‘ସଭିଙ୍କୁ ବୋକା ବନାଉଛି IPL...’ ଟସ୍କୁ ନେଇ ପୁଣି ଥରେ ଉଠିଲା ବିବାଦ; କଏନର ଉଭୟ ପାର୍ଶ୍ଵରେ ହେଡ୍ସ
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ରେ ଗତ ଦିନରେ ଟସ୍କୁ ନେଇ ବିବାଦ ଦେଖା ଦେଇଥିଲା। ଏହା ପରେ ଏକ ନୂତନ ପଦକ୍ଷେପ ସ୍ଵରୂପ ଟସ୍ ସମୟରେ କ୍ୟାମେରାମ୍ୟାନ କଏନ ଉପରେ ଫୋକସ୍ କରିବ। କଏନ ପାଖକୁ ଯାଇ ଦେଖାଇବ ଯେ ହେଡ୍ସ ନା ଟେଲ୍ସ ପଡ଼ିଛି। ମାତ୍ର ଏବେ ଆଉ ଏକ ଭିଡିଓ ବଡ଼ ବିବାଦ ସୃଷ୍ଟି କରିଛି। ଦାବି କରାଯାଉଛି ଯେ, ଆଇପିଏଲ୍ ସମସ୍ତଙ୍କୁ ବୋକା ବନାଉଛି। କାରଣ ଏକ ମ୍ୟାଚ୍ରେ କଏନର ଉଭୟ ପାର୍ଶ୍ଵ ହେଡ୍ସ ଥିଲା। Also read: ପ୍ୟାରିସ୍ ଅଲିମ୍ପିକ୍ସରେ ଖେଳାଳିଙ୍କ ପାଇଁ 'ଆଣ୍ଟି-ସେକ୍ସ' ବେଡ୍, ଜାଣନ୍ତୁ ପ୍ରକୃତ ଘଟଣା....ଏହି ଘଟଣା ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ମଧ୍ୟରେ ଘଟିଛି। ଏହି ମ୍ୟାଚ୍ ପ୍ଲେ ଅଫ୍ ଦୃଷ୍ଟିରୁ ଦୁଇ ଦଳ ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ ଥିଲା। ମ୍ୟାଚ୍ ପୂର୍ବରୁ ଅଧିନାୟକ ଋଷଭ ପନ୍ତ ଟସ୍ ପକାଇଥିଲେ ଏବଂ କେଏଲ ରାହୁଲ ହେଡ୍ସ ଡାକିଥିଲେ। କିନ୍ତୁ କଏନର ଉଭୟ ପାର୍ଶ୍ଵରେ ହେଡ୍ସ ଥିବା ଦାବି କରାଯାଉଛି। ଏଥିପାଇଁ ଲୋକେ ଦାବି କରୁଛନ୍ତି ଯେ ଟସ୍କୁ ପୂର୍ବରୁ ହିଁ ଏଲଏସଜି ପକ୍ଷରେ ଯିବା ପାଇଁ ଫିକ୍ସ କରାଯାଇଥିଲା। ଜିଓ ସିନେମାରେ ପୁରା ପ୍ରକୃତ ଭିଡିଓ ଦେଖିବା ପରେ ଟେଲ୍ସ(T)ର କୌଣସି ଚିହ୍ନବର୍ଣ୍ଣ ଦେଖା ଯାଉ ନାହିଁ। ଇନଷ୍ଟାଗ୍ରାମ ଓ ଅନ୍ୟ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ଯେଉଁ ଭିଡିଓ ଭାଇରାଲ୍ ହେଉଛି, ତାକୁ ସ୍ଲୋ ମୋସନରେ ଦେଖାଯାଉଛି।View this post
