ସମାଜରେ ସସମ୍ମାନର ଅଧିକାର ସହକାରେ ବଞ୍ଚିବାକୁ ….

ପୁରୁଷୋତ୍ତମପୁର,୧୦।୧୨ (ସିମାଞ୍ଚଳ ମିଶ୍ର): ଗଞ୍ଜାମଜଲା ପୁରୁଷୋତ୍ତମପୁର ଦଓ୍ବୋନୀ ଓ ଫୌଜଦାରୀ ଅଦାଲତର ତାଲୁକା ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ମଙ୍ଗଳବାର ତାରାତାରିଣୀ କଲେଜ ପରରିଷରରେ ମାନବଅଧିକାରଦିବସ ପାଳିତ ହୋଇଯାଇଛି।ଏଥିରେ ଆଇନସେବା କମିଟିର ଅଧ୍ୟକ୍ଷ ସିନିୟର ସିଭିଲଜଜ ତଥା ଆସିଷ୍ଟାଣ୍ଟ ସେସନଜଜ ଶରତକୁମାର ସାହୁ କିପରି ସମାଜରେ କୌଣସି ବ୍ୟକ୍ତିଙ୍କ ସମ୍ମାନ କ୍ଷୁର୍ଣ୍ଣହେବନାହିଁ, ନିର୍ଯ୍ୟାତନା ଦିଆଯାଇପାରିବ ନାହିଁ, ସମ୍ମ୍ନାନ କ୍ଷୁର୍ଣହେବାଭଳି ଭାଷା ପ୍ରୟୋଗ ଓ ଆଘାତ ଏବଂ ଦଣ୍ଡବିଧାନ ନକରିବା ଲାଗି ବିଭିନ୍ନ ପରାମର୍ଶମାନ ଦେଇ ସମସ୍ତେ କିପରି […] The post ସମାଜରେ ସସମ୍ମାନର ଅଧିକାର ସହକାରେ ବଞ୍ଚିବାକୁ …. appeared first on Dharitri Odia News.

ସମାଜରେ ସସମ୍ମାନର ଅଧିକାର ସହକାରେ ବଞ୍ଚିବାକୁ ….

ପୁରୁଷୋତ୍ତମପୁର,୧୦।୧୨ (ସିମାଞ୍ଚଳ ମିଶ୍ର): ଗଞ୍ଜାମଜଲା ପୁରୁଷୋତ୍ତମପୁର ଦଓ୍ବୋନୀ ଓ ଫୌଜଦାରୀ ଅଦାଲତର ତାଲୁକା ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ମଙ୍ଗଳବାର ତାରାତାରିଣୀ କଲେଜ ପରରିଷରରେ ମାନବଅଧିକାରଦିବସ ପାଳିତ ହୋଇଯାଇଛି।ଏଥିରେ ଆଇନସେବା କମିଟିର ଅଧ୍ୟକ୍ଷ ସିନିୟର ସିଭିଲଜଜ ତଥା ଆସିଷ୍ଟାଣ୍ଟ ସେସନଜଜ ଶରତକୁମାର ସାହୁ କିପରି ସମାଜରେ କୌଣସି ବ୍ୟକ୍ତିଙ୍କ ସମ୍ମାନ କ୍ଷୁର୍ଣ୍ଣହେବନାହିଁ, ନିର୍ଯ୍ୟାତନା ଦିଆଯାଇପାରିବ ନାହିଁ, ସମ୍ମ୍ନାନ କ୍ଷୁର୍ଣହେବାଭଳି ଭାଷା ପ୍ରୟୋଗ ଓ ଆଘାତ ଏବଂ ଦଣ୍ଡବିଧାନ ନକରିବା ଲାଗି ବିଭିନ୍ନ ପରାମର୍ଶମାନ ଦେଇ ସମସ୍ତେ କିପରି ସସମ୍ମାନରସହ ସୁରକ୍ଷିତଭାବେ ରହିପାରିବେ ସେନେଇ ମାନବାଅଧିକାର ଆଇନମାନ ସମ୍ପର୍କରେ ବୁଝାଇଥିଲେ।
ଏହାସହ ପ୍ରଥମଶ୍ରେଣୀ ମାଜିଷ୍ଟେଟ ପୂଜାପ୍ରିୟଦର୍ଶନୀ ପତି, ପୁରୁଷୋତ୍ତମପୁର ଏସ୍‌ଡିପିଓ ରଜନିକାନ୍ତ ସାମଲ ଯୋଗଦେଇ ମାନବଅଧିକାର ଆଇନକଣ ଓ ଏହାକୁ ଉଲଙ୍ଘନ କଲେ କଣହୁଏ ସଥି ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇ ସଚ୍ଚେତନତା କରିଥିଲେ। ଏଥିରେ କଲେଜର ଅଧକ୍ଷ ସୁରେନ୍ଦ୍ରନାଥ ପଣ୍ଡା, ଅଧ୍ୟାପକ ଶୁଶାନ୍ତ କୁମାର ସାହୁ ଅଧ୍ୟାପିକା ସନ୍ଧ୍ୟାରାଣୀ ପାତ୍ରଙ୍କ ସମେତ ବହୁ ଓକିଲ ଉପସ୍ତିତଥିଲେ । ଏହିଅବସରରେ ଛାତ୍ରୀଶୁଭଶ୍ରୀ ବେହେରା ମାନବାଧିକାରକୁ ନେଇ ନିବନ୍ଧକଟିକୁ ଉପସ୍ତାପନ କରିଥିଲେ । ଅତିଥିମାନେ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ରଦେଇ ସମ୍ମାନିତ କରିଥିଲେ।

The post ସମାଜରେ ସସମ୍ମାନର ଅଧିକାର ସହକାରେ ବଞ୍ଚିବାକୁ …. appeared first on Dharitri Odia News.