ସରିଲା ମାଟ୍ରିକ୍ ଖାତା ମୂଲ୍ୟାୟନ, ବୋର୍ଡ କାର୍ଯ୍ୟାଳୟରେ ପହଞ୍ଚିଲା ଖାତା
କଟକ : ସରିଲା ମାଟ୍ରିକ ପରୀକ୍ଷା ଖାତା ଦେଖା I ଗତ ମାର୍ଚ୍ଚ ୧୫ ତାରିଖରୁ ୫୫ ଟି କେନ୍ଦ୍ରରେ ଚାଲିଥିଲା ମାଟ୍ରିକ ଖାତା ମୂଲ୍ୟାୟନ I ଖାତାଦେଖା ପରେ କଡା ସୁରକ୍ଷା ବଳୟ ମଧ୍ୟରେ ଖାତା ଗୁଡିକୁ ଆଣି କଟକ ବଜ୍ରକବାଟି ସ୍ଥିତ ବୋର୍ଡ କାର୍ଯ୍ୟାଳୟ ମଧ୍ୟରେ ଖାତା ଗୁଡିକୁ ରଖାଯାଇଛି I ତେବେ ଖାତା ଦେଖା ସାରିଥିବା ବେଳେ କେତେକ ପରୀକ୍ଷାର୍ଥୀଙ୍କ ହିନ୍ଦୀ ଓ ସଂସ୍କୃତ ଖାତା ମୁଲ୍ୟାୟନକୁ ନେଇ ଦ୍ୱନ୍ଦ୍ୱ ଉପୁଜି ଥିବା […]

କଟକ : ସରିଲା ମାଟ୍ରିକ ପରୀକ୍ଷା ଖାତା ଦେଖା I ଗତ ମାର୍ଚ୍ଚ ୧୫ ତାରିଖରୁ ୫୫ ଟି କେନ୍ଦ୍ରରେ ଚାଲିଥିଲା ମାଟ୍ରିକ ଖାତା ମୂଲ୍ୟାୟନ I ଖାତାଦେଖା ପରେ କଡା ସୁରକ୍ଷା ବଳୟ ମଧ୍ୟରେ ଖାତା ଗୁଡିକୁ ଆଣି କଟକ ବଜ୍ରକବାଟି ସ୍ଥିତ ବୋର୍ଡ କାର୍ଯ୍ୟାଳୟ ମଧ୍ୟରେ ଖାତା ଗୁଡିକୁ ରଖାଯାଇଛି I ତେବେ ଖାତା ଦେଖା ସାରିଥିବା ବେଳେ କେତେକ ପରୀକ୍ଷାର୍ଥୀଙ୍କ ହିନ୍ଦୀ ଓ ସଂସ୍କୃତ ଖାତା ମୁଲ୍ୟାୟନକୁ ନେଇ ଦ୍ୱନ୍ଦ୍ୱ ଉପୁଜି ଥିବା ସୂଚନା ମିଳିଛି I ଏପରି ସ୍ଥଳେ ପାଖାପାଖି ୫ ହଜାର ପରୀକ୍ଷା ଖାତାକୁ ବୋର୍ଡ କର୍ତ୍ତୃପକ୍ଷଙ୍କ ଅଧୀନରେ ପୁନଃ ମୂଲ୍ୟାୟନ କରାଯିବାକୁ ନିଷ୍ପତି ହୋଇଛି I
ପରୀକ୍ଷା ଖାତା ମୂଲ୍ୟାୟନ ସାରିଥିବା ବେଳେ ଖୁବ ଶୀଘ୍ର ବୋର୍ଡ ପକ୍ଷରୁ ଆରମ୍ଭ ହେବ ଟାବୁଲେସନ ପ୍ରକ୍ରିୟା I ୧୦୦ ନମ୍ବର ବିଶିଷ୍ଟ ହୋଇଥିବା ମାଟ୍ରିକ ପରୀକ୍ଷାରେ ପରୀକ୍ଷାର୍ଥୀ ମାନେ ୫୦ ନମ୍ବର ସବଜେକ୍ଟିଭ ଉତ୍ତର ଦେଇଥିବାବେଳେ ଅବଶିଷ୍ଟ ୫୦ ନମ୍ବର ଓଏମଆର ଅବଜେକ୍ଟିଭ ଉତ୍ତର ଦେଇଥିଲେ I ଓଏମଆର ସିଟ କମ୍ପ୍ୟୁଟରରେ ମୂଲ୍ୟାୟନ ହୋଇଥିବା ବେଳେ ସବଜେକ୍ଟିଭ ଉତ୍ତର ଖାତା ଗୁଡିକ ୫୫ ଟି କେନ୍ଦ୍ରରେ ମୂଲ୍ୟାୟନ ସରିଛି I
ମାଟ୍ରିକ ସହ ମଧ୍ୟମା,ସ୍କ୍ରିପ୍ଟ ଉତ୍ତର ଖାତା ମଧ୍ୟ ସମାନ୍ତରାଳ ଭାବରେ ମୂଲ୍ୟାୟନ ହୋଇଛି I ଚଳିତ ବର୍ଷ ମାଟ୍ରିକ ଖାତା ମୂଲ୍ୟାୟନ ପାଇଁ ୧୫ ହଜାରରୁ ଉର୍ଧ୍ଵ ଶିକ୍ଷକ ନିୟୋଜିତ ହୋଇଥିଲେ I ଏହାବାଦ ପ୍ରତ୍ୟକ ପରୀକ୍ଷା କେନ୍ଦ୍ରରେ ୩ ଜଣ ଲେଖାଏଁ ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତି ହୋଇଥିଲେ I