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ରେ ଗତ ଦିନରେ ଟସ୍କୁ ନେଇ ବିବାଦ ଦେଖା ଦେଇଥିଲା। ଏହା ପରେ ଏକ ନୂତନ ପଦକ୍ଷେପ ସ୍ଵରୂପ ଟସ୍ ସମୟରେ କ୍ୟାମେରାମ୍ୟାନ କଏନ ଉପରେ ଫୋକସ୍ କରିବ। କଏନ ପାଖକୁ ଯାଇ ଦେଖାଇବ ଯେ ହେଡ୍ସ ନା ଟେଲ୍ସ ପଡ଼ିଛି। ମାତ୍ର ଏବେ ଆଉ ଏକ ଭିଡିଓ ବଡ଼ ବିବାଦ ସୃଷ୍ଟି କରିଛି। ଦାବି କରାଯାଉଛି ଯେ, ଆଇପିଏଲ୍ ସମସ୍ତଙ୍କୁ ବୋକା ବନାଉଛି। କାରଣ ଏକ ମ୍ୟାଚ୍ରେ କଏନର ଉଭୟ ପାର୍ଶ୍ଵ ହେଡ୍ସ ଥିଲା।
Also read: ପ୍ୟାରିସ୍ ଅଲିମ୍ପିକ୍ସରେ ଖେଳାଳିଙ୍କ ପାଇଁ 'ଆଣ୍ଟି-ସେକ୍ସ' ବେଡ୍, ଜାଣନ୍ତୁ ପ୍ରକୃତ ଘଟଣା....
ଏହି ଘଟଣା ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ମଧ୍ୟରେ ଘଟିଛି। ଏହି ମ୍ୟାଚ୍ ପ୍ଲେ ଅଫ୍ ଦୃଷ୍ଟିରୁ ଦୁଇ ଦଳ ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ ଥିଲା। ମ୍ୟାଚ୍ ପୂର୍ବରୁ ଅଧିନାୟକ ଋଷଭ ପନ୍ତ ଟସ୍ ପକାଇଥିଲେ ଏବଂ କେଏଲ ରାହୁଲ ହେଡ୍ସ ଡାକିଥିଲେ। କିନ୍ତୁ କଏନର ଉଭୟ ପାର୍ଶ୍ଵରେ ହେଡ୍ସ ଥିବା ଦାବି କରାଯାଉଛି। ଏଥିପାଇଁ ଲୋକେ ଦାବି କରୁଛନ୍ତି ଯେ ଟସ୍କୁ ପୂର୍ବରୁ ହିଁ ଏଲଏସଜି ପକ୍ଷରେ ଯିବା ପାଇଁ ଫିକ୍ସ କରାଯାଇଥିଲା। ଜିଓ ସିନେମାରେ ପୁରା ପ୍ରକୃତ ଭିଡିଓ ଦେଖିବା ପରେ ଟେଲ୍ସ(T)ର କୌଣସି ଚିହ୍ନବର୍ଣ୍ଣ ଦେଖା ଯାଉ ନାହିଁ। ଇନଷ୍ଟାଗ୍ରାମ ଓ ଅନ୍ୟ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ଯେଉଁ ଭିଡିଓ ଭାଇରାଲ୍ ହେଉଛି, ତାକୁ ସ୍ଲୋ ମୋସନରେ ଦେଖାଯାଉଛି।
ଉକ୍ତ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୨୦୮ ରନର ବିଶାଳ ସ୍କୋର କରିଥିଲା। ଜବାବରେ ଲକ୍ଷ୍ନୌ ୯ ଓ୍ଵିକେଟ୍ ହରାଇ ୧୮୯ ରନ କରି ପାରିଥିଲା। ଏହି ମ୍ୟାଚ୍ ପରେ ବି ଦୁଇ ଦଳ ପ୍ଲେ ଅଫ୍ରୁ ବାଦ୍ ପଡ଼ି ନାହାନ୍ତି। ମାତ୍ର ଟପ୍-୪ରେ ଯିବାକୁ ହେଲେ ଅନ୍ୟ ମ୍ୟାଚ୍ର ପରିଣାମ ଉପରେ ନିର୍ଭର କରିବାକୁ ପଡ଼ିବ।