ସମ୍ଭଲରୁ ମିଳିଲା ୧୫୦ ବର୍ଷର ପୁରୁଣା କୂଅ, ସୁଡ଼ଙ୍ଗ
ସମ୍ଭଲ, ୨୩।୧୨: ଉତ୍ତରପ୍ରଦେଶର ସମ୍ଭଲସ୍ଥିତ ଚନ୍ଦୌସିଠାରେ ରବିବାର ଏକ ଜମିକୁ ଖନନ କରାଯାଉଥିବାବେଳେ ୧୫୦ ବର୍ଷର ପୁରୁଣା ଏକ ବିଶାଳକାୟ ପାହାଚ ବିଶିଷ୍ଟ କୂଅ ମିଳିଛି। ସେହିପରି ଜେସିବି ମେଶିନ ଦ୍ୱାରା ଉକ୍ତ କୂଅକୁ ଖନନ କରିବା ପରେ ସେଠାରୁ ପ୍ରାଚୀନ ଏବଂ ଗଭୀର ସୁଡ଼ଙ୍ଗ ଆବିଷ୍କୃତ ହୋଇଛି। ଖନନ ସମୟରେ ଘଟଣାସ୍ଥଳରେ ସମ୍ଭଲ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକ(ଏସ୍ପି) ଉପସ୍ଥିତ ଥିଲେ। ସେହିପରି ଖନନ ସମୟରେ କିଛି ପ୍ରାଚୀନ ଫାଟକ ମଧ୍ୟ ମିଳିଥିବା ଜିଲାପାଳ କହିଛନ୍ତି। ଚନ୍ଦୌସି […] The post ସମ୍ଭଲରୁ ମିଳିଲା ୧୫୦ ବର୍ଷର ପୁରୁଣା କୂଅ, ସୁଡ଼ଙ୍ଗ appeared first on Dharitri Odia News.
ସମ୍ଭଲ, ୨୩।୧୨: ଉତ୍ତରପ୍ରଦେଶର ସମ୍ଭଲସ୍ଥିତ ଚନ୍ଦୌସିଠାରେ ରବିବାର ଏକ ଜମିକୁ ଖନନ କରାଯାଉଥିବାବେଳେ ୧୫୦ ବର୍ଷର ପୁରୁଣା ଏକ ବିଶାଳକାୟ ପାହାଚ ବିଶିଷ୍ଟ କୂଅ ମିଳିଛି। ସେହିପରି ଜେସିବି ମେଶିନ ଦ୍ୱାରା ଉକ୍ତ କୂଅକୁ ଖନନ କରିବା ପରେ ସେଠାରୁ ପ୍ରାଚୀନ ଏବଂ ଗଭୀର ସୁଡ଼ଙ୍ଗ ଆବିଷ୍କୃତ ହୋଇଛି। ଖନନ ସମୟରେ ଘଟଣାସ୍ଥଳରେ ସମ୍ଭଲ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକ(ଏସ୍ପି) ଉପସ୍ଥିତ ଥିଲେ। ସେହିପରି ଖନନ ସମୟରେ କିଛି ପ୍ରାଚୀନ ଫାଟକ ମଧ୍ୟ ମିଳିଥିବା ଜିଲାପାଳ କହିଛନ୍ତି। ଚନ୍ଦୌସି ତହସିଲଦାରଙ୍କ ଅନୁଯାୟୀ, ପ୍ରାଚୀନ ପାହାଚ ବିଶିଷ୍ଟ କୂଅ ଏକ ସରକାରୀ ସ୍ଥାନରୁ ମିଳିଛି। ୧୮୫୭ ସିପାହି ବିଦ୍ରୋହ ସମୟରେ ବ୍ରିଟିଶ୍ ମାନଙ୍କଠାରୁ ରକ୍ଷା ପାଇବା ପାଇଁ ବିପ୍ଲବୀମାନେ ଉକ୍ତ ସୁଡ଼ଙ୍ଗକୁ ବ୍ୟବହାର କରୁଥିଲେ। ପ୍ରକାଶ ଯେ, ଗତ ସପ୍ତାହରେ ଜବରଦଖଲ ଉଚ୍ଛେଦ ଅଭିଯାନ ଅନ୍ତର୍ଗତ ସମ୍ଭଲ ଜିଲା ପ୍ରଶାସନ ପକ୍ଷରୁ ଦୀପା ସରାୟ ଅଞ୍ଚଳରେ ବନ୍ଦ ହୋଇ ପଡ଼ିଥିବା ୪୬ ବର୍ଷ ତଳର ଏକ ପ୍ରାଚୀନ ଶିବ ମନ୍ଦିରକୁ ଖୋଲା ଯାଇଥିଲା। ଏବେ ଏହି ମନ୍ଦିରକୁ ଦୈନିକ ଅନେକ ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଆସି ପୂଜାର୍ଚ୍ଚନା କରୁଛନ୍ତି।
The post ସମ୍ଭଲରୁ ମିଳିଲା ୧୫୦ ବର୍ଷର ପୁରୁଣା କୂଅ, ସୁଡ଼ଙ୍ଗ appeared first on Dharitri Odia News.