ସମ୍ପୂର୍ଣ ଅରାଜକତାରେ ଚାଲିଛି ଷଣ୍ଢପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସମାଧାନ ନହେଲେ ଆନ୍ଦୋଳନ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବଡରମା ପଞ୍ଚାୟତ ଷଣ୍ଢପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବେ ସମ୍ପୂର୍ଣ୍ଣ ଅରାଜକତାରେ ଚାଲିଛି। ମୂରବୀ ବିହୀନ ଜଣେ ସ୍ଥାୟୀ ଅଧ୍ୟକ୍ଷ ନଥିବାରୁ ପାଠ ପଢ଼ା ସାଙ୍ଗକୁ ପ୍ରଶାସନିକ ସ୍ତରରେ ମଧ୍ୟ ଘୋର ଆସୁବିଧା ହେଉଥିବା ଅଭିଯୋଗ ହେଉଛି। ଏମିତିକି ଗତ ଯୁକ୍ତ ୨ ବିଜ୍ଞାନରେ ୧୧୧ଜଣ ପରୀକ୍ଷା ଦେଇଥିବା ବେଳେ ୨୭ଜଣ ଛାତ୍ରିଛାତ୍ର ଫେଲ ହୋଇଛନ୍ତି। ଏଥିରୁ ବିଦ୍ୟାଳୟରେ କିପରି ପାଠ ପଢା ଚାଲିଛି, ସ୍ପଷ୍ଟ ଅନୁମେୟ ହେଉଛି। […] The post ସମ୍ପୂର୍ଣ ଅରାଜକତାରେ ଚାଲିଛି ଷଣ୍ଢପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସମାଧାନ ନହେଲେ ଆନ୍ଦୋଳନ appeared first on Odisha.News.

ସମ୍ପୂର୍ଣ ଅରାଜକତାରେ ଚାଲିଛି ଷଣ୍ଢପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସମାଧାନ ନହେଲେ ଆନ୍ଦୋଳନ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବଡରମା ପଞ୍ଚାୟତ ଷଣ୍ଢପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବେ ସମ୍ପୂର୍ଣ୍ଣ ଅରାଜକତାରେ ଚାଲିଛି। ମୂରବୀ ବିହୀନ ଜଣେ ସ୍ଥାୟୀ ଅଧ୍ୟକ୍ଷ ନଥିବାରୁ ପାଠ ପଢ଼ା ସାଙ୍ଗକୁ ପ୍ରଶାସନିକ ସ୍ତରରେ ମଧ୍ୟ ଘୋର ଆସୁବିଧା ହେଉଥିବା ଅଭିଯୋଗ ହେଉଛି। ଏମିତିକି ଗତ ଯୁକ୍ତ ୨ ବିଜ୍ଞାନରେ ୧୧୧ଜଣ ପରୀକ୍ଷା ଦେଇଥିବା ବେଳେ ୨୭ଜଣ ଛାତ୍ରିଛାତ୍ର ଫେଲ ହୋଇଛନ୍ତି। ଏଥିରୁ ବିଦ୍ୟାଳୟରେ କିପରି ପାଠ ପଢା ଚାଲିଛି, ସ୍ପଷ୍ଟ ଅନୁମେୟ ହେଉଛି। ତେବେ ଏହାର ସ୍ଥାୟୀ ପ୍ରତିକାର କରାନଗଲେ ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ଲୋକ ଏବଂ ଅଭିଭାବକ ମାନେ ଜିଲ୍ଲା ପ୍ରଶାସନ ପାଖରେ ଦାବି କରିଛନ୍ତି।
