ସମସ୍ତଙ୍କ ମୁଣ୍ଡରେ ଲଗାଉଛନ୍ତି ଚନ୍ଦନ ଟିକା, ଦିନକୁ ରୋଜଗାର ହଜାର ହଜାର ଟଙ୍କା
ନୂଆଦିଲ୍ଲୀ ୧୩।୦୫: ସାଧାରଣତଃ ମନ୍ଦିର ପାଖରେ ଚନ୍ଦନ ଟିକା ଲଗାଇଥାନ୍ତି ପୂଜାରୀ । ସମସ୍ତେ ଭଗବାନଙ୍କ ଆର୍ଶୀବାଦ ଭାବି ଚନ୍ଦନ-ସିନ୍ଦୁର ଟିକା ଲଗାଇଥାନ୍ତି । ଆଉ ଏହାର ପ୍ରତିବଦଳରେ କିଏ ୫ ଟଙ୍କା କି ୧୦ଟଙ୍କା ଦେଇଥାନ୍ତି । ଯାହା ଦ୍ବାରା ପୂଜାରୀ ମାନଙ୍କର ଅଳ୍ପବହୁତେ ରୋଜଗାର ହୋଇଥାଏ । କିନ୍ତୁ ଗୋଟିଏ ଛୋଟ ପିଲା ମନ୍ଦିର ପାଖରେ ଲୋକଙ୍କୁ ଚନ୍ଦନ ଓ ସିନ୍ଦୁର ଟିକା ଲଗାଇ ରୋଜଗାର କରୁଛନ୍ତି ହଜାର ହଜାର ଟଙ୍କା । ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା କିନ୍ତୁ ଏହା ସତ । ସୋସିଆଲ୍ ମିଡିଆରେ ଏହି ପିଲାଟିର ଭିଡିଓ ଭାଇରାଲ୍ ହେଉଛି । ଜାଣି ଆଶ୍ଚର୍ଯ୍ୟ ହେବେ ପିଲାଟି ଅଯୋଧ୍ୟା ମନ୍ଦିର ପରିସରରେ ଏପରି ଚନ୍ଦନ ଓ ସିନ୍ଦୁର ଟିକା ଲଗାଉଛନ୍ତି । ବାସ୍ତବରେ ରାମନଗରୀରେ ଲାଗୁଛି ଭକ୍ତଙ୍କ ଭିଡ । ଦେଶର କୋଣ ଅନୁକୋଣରୁ ଲୋକମାନେ ରାମଲାଲାଙ୍କ ଦର୍ଶନ ପାଇଁ ରାମ ଜନ୍ମଭୂମିରେ ପହଞ୍ଚୁଛନ୍ତି । ଏଥିରେ ସ୍ଥାନୀୟ ଲୋକଙ୍କର ଫାଇଦା ହେଉଛି । ଆଉ ଏମାନଙ୍କ ମଧ୍ୟରେ ରହିଛି ଏହି ଛୋଟ ପିଲାଟି । ଜଣେ ବ୍ୟକ୍ତି ମନ୍ଦିର ପାଖ ଦେଇ ଯିବା ବେଳେ ପିଲାଟିକୁ ଦେଖିଥିଲେ । ସେ ପଚାରିଥିଲେ କି ସକାଳୁ କେତେବେଳେ ଉଠୁଛ ? ଆଉ ଏହି ଟିକା ଲଗାଇ ଦିନକୁ କେତେ ଟଙ୍କା ରୋଜଗାର କର ? ଏହାର ଉତ୍ତରରେ ପିଲାଟି ଯାହା ଉତ୍ତର ଦେଇଥିଲା । ତାହା ଶୁଣି ସମସ୍ତେ ହୋଇଯାଇଛନ୍ତି ଆଶ୍ଚର୍ଯ୍ୟ । ପିଲାଟି କହିଥିଲା କି ସେ ସକାଳ ୬ଟାରେ ଉଠିଯାଏ ଏବଂ ଟିକା ଲଗାଇବା
ନୂଆଦିଲ୍ଲୀ ୧୩।୦୫: ସାଧାରଣତଃ ମନ୍ଦିର ପାଖରେ ଚନ୍ଦନ ଟିକା ଲଗାଇଥାନ୍ତି ପୂଜାରୀ । ସମସ୍ତେ ଭଗବାନଙ୍କ ଆର୍ଶୀବାଦ ଭାବି ଚନ୍ଦନ-ସିନ୍ଦୁର ଟିକା ଲଗାଇଥାନ୍ତି । ଆଉ ଏହାର ପ୍ରତିବଦଳରେ କିଏ ୫ ଟଙ୍କା କି ୧୦ଟଙ୍କା ଦେଇଥାନ୍ତି । ଯାହା ଦ୍ବାରା ପୂଜାରୀ ମାନଙ୍କର ଅଳ୍ପବହୁତେ ରୋଜଗାର ହୋଇଥାଏ ।
କିନ୍ତୁ ଗୋଟିଏ ଛୋଟ ପିଲା ମନ୍ଦିର ପାଖରେ ଲୋକଙ୍କୁ ଚନ୍ଦନ ଓ ସିନ୍ଦୁର ଟିକା ଲଗାଇ ରୋଜଗାର କରୁଛନ୍ତି ହଜାର ହଜାର ଟଙ୍କା । ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା କିନ୍ତୁ ଏହା ସତ । ସୋସିଆଲ୍ ମିଡିଆରେ ଏହି ପିଲାଟିର ଭିଡିଓ ଭାଇରାଲ୍ ହେଉଛି । ଜାଣି ଆଶ୍ଚର୍ଯ୍ୟ ହେବେ ପିଲାଟି ଅଯୋଧ୍ୟା ମନ୍ଦିର ପରିସରରେ ଏପରି ଚନ୍ଦନ ଓ ସିନ୍ଦୁର ଟିକା ଲଗାଉଛନ୍ତି ।
