ବଢିଲା ଓମ୍‌ଫେଡ୍‌ କ୍ଷୀରର ଦାମ୍, ଲିଟର ୨ରୁ ୪ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର: ଏକ ବଡ଼ ନିଷ୍ପତ୍ତି କ୍ରମେ ରାଜ୍ୟ ସରକାର ଓମ୍‌ଫେଡ୍‌ କ୍ଷୀର ଦର ବଢ଼ାଇଛନ୍ତି। ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ (OMFED) ଟୋନ୍ଡ ମିଲ୍କ ଓ ପ୍ରିମିୟର ମିଲ୍କ ଲିଟର ପିଛା ୨ ଟଙ୍କା ବଢାଇଥିବା ବେଳେ ଗୋଲ୍ଡ ମିଲ୍କ ଲିଟର ପିଛା ୪ ଟଙ୍କା ବୃଦ୍ଧି ଘଟିଛି। ଆଜିଠାରୁ ଓମଫେଡ୍ କ୍ଷୀର ଲିଟର ପ୍ରତି ଦାମ୍ ବୃଦ୍ଧି ପାଇଛି ଓ ବଜାରକୁ ଆସିଛି ଓମଫେଡର ନୂଆ ଦର |ସୂଚନା ଅନୁସାରେ ଟୋନ୍ଡ  ଓ ପ୍ରିମିୟମ କ୍ଷୀର ଲିଟର ୨ ଟଙ୍କା ବୃଦ୍ଧି ପାଇଥିବାବେଳେ ଗୋଲ୍ଡ  କ୍ଷୀର ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ପାଇଛି | ସେହି ହିସାବରେ ପୂର୍ବରୁ ଅଧ ଲିଟର ୨୩ ଟଙ୍କାରେ ବିକ୍ରି ହେଉଥିବା ଟୋନ୍ଡ ମିଲ୍କ ଏବେ ୨୪ ଟଙ୍କା ଏବଂ ଲିଟର ୪୮ ଟଙ୍କାରେ ବିକ୍ରି ହେବ।   ସେହିପରି ପ୍ରିମିୟର ମିଲ୍କ ଅଧ ଲିଟର ଯାହା ୨୬ ଟଙ୍କା ଥିଲା ତାହା ୨୭ ଟଙ୍କା ହୋଇଛି ଏବଂ ଲିଟର ମୂଲ୍ୟ ୫୪ ଟଙ୍କା ହୋଇଛି। ଗୋଲ୍ଡ ପ୍ଲସ ୪୫୦ ମିଲିଲିଟର ପୂର୍ବେ ୨୮ ଟଙ୍କା ଥିଲା, ଯାହା ଏବେ ୩୦ ଟଙ୍କାକୁ ବୃଦ୍ଧି ଘଟିଛି। ସେହି ହିସାବରେ ୯୦୦ ମିଲିଟିଟର ଗ୍ଲୋଡ ପ୍ଲସ ମିଲ୍କ ଦର ୬୦ ଟଙ୍କା ହୋଇଛି। ତେବେ ଗୋଲ୍ଡ ମିଲ୍କ ଦର ଅସ୍ପଷ୍ଟ ରହିଛି। କାରଣ ଏହି କ୍ଷୀର ବଜାରକୁ ସେତେ ଉପଲବ୍ଧ ରହୁ ନାହିଁ କିମ୍ବା ଆଉ ଉତ୍ପାଦନ ହେଉନି। ଏହି କ୍ଷୀର ଲିଟର ପିଛା ଦର ୫୬ ଟଙ୍କା ରହିଛି। ଉଲ୍ଲେଖନୀୟ ବିଶ୍ବ ଦୁଗ୍ଧ ଦିବସ ପାଳନ ଅବସରରେ କ୍ଷୀର ମୂଲ୍ୟ ବଢିବ ବୋଲି କୁହାଯ

ବଢିଲା ଓମ୍‌ଫେଡ୍‌ କ୍ଷୀରର ଦାମ୍, ଲିଟର ୨ରୁ ୪ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର: ଏକ ବଡ଼ ନିଷ୍ପତ୍ତି କ୍ରମେ ରାଜ୍ୟ ସରକାର ଓମ୍‌ଫେଡ୍‌ କ୍ଷୀର ଦର ବଢ଼ାଇଛନ୍ତି। ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ (OMFED) ଟୋନ୍ଡ ମିଲ୍କ ଓ ପ୍ରିମିୟର ମିଲ୍କ ଲିଟର ପିଛା ୨ ଟଙ୍କା ବଢାଇଥିବା ବେଳେ ଗୋଲ୍ଡ ମିଲ୍କ ଲିଟର ପିଛା ୪ ଟଙ୍କା ବୃଦ୍ଧି ଘଟିଛି। ଆଜିଠାରୁ ଓମଫେଡ୍ କ୍ଷୀର ଲିଟର ପ୍ରତି ଦାମ୍ ବୃଦ୍ଧି ପାଇଛି ଓ ବଜାରକୁ ଆସିଛି ଓମଫେଡର ନୂଆ ଦର |

