ସମଲେଇ ପ୍ରକଳ୍ପ ଲୋକାର୍ପଣ ସଂପୂର୍ଣ୍ଣ : ପୀଠର ସ୍ୱର୍ଗୀୟ ଓ ଦିବ୍ୟ ପରିବେଶରେ ଭକ୍ତ ବିମୁଗ୍ଧ

ଭୁବନେଶ୍ଵର : ପୂର୍ବରେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ଏବେ ପଶ୍ଚିମରେ ମା ସମଲେଶ୍ବରୀଙ୍କ ପୀଠର ହୋଇଛି ରୂପାନ୍ତରଣ। ପୂର୍ବରୁ ପଶ୍ଚିମ ଯାଏ ସବୁଆଡେ ଦିବ୍ୟତାର, ଭାବ୍ୟତାର, ଆଧ୍ୟାତ୍ମିକତାର ଅନୁଭବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବହୁ ପ୍ରତିକ୍ଷୀତ ସମଲେଇ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ମା ଙ୍କ ଦର୍ଶନ ଓ ପ୍ରାର୍ଥନା କରି ଓଡ଼ିଶା ବାସୀଙ୍କ ସୁଖ, ଶାନ୍ତି ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ। ତା ପରେ, ଶହ ଶହ ସାଧୁ, ସନ୍ଥ, ସେବକ, ପଣ୍ଡିତଙ୍କ […]

ସମଲେଇ ପ୍ରକଳ୍ପ ଲୋକାର୍ପଣ ସଂପୂର୍ଣ୍ଣ : ପୀଠର ସ୍ୱର୍ଗୀୟ ଓ ଦିବ୍ୟ ପରିବେଶରେ ଭକ୍ତ ବିମୁଗ୍ଧ
samalei priject

ଭୁବନେଶ୍ଵର : ପୂର୍ବରେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ଏବେ ପଶ୍ଚିମରେ ମା ସମଲେଶ୍ବରୀଙ୍କ ପୀଠର ହୋଇଛି ରୂପାନ୍ତରଣ। ପୂର୍ବରୁ ପଶ୍ଚିମ ଯାଏ ସବୁଆଡେ ଦିବ୍ୟତାର, ଭାବ୍ୟତାର, ଆଧ୍ୟାତ୍ମିକତାର ଅନୁଭବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବହୁ ପ୍ରତିକ୍ଷୀତ ସମଲେଇ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ମା ଙ୍କ ଦର୍ଶନ ଓ ପ୍ରାର୍ଥନା କରି ଓଡ଼ିଶା ବାସୀଙ୍କ ସୁଖ, ଶାନ୍ତି ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ। ତା ପରେ, ଶହ ଶହ ସାଧୁ, ସନ୍ଥ, ସେବକ, ପଣ୍ଡିତଙ୍କ ଗହଣରେ ଯଜ୍ଞ, ହୋମ, ଓ ମନ୍ତ୍ର ଧ୍ବନିରେ ପ୍ରକଳ୍ପର ଲୋକାର୍ପଣ କରିଥିଲେ।

GE2J5ScWYAAgJfy

୨୦୨୧ ଫେବୃଆରୀ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ପ୍ରଥମେ ଏହି ପ୍ରକଳ୍ପର ରୂପରେଖ ପ୍ରସ୍ତୁତ କରି ନିର୍ଦ୍ଦେଶ ଦେଇଥିଲେ। ଏହାପରେ ୨୦୨୨ ମେ ୧୪ ତାରିଖ ଠାରୁ କାମ ଆରମ୍ଭ ହୋଇଥିଲା। ୫ଟି ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହା ରେକର୍ଡ ସମୟ ମଧ୍ୟରେ ସଂପୂର୍ଣ୍ଣ ହୋଇଛି। ପ୍ରତି ଏକ ମାସ, ଦୁଇ ମାସ ସମୟ ବ୍ୟବଧାନରେ ଶ୍ରୀ ପାଣ୍ଡିଆନ ସମ୍ବଲପୁର ଯାଇ ପ୍ରକଳ୍ପର ସମୀକ୍ଷା କରିଥିଲେ। ମନ୍ଦିର ଭିତରେ ପ୍ରାୟ ୬ ଏକର ପରିମିତ ଅଂଚଳରେ ଉନ୍ନୟନ କାର୍ଯ୍ୟ କରାଯାଇଛି। ଭୋଗ ମଣ୍ଡପ, ପୂଜକ ମାନଙ୍କ ବିଶ୍ରାମ ଗୃହ, ଭକ୍ତ ମାନଙ୍କ ଜିନିଷ ପତ୍ର ରଖିବା ପାଇଁ କ୍ଲୋକ ରୁମ୍, ପ୍ରସାଦ ସେବନ ଦୃହ, ଭୋଗ ବିକ୍ରୟ ଗୃହ, ପର୍ଯ୍ୟଟକ ସୂଚନା କେନ୍ଦ୍ର, କାଫେଟେରିଆ, ଆଦି ନିର୍ମିତ ହୋଇଛି।

