ସମ୍ବଲପୁରୀ ଗାୟିକା ରୁକ୍ସାନା ବାନୋଙ୍କ ମୃତ୍ୟୁ ଘଟଣା: ଗାୟକଙ୍କ ବିରୋଧରେ ଏତଲା ଦେଲେ ମା’, ଭଉଣୀ
ଭବାନୀପାଟଣା,୨୩।୯ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାର ଜଣାଶୁଣା ସମ୍ବଲପୁରୀ ଗାୟିକା ତଥା ଅଭିନେତ୍ରୀ ରୁକ୍ସାନା ବାନୋ (୨୭)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ମୃତ୍ୟୁ ହୋଇଥିଲା। ସ୍କ୍ରବ ଟାଇଫସରେ ତାଙ୍କ ମୃତ୍ୟୁ ହେଇଥିବା ଡାକ୍ତର କହୁଥିବା ବେଳେ ତାଙ୍କ ପରିବାର ଲୋକେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି। ବଲାଙ୍ଗୀରରେ ଆଲବମ ଶୁଟିଂ ସମୟରେ ରୁକ୍ସାନାଙ୍କୁ ଖାଇବା ପାଇଁ ଖାଦ୍ୟ ଓ ପିଇବା ପାଇଁ ଦିଆଯାଇଥିବା ଜୁସରେ ସ୍ଲୋ ପଏଜନ ଦିଆଯାଇ […] The post ସମ୍ବଲପୁରୀ ଗାୟିକା ରୁକ୍ସାନା ବାନୋଙ୍କ ମୃତ୍ୟୁ ଘଟଣା: ଗାୟକଙ୍କ ବିରୋଧରେ ଏତଲା ଦେଲେ ମା’, ଭଉଣୀ appeared first on Dharitri Odia News.
ଭବାନୀପାଟଣା,୨୩।୯ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାର ଜଣାଶୁଣା ସମ୍ବଲପୁରୀ ଗାୟିକା ତଥା ଅଭିନେତ୍ରୀ ରୁକ୍ସାନା ବାନୋ (୨୭)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ମୃତ୍ୟୁ ହୋଇଥିଲା। ସ୍କ୍ରବ ଟାଇଫସରେ ତାଙ୍କ ମୃତ୍ୟୁ ହେଇଥିବା ଡାକ୍ତର କହୁଥିବା ବେଳେ ତାଙ୍କ ପରିବାର ଲୋକେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି। ବଲାଙ୍ଗୀରରେ ଆଲବମ ଶୁଟିଂ ସମୟରେ ରୁକ୍ସାନାଙ୍କୁ ଖାଇବା ପାଇଁ ଖାଦ୍ୟ ଓ ପିଇବା ପାଇଁ ଦିଆଯାଇଥିବା ଜୁସରେ ସ୍ଲୋ ପଏଜନ ଦିଆଯାଇ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ମା ଓ ଭଉଣୀ । ଏହି ଘଟଣାରେ ସମ୍ବଲପୁରୀ ଗାୟକ ରୁକୁ ସୁନା ଓ ତାଙ୍କ ୨ ସହଯୋଗୀଙ୍କ ହାତ ରହିଥିବା ଅଭିଯୋଗ ଆଣି ସୋମବାର ସାରେ ଭବାନୀପାଟଣା ଟାଉନ ଥାନାରେ ଏତଲା ଦେଇଛନ୍ତି। ଏହି ଏତଲାକୁ ସ୍ଥାନୀୟ ଆଇଆଇସି ଯଶୋବନ୍ତ ହିଆଲ ଗ୍ରହଣ କରିଛନ୍ତି।
The post ସମ୍ବଲପୁରୀ ଗାୟିକା ରୁକ୍ସାନା ବାନୋଙ୍କ ମୃତ୍ୟୁ ଘଟଣା: ଗାୟକଙ୍କ ବିରୋଧରେ ଏତଲା ଦେଲେ ମା’, ଭଉଣୀ appeared first on Dharitri Odia News.