ସମୁଦ୍ରକୂଳରୁ ମିଳିଲା ଡାଇନୋସରର ପାଦଚିହ୍ନ, ସନ୍ଧାନ ପାଇଲା ମାତ୍ର ୧୦ ବର୍ଷର ଝିଅ

ନୂଆଦିଲ୍ଲୀ: ବ୍ରିଟେନର ସାଉଥ୍‌ ୱେଲ୍ସର ସମୁଦ୍ରକୂଳ। ଅନେକ ରହସ୍ୟରେ ଭରି ରହିଛି ଏହି ଉପକୂଳ ଅଞ୍ଚଳ। ଟେଗାନ ନାମକ ଜଣେ ୧୦ ବର୍ଷର ସ୍କୁଲ ଛାତ୍ରୀ ଛୁଟି ବିତାଇବା ପାଇଁ ତାଙ୍କ ମାଆଙ୍କ ସହିତ ଏହି ସମୁଦ୍ର କୂଳକୁ ବୁଲିବାକୁ ଯାଇଥିଲେ। ଯେତେବେଳେ ସେ ବୁଲୁଥିଲେ, ଠିକ୍‌ ସେହି ସମୟରେ ବାଲି ଉପରେ ଅଜବ ଚିହ୍ନ ଉପରେ ନଜର ପଡ଼ିଥିଲା। ପ୍ରଥମେ ସେ ଭୟଭୀତ ହୋଇପଡ଼ିଥିଲେ। ହେବାବି ସ୍ୱାଭାବିକ, କାହିଁକିନା ବେଳାଭୂମିର ବାଲି ଉପରେ ପଡିଥିବା ଚିହ୍ନଟି ଥିଲା ଡାଇନାସୋରର ପାଦଚିହ୍ନ !  ଏଠାରେ ପାଞ୍ଚଟି ବିଶାଳ ପାଦଚିହ୍ନ ଦେଖିଥିଲେ। ଯେତେବେଳେ ଏହାର ପରୀକ୍ଷଣ କରାଯାଇଥିଲା, ଏହା  ଡାଇନୋସରର ପାଦଚିହ୍ନ ବୋଲି କହିଛନ୍ତି ବିଶେଷଜ୍ଞ। ଯେଉଁ ଜୀବ ୨୦୦ ନିୟୁତ ବର୍ଷ ପୂର୍ବେ ପୃଥିବୀରେ ଥିଲେ।ବିବିସି ରିପୋର୍ଟ ଅନୁଯାୟୀ, ପାଲିଓଣ୍ଟୋଲୋଜିଷ୍ଟ ବା ଜୀବାଶ୍ମ ବିଜ୍ଞାନୀମାନେ ଅନୁମାନ କରିଛନ୍ତି ଯେ ଏହି ପାଦଚିହ୍ନ ହେଉଛି ଡାଇନୋସରର। ଏହି ଚିହ୍ନଗୁଡିକ ବିଶାଳ ଶାକାହାରୀ ଡାଇନୋସର ପ୍ରଜାତିର। ଯାହା ଟ୍ରାୟାସିକ୍ ପିରିୟଡ୍‌ ଶେଷ ଭାଗରେ ସ୍ଥଳଭାଗରେ ବାସ କରୁଥିଲେ। ଏହି ଚିହ୍ନଗୁଡିକ ବିଷୟରେ ଅଧିକ ଯାଞ୍ଚ କରିବାକୁ ପ୍ରୟାସ କରାଯାଉଛି। ନ୍ୟାସନାଲ୍ ମ୍ୟୁଜିୟମ୍ ୱେଲ୍ସ ପାଲିଓଣ୍ଟୋଲୋଜିଷ୍ଟ କ୍ୟୁରେଟର ଟେଗାନ୍ ଏବଂ ତାଙ୍କ ମାତା କ୍ଲେରଙ୍କୁ ଯେ ତାହା ହେଉଛି ପ୍ରକୃତ ଡାଇନୋସରଙ୍କ ପାଦଚିହ୍ନ।ରିପୋର୍ଟ ଅନୁଯାୟୀ, ପାଞ୍ଚଟି ପାଦଚିହ୍ନ ମିଳିଛି ଏ

ସମୁଦ୍ରକୂଳରୁ ମିଳିଲା ଡାଇନୋସରର ପାଦଚିହ୍ନ, ସନ୍ଧାନ ପାଇଲା ମାତ୍ର ୧୦ ବର୍ଷର ଝିଅ

ନୂଆଦିଲ୍ଲୀ: ବ୍ରିଟେନର ସାଉଥ୍‌ ୱେଲ୍ସର ସମୁଦ୍ରକୂଳ। ଅନେକ ରହସ୍ୟରେ ଭରି ରହିଛି ଏହି ଉପକୂଳ ଅଞ୍ଚଳ। ଟେଗାନ ନାମକ ଜଣେ ୧୦ ବର୍ଷର ସ୍କୁଲ ଛାତ୍ରୀ ଛୁଟି ବିତାଇବା ପାଇଁ ତାଙ୍କ ମାଆଙ୍କ ସହିତ ଏହି ସମୁଦ୍ର କୂଳକୁ ବୁଲିବାକୁ ଯାଇଥିଲେ। ଯେତେବେଳେ ସେ ବୁଲୁଥିଲେ, ଠିକ୍‌ ସେହି ସମୟରେ ବାଲି ଉପରେ ଅଜବ ଚିହ୍ନ ଉପରେ ନଜର ପଡ଼ିଥିଲା। ପ୍ରଥମେ ସେ ଭୟଭୀତ ହୋଇପଡ଼ିଥିଲେ। ହେବାବି ସ୍ୱାଭାବିକ, କାହିଁକିନା ବେଳାଭୂମିର ବାଲି ଉପରେ ପଡିଥିବା ଚିହ୍ନଟି ଥିଲା ଡାଇନାସୋରର ପାଦଚିହ୍ନ !  ଏଠାରେ ପାଞ୍ଚଟି ବିଶାଳ ପାଦଚିହ୍ନ ଦେଖିଥିଲେ। ଯେତେବେଳେ ଏହାର ପରୀକ୍ଷଣ କରାଯାଇଥିଲା, ଏହା  ଡାଇନୋସରର ପାଦଚିହ୍ନ ବୋଲି କହିଛନ୍ତି ବିଶେଷଜ୍ଞ। ଯେଉଁ ଜୀବ ୨୦୦ ନିୟୁତ ବର୍ଷ ପୂର୍ବେ ପୃଥିବୀରେ ଥିଲେ।

