ହରିୟାଣାକୁ ହରାଇ ଇତିହାସ ରଚିଲା ଓଡ଼ିଶା ପୁରୁଷ ହକି ଦଳ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର: ଜାତୀୟ ହକି ପ୍ରତିଯୋଗିତାରେ ଇତିହାସ ରଚିଲା ଓଡ଼ିଶା ପୁରୁଷ ହକି ଦଳ। ତାମିଲନାଡୁରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ହରିୟାଣାକୁ ୫-୧ ଗୋଲରେ ପରାସ୍ତ କରି ଓଡ଼ିଶା ପ୍ରଥମ ଥର ଜାତୀୟ ସିନିୟର ପୁରୁଷ ହକି ଚାମ୍ପିୟନଶିପରେ ବିଜୟୀ ହୋଇଛି। ଏଥି ସହିତ ଓଡ଼ିଶା ଦଳ ସ୍ବର୍ଣ୍ଣ ପଦକ ଜିତିଛି। ଓଡ଼ିଶା ହକି ଦଳର ଏହି ସଫଳତାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ଫାଇନାଲ ମ୍ୟାଚ୍ରେ ଓଡ଼ିଶା ପକ୍ଷରୁ ଲାକ୍ରା ସିଲାନନ୍ଦ ସର୍ବାଧିକ ୩ଟି ଗୋଲ୍ ଦେଇଥିବା ବେଳେ ରଜକ ଆକାଶ ତିର୍କୀ ଓ ଲାକ୍ରା ପ୍ରତାପ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ହରିୟାଣା ପକ୍ଷରୁ ଏକମାତ୍ର ଗୋଲ ଜୋଗିନ୍ଦର ସିଂହ ଦେଇଥିଲେ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଓଡ଼ିଶା ହକି ଦଳକୁ ୧୪ତମ ହକି ଇଣ୍ଡିଆ ସିନିୟର ପୁରୁଷ ଜାତୀୟ ଚାମ୍ପିଅନଶିପ ୨୦୨୪ରେ ନିଜର ପ୍ରଥମ ଐତିହାସିକ ବିଜୟ ପାଇଁ ଅଭିନନ୍ଦନ। ଆଜି ହରିୟାଣା ଉପରେ ପ୍ରଭାବଶାଳୀ ବିଜୟ ଓଡ଼ିଶା ହକି ଦଳର ଏକ ବଡ଼ ଉପଲବ୍ଧି। ନିଃସନ୍ଦେହ ରାଜ୍ୟରେ ହକି ଖେଳାଳିଙ୍କ ଆଗାମୀ ପିଢିକୁ ଏହି ସଫଳତା ପ୍ରେରିତ କରିବ। ପ୍ରଥମ କ୍ବାର୍ଟରରେ ଯୁବ ଖେଳାଳି ରଜତ ଆକାଶ ତିର୍କୀ ଗୋଟିଏ ଗୋଲ ସ୍କୋର କରି ଓଡ଼ିଶାକୁ ଅଗ୍ରଣୀ କରାଇଥିଲେ। ପରେ ଦ୍ବିତୀୟ କ୍ବାର୍ଟରେ ଉଭୟ ଦଳ ପକ୍ଷରୁ କୌଣସି ଗୋଲ୍ ହୋଇନଥିଲା। ଓଡ଼ିଶା ୧-୦ରେ ଅଗ୍ରଣୀ ରହିଥିଲା। ତୃତୀୟ କ୍ବାର୍ଟରରେ ଲାକ
ଭୁବନେଶ୍ଵର: ଜାତୀୟ ହକି ପ୍ରତିଯୋଗିତାରେ ଇତିହାସ ରଚିଲା ଓଡ଼ିଶା ପୁରୁଷ ହକି ଦଳ। ତାମିଲନାଡୁରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ହରିୟାଣାକୁ ୫-୧ ଗୋଲରେ ପରାସ୍ତ କରି ଓଡ଼ିଶା ପ୍ରଥମ ଥର ଜାତୀୟ ସିନିୟର ପୁରୁଷ ହକି ଚାମ୍ପିୟନଶିପରେ ବିଜୟୀ ହୋଇଛି। ଏଥି ସହିତ ଓଡ଼ିଶା ଦଳ ସ୍ବର୍ଣ୍ଣ ପଦକ ଜିତିଛି। ଓଡ଼ିଶା ହକି ଦଳର ଏହି ସଫଳତାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ଫାଇନାଲ ମ୍ୟାଚ୍ରେ ଓଡ଼ିଶା ପକ୍ଷରୁ ଲାକ୍ରା ସିଲାନନ୍ଦ ସର୍ବାଧିକ ୩ଟି ଗୋଲ୍ ଦେଇଥିବା ବେଳେ ରଜକ ଆକାଶ ତିର୍କୀ ଓ ଲାକ୍ରା ପ୍ରତାପ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ହରିୟାଣା ପକ୍ଷରୁ ଏକମାତ୍ର ଗୋଲ ଜୋଗିନ୍ଦର ସିଂହ ଦେଇଥିଲେ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଓଡ଼ିଶା ହକି ଦଳକୁ ୧୪ତମ ହକି ଇଣ୍ଡିଆ ସିନିୟର ପୁରୁଷ ଜାତୀୟ ଚାମ୍ପିଅନଶିପ ୨୦୨୪ରେ ନିଜର ପ୍ରଥମ ଐତିହାସିକ ବିଜୟ ପାଇଁ ଅଭିନନ୍ଦନ। ଆଜି ହରିୟାଣା ଉପରେ ପ୍ରଭାବଶାଳୀ ବିଜୟ ଓଡ଼ିଶା ହକି ଦଳର ଏକ ବଡ଼ ଉପଲବ୍ଧି। ନିଃସନ୍ଦେହ ରାଜ୍ୟରେ ହକି ଖେଳାଳିଙ୍କ ଆଗାମୀ ପିଢିକୁ ଏହି ସଫଳତା ପ୍ରେରିତ କରିବ।
ପ୍ରଥମ କ୍ବାର୍ଟରରେ ଯୁବ ଖେଳାଳି ରଜତ ଆକାଶ ତିର୍କୀ ଗୋଟିଏ ଗୋଲ ସ୍କୋର କରି ଓଡ଼ିଶାକୁ ଅଗ୍ରଣୀ କରାଇଥିଲେ। ପରେ ଦ୍ବିତୀୟ କ୍ବାର୍ଟରେ ଉଭୟ ଦଳ ପକ୍ଷରୁ କୌଣସି ଗୋଲ୍ ହୋଇନଥିଲା। ଓଡ଼ିଶା ୧-୦ରେ ଅଗ୍ରଣୀ ରହିଥିଲା। ତୃତୀୟ କ୍ବାର୍ଟରରେ ଲାକ୍ରା ପ୍ରତାପ ଗୋଲ ଦେଇ ଓଡ଼ିଶାକୁ ୨-୦ରେ ଆଗୁଆ କରାଇଥିଲେ। ସେହିଭଳି ୪ର୍ଥ କ୍ବାର୍ଟରରେ ଲାକ୍ରା ସିଲାନନ୍ଦ ବ୍ୟକ୍ତିଗତ ତୃତୀୟ ଗୋଲ୍ ଦେଇ ଓଡ଼ିଶାର ବିଜୟ ସୁନିଶ୍ଚିତ କରିଥିଲେ। ହରିୟାଣା ଦଳ ପକ୍ଷରୁ ୪ର୍ଥ କ୍ବାର୍ଟରରେ ଜୋଗିନ୍ଦର ସିଂହ ଗୋଲ ଦେଇ ଦଳକୁ ପ୍ରତ୍ୟାବର୍ତ୍ତନ କରାଇବାକୁ ଚେଷ୍ଟା କରିଥିଲେ। ଶେଷରେ ହରିୟାଣାକୁ ୫-୧ରେ ହରାଇ ଓଡ଼ିଶା ଇତିହାସ ରଚିଛି।
ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ହକି ଇଣ୍ଡିଆର ସଭାପତି ଥିବା ଦିଲ୍ଲୀପ ତିର୍କୀ ଦୀର୍ଘ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ବର୍ଷର ପ୍ରତୀକ୍ଷାର ହେଲା ଅନ୍ତ। ଇତିହାସ ରଚିଲା ଆମ ଓଡ଼ିଶା ପୁରୁଷ ହକି ଦଳ। ହକି ଇଣ୍ଡିଆ ଜାତୀୟ ବରିଷ୍ଠ ପୁରୁଷ ହକି ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ଶକ୍ତିଶାଳୀ ହରିଆଣାକୁ ୧-୫ ଗୋଲ ବ୍ୟବଧାନରେ ପରାସ୍ତ କରି ପ୍ରଥମ ଥର ପାଇଁ ଚମ୍ପିୟାନ ହୋଇଛି ଆମ ଓଡ଼ିଶା।ଏହି ଐତିହାସିକ ସଫଳତା ପାଇଁ ଓଡ଼ିଶା ଦଳକୁ ଅଭିନନ୍ଦନ ଜଣାଉଛି।