ସମ୍ପତ୍ତି ପାଇଁ ବାପାକୁ ହତ୍ୟା କରି ପୁଅ ଗିରଫ
ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ଅଶୋକ ନଗରରେ ସମ୍ପତ୍ତି ଲୋଭରେ ନିଜର ୭୨ ବର୍ଷୀୟ ବାପାକୁ ଛୁରି ଭୁସି ହତ୍ୟା କରିଛି ପୁଅ। ଡିସିପି ଅପୂର୍ବା ଗୁପ୍ତାଙ୍କ ସୂଚନା ଅନୁସାରେ, ଶନିବାର ସକାଳେ ପୂର୍ବ ଦିଲ୍ଲୀର ନୂଆ ଅଶୋକ ନଗରରେ ଏହି ଘଟଣା ଘଟିଛି। ମହାନଗର ଟେଲିଫୋନ୍ ନିଗମ ଲିଃ (ଏମ୍ଟିଏନ୍ଏଲ୍)ରୁ ଅବସର ନେଇଥିଲେ ଗୌତମ ଠାକୁର (୭୨)। ଘଟଣାଦିନ ସକାଳ ୬ଟା ୧୫ ମିନିଟ୍ରେ ଗୌତମଙ୍କ ସାନ ପୁଅ ମହେଶ ପିସିଆର୍କୁ ଫୋନ୍ କରି ଜଣାଇଥିଲେ ଯେ […]

ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ଅଶୋକ ନଗରରେ ସମ୍ପତ୍ତି ଲୋଭରେ ନିଜର ୭୨ ବର୍ଷୀୟ ବାପାକୁ ଛୁରି ଭୁସି ହତ୍ୟା କରିଛି ପୁଅ। ଡିସିପି ଅପୂର୍ବା ଗୁପ୍ତାଙ୍କ ସୂଚନା ଅନୁସାରେ, ଶନିବାର ସକାଳେ ପୂର୍ବ ଦିଲ୍ଲୀର ନୂଆ ଅଶୋକ ନଗରରେ ଏହି ଘଟଣା ଘଟିଛି। ମହାନଗର ଟେଲିଫୋନ୍ ନିଗମ ଲିଃ (ଏମ୍ଟିଏନ୍ଏଲ୍)ରୁ ଅବସର ନେଇଥିଲେ ଗୌତମ ଠାକୁର (୭୨)। ଘଟଣାଦିନ ସକାଳ ୬ଟା ୧୫ ମିନିଟ୍ରେ ଗୌତମଙ୍କ ସାନ ପୁଅ ମହେଶ ପିସିଆର୍କୁ ଫୋନ୍ କରି ଜଣାଇଥିଲେ ଯେ ତାଙ୍କ ବାପାଙ୍କ ରୁମ୍ରେ ଅସ୍ବାଭାବିକ ଶବ୍ଦ ଶୁଣି ସେ ଦେଖିବାକୁ ଯାଇଥିଲେ। ରୁମ୍ର କବାଟ ଖୋଲିବା ବେଳେ ଦୁଇ ଅଜଣା ଦୁର୍ବୃତ୍ତ ତାଙ୍କୁ ମଧ୍ୟ ଆକ୍ରମଣ କରି ବାହାରକୁ ଦୌଡ଼ି ପଳାଇଥିଲେ। ରୁମ୍ ଭିତରେ ବାପାଙ୍କ ରକ୍ତାକ୍ତ ମୃତଦେହ ପଡ଼ିଛି। ପୁଲିସ ପହଞ୍ଚି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ଅନୁସନ୍ଧାନରେ ନିଜେ ମହେଶ ହିଁ ଏହି ହତ୍ୟା କରିଥିବା ଜଣାପଡ଼ିଥିଲା। ପଚରାଉଚୁରାରେ ମହେଶ ନିଜର ଦୋଷ ସ୍ବୀକାର କରିଛି ଓ ତାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ମହେଶର ବୟାନ ଅନୁସାରେ, ଦୁଇ ବର୍ଷ ପୂର୍ବେ ତାଙ୍କ ବାପା ଏକ ଜମି ବିକ୍ରି କରିଥିଲେ। ବିକ୍ରିଲବ୍ଧ ସମ୍ପତ୍ତି ଟଙ୍କାରେ ତାଙ୍କ ବଡ଼ଭାଇ ନୂଆ ଅଶୋକ ନଗରରେ ଏକ ଘର କିଣିଲେ, କିନ୍ତୁ ତାଙ୍କୁ କିଛି ମିଳିଲା ନାହିଁ। ବର୍ତ୍ତମାନ ବଡ଼ଭାଇ ସହ ମିଶି ବାପା ଆଉ ଏକ ଘର ବିକ୍ରି କରିବାକୁ ଯୋଜନା କରୁଥିବା ଅଭିଯୁକ୍ତ ଜାଣିଥିଲେ। ପରିବାରର ଅନ୍ୟ ସଦସ୍ୟମାନେ ଶୋଇଥିବା ବେଳେ ବାପାଙ୍କୁ ଏକ ବଡ଼ ପରିବା କଟା ଛୁରୀରେ ହତ୍ୟା କରିଥିବା ପୁଲିସ୍ ଆଗରେ ବୟାନ ଦେଇଛନ୍ତି।