ସମ୍ବଲପୁରୀ ଧନୁଯାତ୍ରା ୨ୟ ଦିବସ :କଂସ କଲେ ଅଷ୍ଟମଲ୍ଲଙ୍କୁ ସ୍ମରଣ:ପୁତ୍ନାକୁ ଗୋପପୁର ପ୍ରେରଣ
ସମ୍ବଲପୁର:ଦେବ୍କୀ ଙ୍କର ଅଷ୍ଟମ ଗର୍ଭରୁ ଶ୍ରୀକୃଷ୍ଣ ଙ୍କର ଜନ୍ମ ପରେ ମାୟାପତି ଶ୍ରୀହରି ବିଷ୍ଣୁଙ୍କର ଦିବ୍ୟ ଦର୍ଶନଓ ଶ୍ରୀହରି ଆଦେଶରେଶ୍ରୀ ହରିଙ୍କୁ ବସୁଦେବ ଗୋପପୁରକେ ନେବା ଦୃଶ୍ୟ ଓ ପ୍ରତି ଚରିତ୍ର ଙ୍କ ଅଭିନୟରେ ଦର୍ଶକ ହୋଇଯାଇଥିଲେ ନିରବ ନିଶ୍ଚଳ। ବସୁଦେବ ଗୋପପୁରରୁ ଯୋଗମାୟା କୁ ଜେଲ ଭିତରକୁ ଆଣିବା ଓ କଂସ ଅଷ୍ଟମ ଗର୍ଭର ଛୁଆ ଯୋଗମାୟା କୁ ମରିବାପାଇଁ ଯେଭଳି ଚେଷ୍ଟା କରିଛନ୍ତି ସେଥିରେ କଂସ ମୃତ୍ୟୁର ଚେତାବନୀ ଦର୍ଶକଙ୍କୁ ବିମୋହିତ କରି ରଖିଥିଲା।କଂସ […] The post ସମ୍ବଲପୁରୀ ଧନୁଯାତ୍ରା ୨ୟ ଦିବସ :କଂସ କଲେ ଅଷ୍ଟମଲ୍ଲଙ୍କୁ ସ୍ମରଣ:ପୁତ୍ନାକୁ ଗୋପପୁର ପ୍ରେରଣ appeared first on Odisha.News.

ସମ୍ବଲପୁର:ଦେବ୍କୀ ଙ୍କର ଅଷ୍ଟମ ଗର୍ଭରୁ ଶ୍ରୀକୃଷ୍ଣ ଙ୍କର ଜନ୍ମ ପରେ ମାୟାପତି ଶ୍ରୀହରି ବିଷ୍ଣୁଙ୍କର ଦିବ୍ୟ ଦର୍ଶନଓ ଶ୍ରୀହରି ଆଦେଶରେଶ୍ରୀ ହରିଙ୍କୁ ବସୁଦେବ ଗୋପପୁରକେ ନେବା ଦୃଶ୍ୟ ଓ ପ୍ରତି ଚରିତ୍ର ଙ୍କ ଅଭିନୟରେ ଦର୍ଶକ ହୋଇଯାଇଥିଲେ ନିରବ ନିଶ୍ଚଳ।
ବସୁଦେବ ଗୋପପୁରରୁ ଯୋଗମାୟା କୁ ଜେଲ ଭିତରକୁ ଆଣିବା ଓ କଂସ ଅଷ୍ଟମ ଗର୍ଭର ଛୁଆ ଯୋଗମାୟା କୁ ମରିବାପାଇଁ ଯେଭଳି ଚେଷ୍ଟା କରିଛନ୍ତି ସେଥିରେ
କଂସ ମୃତ୍ୟୁର ଚେତାବନୀ ଦର୍ଶକଙ୍କୁ ବିମୋହିତ କରି ରଖିଥିଲା।କଂସ ତାର ଅଷ୍ଟମଲ୍ଲ କେ ସ୍ମରଣା କରିବା ପରେ ଜଣେ ପରେ ଜଣେ ଅଷ୍ଟମଲ୍ଲ କଂସ ମହାରାଜାଙ୍କୁ ଭେଟି ସେମାନଙ୍କ ସମର୍ଥନ ଦେଇଥିଲେ। ଏହି ଦୃଶ୍ୟ ଏକ ରଣଭୂମିର ପୂର୍ବ ପ୍ରସ୍ତୁତି ପରି ମଞ୍ଚ ଦୋହଲି ପଡିଥିଲା।ଶେଷରେ ପୁତନା କୁ କଂସ ମହାରାଜା ଗୋପପୁର୍ ପଠାଇବା ଦୃଶ୍ୟନ୍ତର ପରେ ଦ୍ଵିତୀୟ ଦିନର ସମ୍ବଲପୁରୀ ଧନୁ ଯାତରା ପରଦା ପଡିଲା ସିନା ତୃତୀୟ ଦିବସର ଉତ୍କଣ୍ଠା ଦର୍ଶକ ମୁହଁରେ ବାରି ହୋଇପଡୁଥିଲା।
