ସମସ୍ତଙ୍କ ପାପ ଧୋଉଥିବା ମା’ ଗଙ୍ଗାଙ୍କ ପାପ କିଏ ଧୁଏ: ଜାଣନ୍ତୁ ରୋଚକ କାହାଣୀ
ପ୍ରୟାଗରାଜ,୧୧।୨: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ଆୟୋଜନ କରାଯାଉଛି। ଏପର୍ଯ୍ୟନ୍ତ କୋଟି କୋଟି ଲୋକ ଗଙ୍ଗାରେ ଧାର୍ମିକ ବୁଡ଼ ପକାଇ ସାରିଛନ୍ତି। ବିଶ୍ୱାସ କରାଯାଏ ଯେ, ଗଙ୍ଗାରେ ସ୍ନାନ କରିବା ଦ୍ୱାରା ଜୀବନରେ ଅଜାଣତରେ ହୋଇଥିବା ସମସ୍ତ ପାପ ଧୋଇ ହୋଇଯାଏ। ଗଙ୍ଗାକୁ ଭାରତର ସବୁଠାରୁ ପବିତ୍ର ନଦୀ ଭାବରେ ବିବେଚନା କରାଯାଏ। ଗଙ୍ଗା ସ୍ନାନ କରିବା ଦ୍ୱାରା, ବ୍ୟକ୍ତି ମୃତ୍ୟୁ ପରେ ମୋକ୍ଷ ପ୍ରାପ୍ତି କରନ୍ତି। ଏହି କାରଣରୁ ହିନ୍ଦୁ ଧର୍ମରେ ବିଶ୍ୱାସ କରୁଥିବା ଲୋକମାନେ […] The post ସମସ୍ତଙ୍କ ପାପ ଧୋଉଥିବା ମା’ ଗଙ୍ଗାଙ୍କ ପାପ କିଏ ଧୁଏ: ଜାଣନ୍ତୁ ରୋଚକ କାହାଣୀ appeared first on Dharitri Odia News.
ପ୍ରୟାଗରାଜ,୧୧।୨: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ଆୟୋଜନ କରାଯାଉଛି। ଏପର୍ଯ୍ୟନ୍ତ କୋଟି କୋଟି ଲୋକ ଗଙ୍ଗାରେ ଧାର୍ମିକ ବୁଡ଼ ପକାଇ ସାରିଛନ୍ତି। ବିଶ୍ୱାସ କରାଯାଏ ଯେ, ଗଙ୍ଗାରେ ସ୍ନାନ କରିବା ଦ୍ୱାରା ଜୀବନରେ ଅଜାଣତରେ ହୋଇଥିବା ସମସ୍ତ ପାପ ଧୋଇ ହୋଇଯାଏ। ଗଙ୍ଗାକୁ ଭାରତର ସବୁଠାରୁ ପବିତ୍ର ନଦୀ ଭାବରେ ବିବେଚନା କରାଯାଏ। ଗଙ୍ଗା ସ୍ନାନ କରିବା ଦ୍ୱାରା, ବ୍ୟକ୍ତି ମୃତ୍ୟୁ ପରେ ମୋକ୍ଷ ପ୍ରାପ୍ତି କରନ୍ତି। ଏହି କାରଣରୁ ହିନ୍ଦୁ ଧର୍ମରେ ବିଶ୍ୱାସ କରୁଥିବା ଲୋକମାନେ ଗଙ୍ଗା ସ୍ନାନକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଅନ୍ତି।
ଗଙ୍ଗାରେ ସ୍ନାନ କଲେ ଶାରୀରିକ ପବିତ୍ରତା, ମାନସିକ ଶାନ୍ତି ଏବଂ ଆଧ୍ୟାତ୍ମିକ ପ୍ରଗତି ମିଳେ। ଗଙ୍ଗା ସ୍ନାନ କରିବା ଦ୍ୱାରା ସବୁ ପାପରୁ ମୁକ୍ତି ମିଳେ ବୋଲି କିମ୍ବଦନ୍ତୀ ରହିଛି। ଶାସ୍ତ୍ର ଅନୁସାରେ, ମଣିଷ ନିଜ ଜୀବନରେ ବିଭିନ୍ନ ପ୍ରକାରର ପାପ କରିଥାଏ। ଏଥିମଧ୍ୟରୁ ୧୦ ପ୍ରକାରର ପାପ ବିଷୟରେ ବର୍ଣ୍ଣନା କରାଯାଇଛି ଯାହା ଗଙ୍ଗା ସ୍ନାନ ଦ୍ୱାରା ଦୂର ହୋଇପାରିବ। ଗଙ୍ଗାରେ ସ୍ନାନ କରିବା ଦ୍ୱାରା ବ୍ୟକ୍ତିର ଅଜାଣତରେ ହେଉଥିବା ପାପ କ୍ଷୟ ହୁଏ।
ମା’ ଗଙ୍ଗା ସମସ୍ତଙ୍କୁ ପାପ ନାଶ କରନ୍ତି, କିନ୍ତୁ ସେ ନିଜେ କିପରି ପବିତ୍ର ହୁଅନ୍ତି? ଏହା ଏକ ଏମିତି ପ୍ରଶ୍ନ, ଯାହା ସମସ୍ତଙ୍କ ମନରେ ଅଛି। ଏହାର ଉତ୍ତର ଶାସ୍ତ୍ରରେ ଦିଆଯାଇଛି।
ଗଙ୍ଗାକୁ ପବିତ୍ର କରିବା ପାଇଁ ଈଶ୍ୱର ସନ୍ଥମାନଙ୍କୁ ପଠାଇଛନ୍ତି। ଯେତେବେଳେ ଗଙ୍ଗା ପାପ ଧୋଇବା ସମୟରେ ଅଶୁଦ୍ଧ ହୋଇଯାଏ, ସେତେବେଳେ ତପସ୍ବୀ, ଯୋଗୀ ଏବଂ ସନ୍ନ୍ୟାସୀମାନେ ଗଙ୍ଗାରେ ସ୍ନାନ କରନ୍ତି। ଏହା ଦ୍ୱାରା ଗଙ୍ଗାର ସମସ୍ତ ପାପ ଧୋଇ ହୋଇଯାଏ। ଆଉ ସେ ପବିତ୍ର ହୋଇଯାଏ।
ତୁଳସୀଦାସ କହିଛନ୍ତି, ଯିଏ ପ୍ରକୃତ ସନ୍ଥ, ସେ ହିଁ ଗଙ୍ଗାଙ୍କ ମଙ୍ଗଳ କରିପାରିବେ। ଯଦି କେହି ସନ୍ୟାସ ଗ୍ରହଣ କରିଛନ୍ତି ଏବଂ ସେ ଗଙ୍ଗାରେ ବୁଡ଼ ପକାଇବେ, ତେବେ ଗଙ୍ଗା ସମ୍ପୂର୍ଣ୍ଣ ପବିତ୍ର ହୋଇଯାଏ।
The post ସମସ୍ତଙ୍କ ପାପ ଧୋଉଥିବା ମା’ ଗଙ୍ଗାଙ୍କ ପାପ କିଏ ଧୁଏ: ଜାଣନ୍ତୁ ରୋଚକ କାହାଣୀ appeared first on Dharitri Odia News.