ବିବିସି ରିପୋର୍ଟ ଅନୁଯାୟୀ, ପାଲିଓଣ୍ଟୋଲୋଜିଷ୍ଟ ବା ଜୀବାଶ୍ମ ବିଜ୍ଞାନୀମାନେ ଅନୁମାନ କରିଛନ୍ତି ଯେ ଏହି ପାଦଚିହ୍ନ ହେଉଛି ଡାଇନୋସରର। ଏହି ଚିହ୍ନଗୁଡିକ ବିଶାଳ ଶାକାହାରୀ ଡାଇନୋସର ପ୍ରଜାତିର। ଯାହା ଟ୍ରାୟାସିକ୍ ପିରିୟଡ୍‌ ଶେଷ ଭାଗରେ ସ୍ଥଳଭାଗରେ ବାସ କରୁଥିଲେ। ଏହି ଚିହ୍ନଗୁଡିକ ବିଷୟରେ ଅଧିକ ଯାଞ୍ଚ କରିବାକୁ ପ୍ରୟାସ କରାଯାଉଛି। ନ୍ୟାସନାଲ୍ ମ୍ୟୁଜିୟମ୍ ୱେଲ୍ସ ପାଲିଓଣ୍ଟୋଲୋଜିଷ୍ଟ କ୍ୟୁରେଟର ଟେଗାନ୍ ଏବଂ ତାଙ୍କ ମାତା କ୍ଲେରଙ୍କୁ ଯେ ତାହା ହେଉଛି ପ୍ରକୃତ ଡାଇନୋସରଙ୍କ ପାଦଚିହ୍ନ।

ରିପୋର୍ଟ ଅନୁଯାୟୀ, ପାଞ୍ଚଟି ପାଦଚିହ୍ନ ମିଳିଛି ଏବଂ ଏହି ଚିହ୍ନଗୁଡିକ ମଧ୍ୟରେ ଦୂରତା ୩-୪ ମିଟର।  ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ପାଦଚିହ୍ନ ବହୁତ ବଡ। ୩୦ ଇଞ୍ଚ ଅର୍ଥାତ୍ ଅର୍ଥା ଅଢେଇ ଫୁଟ। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ଏହା ଏକ ପ୍ରକାର ଡାଇନୋସର ପ୍ରଜାତିର। ଯାହାକୁ ସୋରୋପୋଡୋମର୍ଫା କୁହାଯାଏ। ଟେଗାନ୍ କହିଛନ୍ତି ଯେ ଆମେ ଏହି ବିଶାଳକାୟ ପାଦଚିହ୍ନ ଦେଖି ଫଟୋ ଉଠାଇଥିଲୁ। ମାଆ ଏହାକୁ ମ୍ୟୁଜିୟମକୁ ଇମେଲ କରିଥିଲେ। ପରେ ଏହା ଏକ ଲମ୍ବା ବେକ ପ୍ରଜାତିର ଡାଇନୋସରର ପାଦଚିହ୍ନ ବୋଲି ଜଣାପଡ଼ିଥିଲା।

ଦୀର୍ଘ ୪୦ ବର୍ଷ ଧରି ଡାଇନୋସର ଅନୁସନ୍ଧାନ କରୁଥିବା ସିନ୍ଦି କହିଛନ୍ତି ଯେ ଏହା ସତ୍ୟ ଯେ ଏହା ଲୋପ ପାଇଥିବା ଜୀବର ପାଦଚିହ୍ନ। ଚିହ୍ନକୁ ଦେଖିଲେ ବାମ ଏବଂ ଡାହାଣ ପାଦ ଜଣାପଡୁଛି। ସେମାନଙ୍କ ମଧ୍ୟରେ ସମାନ ଦୂରତା ମଧ୍ୟ ରହିଛି। ଯଦି ଏଗୁଡିକ କେବଳ ଏହିପରି ଛିଦ୍ର ହୋଇଥାନ୍ତା, ତେବେ ସନ୍ଦେହ ହୋଇପାରେ। କିନ୍ତୁ ଏହି ଢାଞ୍ଚା ଏକ ବିରାଟ ପ୍ରାଣୀର ଗତିବିଧିକୁ ସୂଚିତ କରେ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ସନ୍ଧାନ ବୋଲି ସେ କହିଛନ୍ତି। ଏହା ନିଶ୍ଚିତ ଯେ ତୁମେ ଯେଉଁ ସମୁଦ୍ର କୂଳରେ ବୁଲୁଛ, ସେହିଠାରେ ଲକ୍ଷ ଲକ୍ଷ ବର୍ଷ ପୂର୍ବେ ବାସ କରୁଥିଲେ ବିଶାଳକାୟ ପ୍ରାଚୀନ ପ୍ରାଣୀ।