ଏହି ଅବସରରେ ଆଜି ରାଜକୀୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ସମ୍ବଲପୁର ଜିଲ୍ଲା ସଭାପତି ଇଂ. ରୋହିତ ପୂଝାରୀ ଓ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳ ଯୋଗଦେଇ ରାସ୍ତା ଘାଟର ସମସ୍ୟା, ଚାଷୀଙ୍କ ଦୁର୍ଦଶା, ପାନୀୟ ଜଳର ସମସ୍ୟା ସହିତ ସମ୍ବଲପୁରୀ ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ମାନ୍ୟତା ଦେବାକୁ ମହାରାଜ କଂସଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମହାରାଜ କଂସଙ୍କ ନିମନ୍ତ୍ରଣରେ କମିଟି ସଭାପତି ସଞ୍ଜୟ ବାବୁ ଏହାକୁ ସଂଯୋଜନା କରିଥିବା ବେଳେ ସହ ସମ୍ପାଦକ ଦୁଷ୍ମନ୍ତ କୁମାର ପଣ୍ଡା ଓ କୋଷାଧ୍ୟକ୍ଷ ନିଶିକାନ୍ତ ବିଶ୍ୱାଳ ଅତିଥି ସ୍ୱାଗତ କରିଥିଲେ। ଏହି ଅବସରରେ ମହାରାଜା କଂସ ରାଜକୀୟ ଅତିଥି ମାନଙ୍କୁ ସମ୍ବର୍ଦ୍ଦିତ କରିଥିଲେ।
ଦ୍ଵିତୀୟ ଦିବସରେ କୃଷ୍ଣ ଚନ୍ଦ୍ର ବାଗଙ୍କ ସଂଯୋଜନାରେ ଝଙ୍କାର ଡେନ୍ସ ଗ୍ରୁପ ଓ ଜାଗୃତି ବିଦ୍ୟା ମନ୍ଦିରର ନୃତ୍ୟ ଶିଳ୍ପୀ ମାନେ ବିଭିନ୍ନ ନୃତ୍ୟ ପରିବେଷଣ କରିଥିବା ବେଳେ ଅଙ୍କିତ ଷଡ଼ଙ୍ଗୀ, ଦମୟନ୍ତୀ ଦୋରା, ମୃତ୍ୟୁଞ୍ଜୟ ସାହାଣୀ ଓ ଅରୁଣ ରାଜନ ସଂଗୀତ ପରିବେଷଣ କରିଥିଲେ। ଏହି ଦ୍ଵିତୀୟ ରାଜନୀର କାର୍ଯ୍ୟକ୍ରମର ମଞ୍ଚ ପରିଚଳନା କରିଥିଲେ ସତ୍ୟ ନାରାୟଣ ସାହୁ ଓ ଅଜୟ ନାଥ।
ସେହିପରି ଆଜି ଆଜି ଭଗବାନ ଶ୍ରୀକୃଷ ମଥୁରାରେ ଜନ୍ମ ହେଲା ପରେ ବାସୁଦେବ କୃଷ୍ଣ ଙ୍କୁ ଗୋପପୁର ନେଇ ଆସିଥେଲେ ସେହି ଖୁସି ରେ ବନ୍ଦିତା ନାୟକ ଭାଗବତ ପାରାୟଣ ଅନୁଷ୍ଠିତ ହୋଇ ଥିଲା କମିଟି ର ସଭାପତି ଆଦିତ୍ୟ ପ୍ରସାଦ ନାୟକ ଦୀପ ପ୍ରଜ୍ୱଳନ କରି ଥିଲେ ଓ କମିଟି ର ସମ୍ପାଦକ ଅତିଥି ପରିଚୟ କରିଥିଲେ ଓ ସଭା କାର୍ଯ୍ୟ ପରିଚାଳନା କରିଥିଲେ। ସଭା ରେ କମିଟି ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।ସଭାପତି ବନ୍ଦିତା ନାୟକ ଙ୍କୁ ମାନପତ୍ର ଦେଇ ସାମ୍ମନ୍ୱିତ କରାଯାଇଥିଲା।
The post ସମ୍ବଲପୁରୀ ଧନୁଯାତ୍ରା ୨ୟ ଦିବସ :କଂସ କଲେ ଅଷ୍ଟମଲ୍ଲଙ୍କୁ ସ୍ମରଣ:ପୁତ୍ନାକୁ ଗୋପପୁର ପ୍ରେରଣ appeared first on Odisha.News.