ସମ୍ବଲପୁର ଲୋକସଭା କ୍ଷେତ୍ରରେ ପ୍ରଚାର କଲେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ

ସମ୍ବଲପୁର : ଆସନ୍ତା ୨୫ ତାରିଖରେ ସମ୍ୱଲପୁର ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେବ। ୩ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ପ୍ରାର୍ଥୀ ଘୋଷଣା କରିଛନ୍ତି। ଏଥି ସହ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଦଳ ଗୁଡିକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି।ସମ୍ବଲପୁର ଲୋକସଭା କ୍ଷେତ୍ରର କୁଚିଣ୍ଡା ବାମରାରେ ପ୍ରଚାର କରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଏହି ଅବସରରେ କୁଚିଣ୍ଡା, ବାମରା, ଜମନକିରା ବ୍ଲକ ବିକାଶର ଚିଠା ଦେଇଛନ୍ତି । କୁଚିଣ୍ଡା ନିର୍ବାଚନମଣ୍ଡଳିର ବିକାଶ […]

ସମ୍ବଲପୁର ଲୋକସଭା କ୍ଷେତ୍ରରେ ପ୍ରଚାର କଲେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ
Senior BJD leader Karthik Pandian campaigned in Sambalpur Lok Sabha constituency

ସମ୍ବଲପୁର : ଆସନ୍ତା ୨୫ ତାରିଖରେ ସମ୍ୱଲପୁର ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେବ। ୩ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ପ୍ରାର୍ଥୀ ଘୋଷଣା କରିଛନ୍ତି। ଏଥି ସହ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଦଳ ଗୁଡିକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି।ସମ୍ବଲପୁର ଲୋକସଭା କ୍ଷେତ୍ରର କୁଚିଣ୍ଡା ବାମରାରେ ପ୍ରଚାର କରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଏହି ଅବସରରେ କୁଚିଣ୍ଡା, ବାମରା, ଜମନକିରା ବ୍ଲକ ବିକାଶର ଚିଠା ଦେଇଛନ୍ତି । କୁଚିଣ୍ଡା ନିର୍ବାଚନମଣ୍ଡଳିର ବିକାଶ ପାଇଁ ୨୯ କୋଟି ଟଙ୍କା ଦିଆଯାଇଛି । ୫୦ ହଜାର ଚାଷୀ ପରିବାରଙ୍କୁ କାଳିଆ ସହାୟତା ମିଳୁଥିବାବେଳେ ୨ ହଜାର ୪ ଶହ ମିଶନଶକ୍ତି ମା’ ୧୩୫କୋଟି ଟଙ୍କା ପାଇଛନ୍ତି । ୭୦ ହଜାର ୫ଶହ ପରିବାର BSKYରେ ସାମିଲ ହୋଇଛନ୍ତି । କୁଚିଣ୍ଡାର ୫୦ପଞ୍ଚାୟତକୁ ଗଡୁଛି ୧୩ ଲକ୍ଷ୍ମୀ ବସ୍ । ନିର୍ବାଚନମଣ୍ଡଳିର ବିକାଶ ପାଇଁ ମୁଖ୍ଯମନ୍ତ୍ରୀ ଦୁଇ ନେତାଙ୍କୁ ପଠାଛନ୍ତି । ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବଡ଼ ଭୋଟ ବ୍ଯବଧାନରେ ଜିତାଇବାକୁ ପାଣ୍ଡିଆନ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ମାଗଣା ବିଜୁଳି ନେଇ ପ୍ରଥମେ ଦସ୍ତଖତ କରିବେ । ସମସ୍ତେ BSKYରେ ସାମିଲ ହେବା ନେଇ ଦ୍ୱିତୀୟ ଦସ୍ତଖତ ସହ ତୃତୀୟ ଦସ୍ତଖତ ମିଶନଶକ୍ତି ମା’ଙ୍କୁ ପେନସନ ପାଇଁ କରିବେ ବୋଲି ପାଣ୍ଡିଆନ ପ୍ରତିଶୃତି ଦେଇଛନ୍ତି । ବିଜେପିର ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରି ପାଣ୍ଡିଆନ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଏଠାରେ ଛିଡା ହୋଇଥିଲେ ମଧ୍ୟ ସେ କିଛି କାମ କରିବେନି । ୧୦ବର୍ଷ ଧରି କେନ୍ଦ୍ରମନ୍ତ୍ରୀ ଥିଲେ ବି ବିକାଶ ପାଇଁ କୌଣସି ପଦକ୍ଷେପ ନେଇନାହାନ୍ତି । ଦରଦାମ ବୃଦ୍ଧି କମାଇବାକୁ ପ୍ରତିଶୃତି ଦେଇ ବିଜେପି ସରକାର ପେଟ୍ରୋଲ, ଡିଜେଲ, ଗ୍ଯାସ ଦର ବୃଦ୍ଧି କରିବାରେ ଲାଗିଛି ।

ବିଜେପିର ନୀତି ହେଉଛି କାମ କରିବନି କି କରାଇଦେବନି । ଏଣୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ ପାଣ୍ଡିଆନ । ସ୍ଥାନୀୟ ଅଞ୍ଚଳରେ ଲଙ୍କା ଚାଷ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ସମ୍ପର୍କରେ ପାଣ୍ଡିଆନ ସୂଚନା ଦେଇଥିଲେ । ପ୍ରଚାର ସଭାରେ ବିଜେଡିର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ସମେତ ବିଧାନସଭା ପ୍ରାର୍ଥୀ ଉପସ୍ଥିତ ରହି ବିଶାଳ ଜନସଭାକୁ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଅଭିଭାଷଣରେ ବିକାଶର ଚିତ୍ର ରଖିଛନ୍ତି ପ୍ରଣବ । ପ୍ରଣବ କହିଛନ୍ତି, ମୁଖ୍ଯମନ୍ତ୍ରୀ ଯାହା କୁହନ୍ତି ତାହା କରନ୍ତି । ବିଜୁଳି ଦର ବୃଦ୍ଧି ନେଇ ଲୋକ ହଇରାଣ ହେଉଥିବାବେଳେ ୧୦୦ ୟୁନିଟ ମାଗଣା ବିଜୁଳି ଦେବାକୁ ମୁଖ୍ଯମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଜୁଲାଇମାସରୁ ବିଜୁଳି ବିଲରୁ ମୁକ୍ତି ମିଳିବ ।