ଏହି ଦିନ ମିଳିବ ସୁଭଦ୍ରାର ଦ୍ୱିତୀୟ କିସ୍ତି ଟଙ୍କା:ପ୍ରାୟ ଏକ କୋଟି ମହିଳା…

ଭୁବନେଶ୍ୱର,୨୬ା୧୨(ଅନିଲ ଦାସ):ଆସନ୍ତା ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁଭଦ୍ରା ଯୋଜନାର ହିତାଧିକାରୀଙ୍କୁ ଦ୍ୱିତୀୟ କିସ୍ତି ବାବଦ ୫ ହଜାର ଟଙ୍କା ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଏହା ଘୋଷଣା କରିଛନ୍ତି। ରାଜ୍ୟର ପ୍ରାୟ ଏକ କୋଟି ମହିଳା ଏହି ଅର୍ଥରାଶି ପାଇବେ। ସୁଭଦ୍ରା କିସ୍ତି ରାଶି ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର (ଡିବିଟି) ମାଧ୍ୟମରେ ହିତାଧିକାରୀଙ୍କୁ ଦିଆଯାଉଥିବାବେଳେ ଏହା ମହିଳା ସଶକ୍ତୀକରଣ ପାଇଁ ସହାୟକ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଡିସେମ୍ବର […] The post ଏହି ଦିନ ମିଳିବ ସୁଭଦ୍ରାର ଦ୍ୱିତୀୟ କିସ୍ତି ଟଙ୍କା:ପ୍ରାୟ ଏକ କୋଟି ମହିଳା… appeared first on Dharitri Odia News.

ଏହି ଦିନ ମିଳିବ ସୁଭଦ୍ରାର ଦ୍ୱିତୀୟ କିସ୍ତି ଟଙ୍କା:ପ୍ରାୟ ଏକ କୋଟି ମହିଳା…

ଭୁବନେଶ୍ୱର,୨୬ା୧୨(ଅନିଲ ଦାସ):ଆସନ୍ତା ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁଭଦ୍ରା ଯୋଜନାର ହିତାଧିକାରୀଙ୍କୁ ଦ୍ୱିତୀୟ କିସ୍ତି ବାବଦ ୫ ହଜାର ଟଙ୍କା ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଏହା ଘୋଷଣା କରିଛନ୍ତି। ରାଜ୍ୟର ପ୍ରାୟ ଏକ କୋଟି ମହିଳା ଏହି ଅର୍ଥରାଶି ପାଇବେ। ସୁଭଦ୍ରା କିସ୍ତି ରାଶି ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର (ଡିବିଟି) ମାଧ୍ୟମରେ ହିତାଧିକାରୀଙ୍କୁ ଦିଆଯାଉଥିବାବେଳେ ଏହା ମହିଳା ସଶକ୍ତୀକରଣ ପାଇଁ ସହାୟକ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଡିସେମ୍ବର ୧ ସୁଦ୍ଧା ୧, ୦୫, ୩୬, ୬୧୨ ମହିଳା ସୁଭଦ୍ରା ଟଙ୍କା ପାଇବାକୁ ଆବେଦନ କରିଛନ୍ତି। ଅଦ୍ୟାବଧି ପ୍ରଥମ କିସ୍ତିର ଅର୍ଥରାଶିକୁ ୩ଟି ପର୍ଯ୍ୟାୟରେ ପ୍ରାୟ ୮୦ ଲକ୍ଷ ହିତାଧିକାରୀଙ୍କୁ ଦିଆଯାଇଛି। ୪ର୍ଥ ପର୍ଯ୍ୟାୟରେ ବାକି ଯୋଗ୍ୟ ହିତାଧିକାରୀଙ୍କୁ ଆସନ୍ତା ଜାନୁଆରୀରେ ସୁଭଦ୍ରା ଟଙ୍କା ଦିଆଯିବ ବୋଲି ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।

The post ଏହି ଦିନ ମିଳିବ ସୁଭଦ୍ରାର ଦ୍ୱିତୀୟ କିସ୍ତି ଟଙ୍କା:ପ୍ରାୟ ଏକ କୋଟି ମହିଳା… appeared first on Dharitri Odia News.