GE2M5OlboAEepLH

ମନ୍ଦିର ବାହାରେ ଏକ କିଲୋମିଟର ଅଞ୍ଚଳରେ ପରିକ୍ରମା ର କରିଡ଼ର ନିର୍ମାଣ କରାଯାଇଛି। ସମସ୍ତ ନିର୍ମାଣ ଖାଣ୍ଡେଲାଇଟ ପଥରରେ ନିର୍ମିତ ହୋଇଛି। ପାର୍କିଂରେ ୨୦୦ ଟି ୪- ଚକିଆ ଗାଡ଼ି ଓ ୨୦ ବସ ରହିବାର ବ୍ୟବସ୍ଥା ହୋଇଛି। ମୁଖ୍ୟମନ୍ତ୍ରୀ ସମସ୍ତ ନବ ନିର୍ମିତ ନିର୍ମାଣ କାର୍ଯ୍ୟକୁ ବୁଲି ଦେଖିଥିଲେ। ପୁଷ୍କରିଣୀର ନୂଆ ରୂପ, ୱାଚ୍ ଟାୱାର, ପରିକ୍ରମା କରିଡ଼ର, ଚିତ୍ତାକର୍ଷକ ମହାନଦୀ ଘାଟ ସବୁ ଦେଖି ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଥିଲେ। ମହାନଦୀ ରିଭର୍ ଫ୍ରଣ୍ଟ ଦ୍ରୁଶ୍ୟ ଅତୀବ ରମଣୀୟ ହୋଇଛି। ଏହା ୩୫୦ ମିଟର ଦୀର୍ଘ ଓ ୨୫ ମିଟର ପ୍ରସ୍ଥ ବିଶିଷ୍ଟ କରାଯାଇଛି। ଆଳତି ପାଇଁ ୩୧ ମିଟରର ପ୍ଲାଟଫର୍ମ କରାଯାଇଛି। ମହାନଦୀ ଘାଟ ଅତ୍ୟନ୍ତ ଚିତ୍ତାକର୍ଷକ ରୂପ ନେଇଛି। ଏଠାରେ ସ୍ଥାୟୀ ଭାବେ ମହାନଦୀ ଆଳତି ର ବ୍ୟବସ୍ଥା କରାଯାଇଛି। ୩୭ ମିଟର ଦୀର୍ଘ, ଓ ୬ ମିଟର ଉଚ୍ଚ ଏକ ଫୁଟ ଓଭର ବ୍ରିଜ ମଧ୍ୟ ନିର୍ମାଣ କରାଯାଇଛି।

GEsXCxPbUAAdRzr scaled

ସୂଚନା ଯୋଗ୍ୟ ଯେ ମାଙ୍କ ପୀଠକୁ ଦୈନିକ ଏବେ ୫ ରୁ ଦଶ ହଜାର ଭକ୍ତ ଆସୁଛନ୍ତି। ରୂପାନ୍ତର ପରେ ଦୈନିକ ୨୦ ହଜାର ଭକ୍ତ ଆସିବାର ସମ୍ଭାବନା ରହିଛି। ଏହା ସହିତ ପୂଜା ପାର୍ବଣ ଦିନରେ ୫୦ ହଜାର ରୁ ଏକ ଲକ୍ଷ ଭକ୍ତ ଆସିବାର ସମ୍ଭାବନା ରହିଛି। ଏହାଦ୍ବାରା ସ୍ଥାନୀୟ ଅର୍ଥନୀତିର ଉନ୍ନତି ହେବ। ଏହାସହିତ, ବିଶେଷକରି ପଶ୍ଚିମ ଓଡ଼ିଶାର ଶିଳ୍ପୀ, କାରିଗର ଓ ବୁଣାକାର ମାନେ ମଧ୍ୟ ଅଧିକ ରୋଜଗାର ପାଇବାର ସମ୍ଭାବନା ବୃଦ୍ଧି ପାଇବ।

GEsoaOEa8AEBMPT

ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପରେ ଦୃଢ଼ ଅବଦାନ ରଖିଥିବା ଶିଳ୍ପୀ, କାରିଗର ଓ ଶ୍ରମିକ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେମାନେ ହେଲେ ଲିଙ୍ଗରାଜ ମହାରଣା, ଶିଶିର ସାହୁ, ସାରଙ୍ଗ ମେହେର, ସୋମନାଥ ସାହୁ, ନିର୍ମଳ ମହାରଣା, ହରିହର ପ୍ରଧାନ, ଶୁଭ ଚାରଣ ବେହେରା, ଓ ସନ୍ତୋଷ।ଅନ୍ୟପଟେ ପଶ୍ଚିମ ଓଡ଼ିଶାର ପଦ୍ମ ପୁରସ୍କାର ପ୍ରାପ୍ତ ସାତ ଜଣ ମହାନ୍ ବିଭୂତିଙ୍କୁ ମଧ୍ଯ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଭେଟି ଥିଲେ । ସେମାନେ ହେଲେ ହଳଧର ନାଗ,  ଚତୁର୍ଭୁଜ ମେହେର, କ୍ରିଷ୍ଣା ପଟେଲ,  ଜୀତେନ୍ଦ୍ର ହରିପାଲ, ବିନୋଦ ପଶାୟତ, ମିତ୍ରଭାନୁ ଗୌନ୍ତିଆ ଓ  କୈଳାସ ଚନ୍ଦ୍ର ମେହେର।

 

GEvFHlraEAAgffa