ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହେଲା ୧୫ ତମ ଜାତୀୟ ମତଦାତା ଦିବସ

ସମ୍ବଲପୁର:ସମ୍ବଲପୁର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆଜି ୧୫ ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି I ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନ ରେ ତପସ୍ଵିନୀ ପରିସରରୁ ଲକ୍ଷ୍ମୀ ଟକିଜ ପର୍ଯ୍ୟନ୍ତ ଏକ ସଚେତନତା ରାଲିର ଆୟୋଜନ କରାଯାଇଥିଲା I ଛାତ୍ରଛାତ୍ରୀ, ଜନସାଧାରଣ, ପ୍ରଶାସନିକ ଅଧିକାରୀ ପ୍ରମୁଖ ଏହି ରାଲିରେ ଯୋଗ ଦେଇଥିଲେ I ଏଠାରେ ଉପସ୍ଥିତ ଅତିଥିମାନେ ଛାତ୍ରଛାତ୍ରୀଙ୍କ ସହିତ ଜାତୀୟ ମତଦାତା ଦିବସ ପାଳନର ଆଭିମୁଖ୍ୟ ଓ ଭୋଟଦାନ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ […] The post ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହେଲା ୧୫ ତମ ଜାତୀୟ ମତଦାତା ଦିବସ appeared first on Odisha.News.

ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହେଲା ୧୫ ତମ ଜାତୀୟ ମତଦାତା ଦିବସ

ସମ୍ବଲପୁର:ସମ୍ବଲପୁର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆଜି ୧୫ ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି I ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନ ରେ ତପସ୍ଵିନୀ ପରିସରରୁ ଲକ୍ଷ୍ମୀ ଟକିଜ ପର୍ଯ୍ୟନ୍ତ ଏକ ସଚେତନତା ରାଲିର ଆୟୋଜନ କରାଯାଇଥିଲା I ଛାତ୍ରଛାତ୍ରୀ, ଜନସାଧାରଣ, ପ୍ରଶାସନିକ ଅଧିକାରୀ ପ୍ରମୁଖ ଏହି ରାଲିରେ ଯୋଗ ଦେଇଥିଲେ I ଏଠାରେ ଉପସ୍ଥିତ ଅତିଥିମାନେ ଛାତ୍ରଛାତ୍ରୀଙ୍କ ସହିତ ଜାତୀୟ ମତଦାତା ଦିବସ ପାଳନର ଆଭିମୁଖ୍ୟ ଓ ଭୋଟଦାନ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ ।
ଉକ୍ତ ଦିବସ ଉପଲକ୍ଷେ ତପସ୍ଵିନୀ କକ୍ଷ ଠାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି -ଜିଲ୍ଲାପାଳ, ସମ୍ବଲପୁର ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର(ଆଇ.ଏ.ଏସ), ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ସୂଚାରୁ କୁମାର ବଳ, ଉପଜିଲ୍ଲାପାଳ, ସଦର ସମ୍ବଲପୁର- ଡ.ପୁଷ୍ପାଞ୍ଜଳି ପଣ୍ଡା, ଉପଜିଲ୍ଲାପାଳ, ରେଢାଖୋଲ ପ୍ରମୁଖ ମଞ୍ଚାସୀନ ଥିଲେ। ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଣତନ୍ତ୍ରର ମୁଖ୍ୟ ଉପାଦାନ ଭାବେ ନାଗରିକର ମତଦାନ ଅଧିକାର ସାବ୍ୟସ୍ତ ସହ ଭୋଟଦାନ ସମ୍ପର୍କିତ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ କହିଥିଲେI ନାଗରିକଙ୍କୁ ମିଳିଥିବା ମତଦାନର ଅଧିକାର ବ୍ୟବହାର ସହ ଭୋଟ ହାର ବୃଦ୍ଧି କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ I ତତ୍ସହିତ ନୂତନ ଯୁବ ଭୋଟରଙ୍କୁ ଇଲୋକ୍ତ୍ରୋରାଲ ଭୋଟିଙ୍ଗ ସିଷ୍ଟମ ରେ ଅନ୍ତର୍ଭୁକ୍ତ ହେବା ପାଇଁ ପ୍ରୋତ୍ସାହିତ କରିଥିଲେ I ଜାତୀୟ ମତଦାତା ଦିବସ ଉପଲକ୍ଷେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।

The post ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହେଲା ୧୫ ତମ ଜାତୀୟ ମତଦାତା ଦିବସ appeared first on Odisha.News.