ଟ୍ରକ୍ ଚକାତଳେ ଆଶା ଦିଦିଙ୍କ ଶୋଚନୀୟ ମୃତ୍ୟୁ

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଚିିକିତ୍ସାଳୟ ର ମାଧପୁର ସି ଏ ଚ୍ ସି ର ଆଶାକର୍ମୀ କୁମାରୀ ସାହୁ ଜଣେ ଗର୍ଭବତୀ ମହିଳାଙ୍କୁ ଗାଡ଼ିରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ରେ ଭର୍ତ୍ତି କରି କୌଣସି କାରଣ ବଶତଃ ଏକ ସ୍କୁଟି ଯୋଗେ ପଛେ ପଛେ ଚିକିତ୍ସାଳୟ ଯାଉଥିବା ବେଳେ ଥାନାଛକ ନିକଟରେ ଏକ ଟ୍ରକ୍ ସହ ଧକ୍କା ହୋଇ ଚକା ତଳେ ପଡ଼ିଯିବାରୁ ସେଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ରାସ୍ତା […] The post ଟ୍ରକ୍ ଚକାତଳେ ଆଶା ଦିଦିଙ୍କ ଶୋଚନୀୟ ମୃତ୍ୟୁ appeared first on Odisha.News.

ଟ୍ରକ୍ ଚକାତଳେ ଆଶା ଦିଦିଙ୍କ ଶୋଚନୀୟ ମୃତ୍ୟୁ

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଚିିକିତ୍ସାଳୟ ର ମାଧପୁର ସି ଏ ଚ୍ ସି ର ଆଶାକର୍ମୀ କୁମାରୀ ସାହୁ ଜଣେ ଗର୍ଭବତୀ ମହିଳାଙ୍କୁ ଗାଡ଼ିରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ରେ ଭର୍ତ୍ତି କରି କୌଣସି କାରଣ ବଶତଃ ଏକ ସ୍କୁଟି ଯୋଗେ ପଛେ ପଛେ ଚିକିତ୍ସାଳୟ ଯାଉଥିବା ବେଳେ ଥାନାଛକ ନିକଟରେ ଏକ ଟ୍ରକ୍ ସହ ଧକ୍କା ହୋଇ ଚକା ତଳେ ପଡ଼ିଯିବାରୁ ସେଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ରାସ୍ତା ରୋକ୍ କରି କ୍ଷତିପୂରଣ ଦାବୀ କରିଥିଲେ ।ଖବର ପାଇ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କଲା ପରେ ରାସ୍ତାରୋକ ହଟିଥିଲା। ସୂଚନା ମୁତାବକ ଆଶା ଦିଦି ଜଣଙ୍କ ଆଠମଲ୍ଲିକ୍ ବ୍ଲକ୍ ର ସାପଘରା ପଂଚାୟତ ରାଇନାଳି ଗାଁର ବାସିନ୍ଦା ଅଟନ୍ତି। ଆଗରୁ ସ୍ବାମୀ ଙ୍କ ଦେହାନ୍ତ ହୋଇଥିବାବେଳେ , ତାଙ୍କର ଦୁଇଟି ପୁଅ ଅଛନ୍ତି।ବହୁ ସଂଖ୍ୟାରେ ଆଶାକର୍ମୀ ମାନେ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରି କ୍ଷତିପୂରଣ ପାଇଁ ଦାବି କରିଥିଲେ।

The post ଟ୍ରକ୍ ଚକାତଳେ ଆଶା ଦିଦିଙ୍କ ଶୋଚନୀୟ ମୃତ୍ୟୁ appeared first on Odisha.News.