଏହା ସହିତ, ରଣଧୀର ଜୟସୱାଲ ଏହା ମଧ୍ୟ କହିଛନ୍ତି ଯେ ପ୍ରାୟ ୧,୨୦୦ ଭାରତୀୟ ସୈନିକ କଙ୍ଗୋର ଗଣତାନ୍ତ୍ରିକ ଗଣରାଜ୍ୟରେ MONUSCO ଅର୍ଥାତ୍ ଜାତିସଂଘ ମିଶନ ଅଧୀନରେ ପୂର୍ବ କଙ୍ଗୋରେ ସେବା କରୁଛନ୍ତି।

ନ୍ୟୁଜ୍ ଏଜେନ୍ସି ଏପିର ଏକ ରିପୋର୍ଟ ଅନୁଯାୟୀ, ରୱାଣ୍ଡା ସମର୍ଥିତ ବିଦ୍ରୋହୀଙ୍କ ସହ ଲଢ଼େଇରେ ଏହି ସପ୍ତାହରେ ଗୋମା ଏବଂ ଆଖପାଖ ଅଞ୍ଚଳରେ ଅତି କମରେ ୭୭୩ ଜଣଙ୍କର ମୃତ୍ୟୁ ହୋଇଛି। ବିଦ୍ରୋହୀମାନେ ସହରକୁ କବଜା କରିଛନ୍ତି, ଯାହା ଜାରି ରହିଥିବା ସଂଘର୍ଷକୁ ତୀବ୍ର କରିଛି। ଉଲ୍ଲେଖନୀୟ ଯେ ଶୁକ୍ରବାର ଭାରତ କଙ୍ଗୋରେ ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆହ୍ୱାନ ଦେଇଥିଲା।

The post କଙ୍ଗୋରେ ବିଦ୍ରୋହୀଙ୍କ ତାଣ୍ଡବ: ଭାରତୀୟ ଦୂତାବାସର ଆଡ଼ଭାଇଜରୀ ଜାରି appeared first on Dharitri Odia News.