ସୂଚନା ଯୋଗ୍ୟ ଯେ, ଷଣ୍ଢପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗତ ୨୦୨୧ ମସିହାରେ ଆରମ୍ଭ ହୋଇଥିବା ବେଳେ ମାତ୍ର ଜଣେ କେବଳ ଫେଲ୍ ହୋଇଥିଲା। କିନ୍ତୁ ଗତ ଶିକ୍ଷା ବର୍ଷରେ ପାଠ ପଢ଼ା ଏବଂ ପରିଚାଳନା ତ୍ରୁଟି ଯୋଗୁଁ ୧୧୧ ଜଣ ଛାତ୍ରୀ ଛାତ୍ରଙ୍କ ମଧ୍ୟରୁ କେବଳ ୮୪ ଜଣ ପାସ କଲେ ଆଉ ବାକି ୨୭ ଜଣ ଫେଲ ହେଲେ। ବିଦ୍ୟାଳୟରେ ଜଣେ ସ୍ଥାୟୀ ଅଧ୍ୟକ୍ଷ ରହିବା ପାଇଁ ନିୟମ ରହିଥିବା ବେଳେ ବିଭାଗ ଜଣେ ଅସ୍ଥାୟୀ ଅଧ୍ୟକ୍ଷ ଙ୍କୁ ବସେଇ କାମ ଚଳା କାର୍ଯ୍ୟ କରୁଅଛି। ଯଦ୍ୱାରା ବିଦ୍ୟାଳୟ ଠିକରେ ଚାଲି ପାରୁନାହିଁ। କେତେକ ଅଧ୍ୟାପିକା ଏଠାରେ ରହି ଅଧ୍ୟାପନା କରୁଥିବା ବେଳେ କେତେକ ଅନ୍ୟ ସ୍ଥାନରୁ ଆସି ପାଠ ପଢ଼ାଉଛନ୍ତି। ଯଦ୍ୱାରା ଛାତ୍ରୀ ଛାତ୍ର ମାନେ ଅଧ୍ୟୟନ ଠିକରେ କରି ପାରୁନାହାନ୍ତି। ଅଧକ୍ଷଙ୍କୁ ମିଶେଇ ଏଠାରେ ମୋଟ ୭ ଜଣ ଅଧ୍ୟାପିକା ଓ ଅଧ୍ୟାପକ ନିଯୁକ୍ତି ପାଇଥିବା ବେଳେ ନିଜ ନିଜ ଭିତରେ ସୁସମ୍ପର୍କ ନଥିବା ଯୋଗୁଁ ପାଠ ପଢ଼ାରେ ବହୁ ସମସ୍ୟା ଦେଖା ଦେଇଛି। ଅଧକ୍ଷ ପଦରେ ଜଣେ ଅଧ୍ୟାପକ ଦାୟିତ୍ଵ ନିର୍ବାହ କରୁଥିବା ବେଳେ ଅନ୍ୟ ସବୁ ଅଧ୍ୟାପିକା ରହିଛନ୍ତି। ସେଥି ମଧ୍ୟରୁ ଫିଜିକ୍ସ ଅଧ୍ୟାପିକା ନିଲମ୍ବିତ ହୋଇ ଜିଲ୍ଲା କାର୍ଯ୍ୟାଳୟରେ ଅବସ୍ଥାନ କରୁଥିବା ବେଳେ ଅନ୍ୟ ଜଣେ ଗଣିତ ଅଧ୍ୟାପିକା ଅନିର୍ଦ୍ଧିଷ୍ଟ କାଳ ଛୁଟିରେ ରହିଛନ୍ତି। ଏମିତି ଘଡି ସନ୍ଧି ମୁହୂର୍ତ୍ତରେ ପାଠ ପଢା ସାଙ୍ଗକୁ ପ୍ରଶାସନିକ କାର୍ଯ୍ୟ ବହୁ ସମସ୍ୟା ଦେଖା ଯାଉଥିବା ବେଳେ କିଛି ଅଧ୍ୟାପିକା ମନ ଇଚ୍ଛାରେ ସ୍କୁଲ କୁ ଆସୁଛନ୍ତି ଆଉ ମନ ଇଚ୍ଛାରେ ଛୁଟି ପୂର୍ବରୁ ପଳେଇ ଯାଉଛନ୍ତି। ଅଦ୍ୟାବଧି ପିଲାଙ୍କୁ ପ୍ରାକଟିକାଲ କରାଯାଉ ନଥିବା ଅଭିଭାବକ ମାନେ ଅଭିଯୋଗ କରୁଛନ୍ତି। ଜଣେ ହେଲେ କିରାଣୀ କିମ୍ବା ଲବୋରେଟରି ଆସିଷ୍ଟାଣ୍ଟ ନଥିବାରୁ ପ୍ରାକ୍ଟିକଲ୍ ଏବଂ ଅଫିସ କାର୍ଯ୍ୟ ହୋଇ ପାରୁନାହିଁ। ଏବେ ସଂପୂର୍ଣ୍ଣ ଅରାଜକତା ଦେଖାଯାଇଛି। ଅଧ୍ୟକ୍ଷ ଦାୟିତ୍ୱରେ ଥିବା ସନ୍ତୋଷ କୁମାର ପ୍ରଧାନ ଙ୍କୁ ପଚାରିବାରୁ ସେ ଅଧ୍ୟାପିକା ମାନଙ୍କୁ ବାରମ୍ବାର ଠିକ୍ ସମୟରେ ଆସନ୍ତୁ, ଠିକ ସମୟରେ ଯାଆନ୍ତୁ ବୋଲି ତାଗିଦ୍ କରୁଥିଲେ ମଧ୍ୟ ଶୁଣୁ ନଥିବା ସ୍ୱିକରୋକ୍ତି କରିଥିଲେ ଏବଂ ଅସହାୟ ପ୍ରକାଶ କରିଥିଲେ।
ଏସଂକ୍ରାନ୍ତରେ ଜିଲ୍ଲା ଡିବ୍ଲୁଓ ଭାଗିରଥି ପଟେଲଙ୍କ ଯୋଗାଯୋଗ କରି ପଚାରିବାରୁ ଏହାର ଶୀଘ୍ର ସମାଧାନ କରାଯିବ ବୋଲି କହିଥିଲେ।

The post ସମ୍ପୂର୍ଣ ଅରାଜକତାରେ ଚାଲିଛି ଷଣ୍ଢପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସମାଧାନ ନହେଲେ ଆନ୍ଦୋଳନ appeared first on Odisha.News.