ସମ୍ବଲପୁର ବିଚାରମଞ୍ଚ ପକ୍ଷରୁ ଭାଗୀରଥି ପଟ୍ଟନାୟକ ଓ ଯମ୍ବୁବତୀ ଦେବୀଙ୍କୁ ଶ୍ରଦ୍ଧାଞ୍ଜଳି
ସମ୍ବଲପୁର:ସ୍ୱାଧୀନତା ସଂଗ୍ରାମୀ ଭାଗୀରଥି ପଟ୍ଟନାୟକ ଓ ତାଙ୍କ ଧର୍ମପତ୍ନୀ ପ୍ରଥମ ମହିଳା ସ୍ୱାଧୀନତା ସଂଗ୍ରାମୀ ଯମ୍ବୁବତୀ ଦେବୀଙ୍କ ଜୟନ୍ତୀ ଉପଲକ୍ଷେ ଆଜି ସ୍ଥାନୀୟ ବାଲିବନ୍ଧା ଠାରେ ସାମାଜିକ ଅନୁଷ୍ଠାନ ସମ୍ବଲପୁର ବିଚାର ମଞ୍ଚ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ହୋଇ ଯାଇଛି। ବିଚାର ମଞ୍ଚର ଆବାହକ ବେଣୁଧର ଦାଶଙ୍କ ନେତୃତ୍ୱରେ ଭାଗୀରଥି ପଟ୍ଟନାୟକ ଓ ଯମ୍ବୁବତୀ ଦେବୀଙ୍କ ପ୍ରତିମୂର୍ତ୍ତିରେ ପୂଜାର୍ଚ୍ଚନା କରି ମାଲ୍ୟାର୍ପଣ କରି ତାଙ୍କର ସ୍ମୃତି ଚାରଣ କରାଯାଇଥିଲା ଯେ ଏପରି ମହାନ ସ୍ୱାଧୀନତା ସଂଗ୍ରାମୀ […] The post ସମ୍ବଲପୁର ବିଚାରମଞ୍ଚ ପକ୍ଷରୁ ଭାଗୀରଥି ପଟ୍ଟନାୟକ ଓ ଯମ୍ବୁବତୀ ଦେବୀଙ୍କୁ ଶ୍ରଦ୍ଧାଞ୍ଜଳି appeared first on Odisha.News.

ସମ୍ବଲପୁର:ସ୍ୱାଧୀନତା ସଂଗ୍ରାମୀ ଭାଗୀରଥି ପଟ୍ଟନାୟକ ଓ ତାଙ୍କ ଧର୍ମପତ୍ନୀ ପ୍ରଥମ ମହିଳା ସ୍ୱାଧୀନତା ସଂଗ୍ରାମୀ ଯମ୍ବୁବତୀ ଦେବୀଙ୍କ ଜୟନ୍ତୀ ଉପଲକ୍ଷେ ଆଜି ସ୍ଥାନୀୟ ବାଲିବନ୍ଧା ଠାରେ ସାମାଜିକ ଅନୁଷ୍ଠାନ ସମ୍ବଲପୁର ବିଚାର ମଞ୍ଚ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ହୋଇ ଯାଇଛି। ବିଚାର ମଞ୍ଚର ଆବାହକ ବେଣୁଧର ଦାଶଙ୍କ ନେତୃତ୍ୱରେ ଭାଗୀରଥି ପଟ୍ଟନାୟକ ଓ ଯମ୍ବୁବତୀ ଦେବୀଙ୍କ ପ୍ରତିମୂର୍ତ୍ତିରେ ପୂଜାର୍ଚ୍ଚନା କରି ମାଲ୍ୟାର୍ପଣ କରି ତାଙ୍କର ସ୍ମୃତି ଚାରଣ କରାଯାଇଥିଲା ଯେ ଏପରି ମହାନ ସ୍ୱାଧୀନତା ସଂଗ୍ରାମୀ ଦମ୍ପଦି ଯିଏ କି ନିଜର ପରିବାର ଏବଂ ସୁଖ ଶାନ୍ତି କୁ ଶ୍ରଦ୍ଧାଞ୍ଜଳି ଦେଇ ଦେଶ ମାତୃକାର ମୁକ୍ତିପାଇଁ ବର୍ଷ ବର୍ଷ ଧରି କାରାବରଣ କରି ଅସୀମ ତ୍ୟାଗ କରିଥିଲେ।ଏହା ସମାଜର ସମସ୍ତ ଶ୍ରେଣୀର ଲୋକଙ୍କୁ ପ୍ରେରିତ କରିବ ବୋଲି ମଞ୍ଚର ଆବାହକ କହିଥିଲେ। ଏହି କାର୍ଯ୍ୟକ୍ରମ ରେ ଅମୂଲ୍ୟ ମିଶ୍ର, ବିରେନ୍ଦ୍ର ରାଏ, ସୁବାଷ ମିଶ୍ର, ଅର୍ଣ୍ଣପୁର୍ଣ୍ଣା ବାରିକ , ଶକୁନ୍ତଳା ମହାପାତ୍ର, ଋନୁ ପ୍ରଧାନ, ପ୍ରଦୋଷ ମହାନ୍ତି, ଶୁଭ୍ରଥ ପଣ୍ଡା, ଦୁର୍ଗା ମାଧବ ମିଶ୍ର, ମହେଶ ଶର୍ମା, ଦିଲୀପ କୁଅଁର, ସୁଭାଷ ନନ୍ଦ, ଦିବ୍ୟରଞ୍ଜନ ମିଶ୍ର, କିଶୋର ମୁଣ୍ଡା, ମହମ୍ମଦ ଇସାକ,ସୁକେଶ ସିଂ,ସଞ୍ଜୟ ବର୍ମା, ବିନୟ ବହିଦାର,ଦିଲୀପ ଗୁରୁ ପ୍ରମୁଖ ଅନେକ ସାମାଜିକ କର୍ମୀ ଉପସ୍ଥିତ ଥିଲେ।
The post ସମ୍ବଲପୁର ବିଚାରମଞ୍ଚ ପକ୍ଷରୁ ଭାଗୀରଥି ପଟ୍ଟନାୟକ ଓ ଯମ୍ବୁବତୀ ଦେବୀଙ୍କୁ ଶ୍ରଦ୍ଧାଞ୍ଜଳି appeared first on Odisha.News.