ସୂଚନା ଅନୁସାରେ ଟୋନ୍ଡ  ଓ ପ୍ରିମିୟମ କ୍ଷୀର ଲିଟର ୨ ଟଙ୍କା ବୃଦ୍ଧି ପାଇଥିବାବେଳେ ଗୋଲ୍ଡ  କ୍ଷୀର ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ପାଇଛି | ସେହି ହିସାବରେ ପୂର୍ବରୁ ଅଧ ଲିଟର ୨୩ ଟଙ୍କାରେ ବିକ୍ରି ହେଉଥିବା ଟୋନ୍ଡ ମିଲ୍କ ଏବେ ୨୪ ଟଙ୍କା ଏବଂ ଲିଟର ୪୮ ଟଙ୍କାରେ ବିକ୍ରି ହେବ।   ସେହିପରି ପ୍ରିମିୟର ମିଲ୍କ ଅଧ ଲିଟର ଯାହା ୨୬ ଟଙ୍କା ଥିଲା ତାହା ୨୭ ଟଙ୍କା ହୋଇଛି ଏବଂ ଲିଟର ମୂଲ୍ୟ ୫୪ ଟଙ୍କା ହୋଇଛି। 

ଗୋଲ୍ଡ ପ୍ଲସ ୪୫୦ ମିଲିଲିଟର ପୂର୍ବେ ୨୮ ଟଙ୍କା ଥିଲା, ଯାହା ଏବେ ୩୦ ଟଙ୍କାକୁ ବୃଦ୍ଧି ଘଟିଛି। ସେହି ହିସାବରେ ୯୦୦ ମିଲିଟିଟର ଗ୍ଲୋଡ ପ୍ଲସ ମିଲ୍କ ଦର ୬୦ ଟଙ୍କା ହୋଇଛି। ତେବେ ଗୋଲ୍ଡ ମିଲ୍କ ଦର ଅସ୍ପଷ୍ଟ ରହିଛି। କାରଣ ଏହି କ୍ଷୀର ବଜାରକୁ ସେତେ ଉପଲବ୍ଧ ରହୁ ନାହିଁ କିମ୍ବା ଆଉ ଉତ୍ପାଦନ ହେଉନି। ଏହି କ୍ଷୀର ଲିଟର ପିଛା ଦର ୫୬ ଟଙ୍କା ରହିଛି। 

ଉଲ୍ଲେଖନୀୟ ବିଶ୍ବ ଦୁଗ୍ଧ ଦିବସ ପାଳନ ଅବସରରେ କ୍ଷୀର ମୂଲ୍ୟ ବଢିବ ବୋଲି କୁହାଯାଇଥିଲା, କିନ୍ତୁ ସେତେବେଳେ ଏହା ବଢିନଥିଲା। ଏହା ସହିତ ସରକାର ଦୁଗ୍ଧ ଚାଷୀମାନଙ୍କୁ ଅତିରିକ୍ତ ୩ ଟଙ୍କା ପ୍ରଦାନ କରିବେ ବୋଲି ସରକାର କହିଥିଲେ। ମୁଖ୍ୟମନ୍ତ୍ରୀ ସେତେବେଳେ କହିଥିଲେ ଯେ କ୍ଷୀର ଲିଟର ପିଛା ୪ ଟଙ୍କା ବଢ଼ାଯାଉଛି। କିନ୍ତୁ ଖାଉଟିମାନଙ୍କ ଉପରେ ଏହି ବର୍ଦ୍ଧିତ ଦର ଲଦି ଦିଆଯିବ ନାହିଁ। ଏଥିରୁ ୨ ଟଙ୍କା ସରକାର ବହନ କରିବେ। ଖାଉଟିମାନେ ଲିଟର ପିଛା ଅଧିକ ଦୁଇ ଟଙ୍କା ଦେଇ କ୍ଷୀର କିଣିବେ।