ବାସ୍ତବରେ ରାମନଗରୀରେ ଲାଗୁଛି ଭକ୍ତଙ୍କ ଭିଡ । ଦେଶର କୋଣ ଅନୁକୋଣରୁ ଲୋକମାନେ ରାମଲାଲାଙ୍କ ଦର୍ଶନ ପାଇଁ ରାମ ଜନ୍ମଭୂମିରେ ପହଞ୍ଚୁଛନ୍ତି । ଏଥିରେ ସ୍ଥାନୀୟ ଲୋକଙ୍କର ଫାଇଦା ହେଉଛି । ଆଉ ଏମାନଙ୍କ ମଧ୍ୟରେ ରହିଛି ଏହି ଛୋଟ ପିଲାଟି । ଜଣେ ବ୍ୟକ୍ତି ମନ୍ଦିର ପାଖ ଦେଇ ଯିବା ବେଳେ ପିଲାଟିକୁ ଦେଖିଥିଲେ । ସେ ପଚାରିଥିଲେ କି ସକାଳୁ କେତେବେଳେ ଉଠୁଛ ? ଆଉ ଏହି ଟିକା ଲଗାଇ ଦିନକୁ କେତେ ଟଙ୍କା ରୋଜଗାର କର ? ଏହାର ଉତ୍ତରରେ ପିଲାଟି ଯାହା ଉତ୍ତର ଦେଇଥିଲା । ତାହା ଶୁଣି ସମସ୍ତେ ହୋଇଯାଇଛନ୍ତି ଆଶ୍ଚର୍ଯ୍ୟ ।
ପିଲାଟି କହିଥିଲା କି ସେ ସକାଳ ୬ଟାରେ ଉଠିଯାଏ ଏବଂ ଟିକା ଲଗାଇବା କାମ ଆରମ୍ଭ କରିଥାଏ । ସେ ସକାଳ ୧୦ ଯାଏଁ ଭକ୍ତଙ୍କୁ ଚନ୍ଦନ-ସିନ୍ଦୁର ଟିକା ଲଗାଇଥାଏ । ଏହାପରେ ପୁଣି ଉପରବେଳା ଆସି ରାତି ୮ଟା ପର୍ଯ୍ୟନ୍ତ ଚନ୍ଦନ ଟିକା ଲଗାଇଥାଏ । ତେବେ ସେ ଏହି ଟିକା ଲଗାଇ ଦିନକୁ ସେ ମୋଟା ଅଙ୍କର ରୋଜଗାର କରୁଥିବା କହିଛି । ପିଲାଟି କହିଛି କି ଟିକା ଲଗାଇ ସେ ଦିନକୁ ୧୫୦୦ଟଙ୍କା ରୋଜଗାର କରୁଛି । ସେ ସକାଳ ବେଳା ୧୦୦୦ ଓ ସନ୍ଧ୍ୟା ବେଳା ୫୦୦ ଟଙ୍କା ରୋଜଗାର କରେ ।
ଏହାଶୁଣି ବ୍ୟକ୍ତି ଜଣକ କହିଛନ୍ତି କି ତୁମ ରୋଜଗାର ତ ଜଣେ ଡାକ୍ତରଙ୍କ ଦରମା ସହିତ ସମାନ! ଏହା ଶୁଣି ପିଲାଟି ସେଠାରୁ ଚାଲିଯିବା ବେଳେ ଟିକିଏ ହସିଦିଏ ଆଉ କୁହେ - ଡାକ୍ତରଙ୍କଠାରୁ କମ୍ ଭାବୁଛ କି? ସକାଳ ବେଳା ୧୦୦୦ ଓ ସନ୍ଧ୍ୟା ବେଳା ୫୦୦ ଟଙ୍କା ରୋଜଗାର କରେ। ଭିଡିଓଟି ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ ହେବା ପରଠୁ ଖୁବ୍ ଭାଇରାଲ୍ ହେଉଛି । ବ୍ୟକ୍ତି ଜଣକ ପୋଷ୍ଟ କରି ଲେଖିଛନ୍ତି ଅଯୋଧ୍ୟାର ଗୋଲୁ ।
କିନ୍ତୁ ତା’ଠାରୁ ଅଧିକ ହେଉଛି ତାଙ୍କ ଆତ୍ମବିଶ୍ୱାସ ଏବଂ ସ୍ୱାଧୀନତାର ଭାବନା, ଯାହା ସବୁ ଉପରେ। ଏହି ଭିଡିଓଟି ଏପ୍ରିଲ୍ ୨୯ରେ ଇନଷ୍ଟାଗ୍ରାମରେ @ guardians_of_the_cryptoverse ନାମକ ଏକ ଆକାଉଣ୍ଟରୁ ପୋଷ୍ଟ କରାଯାଇଥିଲା। ଖବର ଲେଖାହେବା ବେଳକୁ ଏହି ଭିଡିଓ ୨୦ ମିଲିୟନରୁ ଅଧିକ ଭ୍ୟୁ ଏବଂ ୧୫ ଲକ୍ଷରୁ ଅଧିକ ଲାଇକ୍ ପାଇସାରିଥିଲା। ଏହି ଭିଡିଓ ଉପରେ ହଜାର ହଜାର ଲୋକ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।