ପାଟଣା ରେଞ୍ଜରେ ହାତୀ ପାଇଁ ଟେନ୍‌ସନ୍, ଭୟଭୀତ ନହେବାକୁ ବନବିଭାଗର ପରାମର୍ଶ

ପାଟଣା ୧୪/ ୧୦: ୨୮ ଟିକିଆ ହାତୀ ପଲଙ୍କ ଉପଦ୍ରବ । ତୁରୁମୁଙ୍ଗା କେନ୍ଦେଇପଶି ରାସ୍ତା ଅବରୋଧ । ପାଟଣା ରେଞ୍ଜ କେନ୍ଦେଇପଶି ନିକଟରେ ଡେରା ପକାଇଛନ୍ତି ହାତୀ ପଲ । ସୋମବାର ସକାଳୁ ତୁରୁମୁଙ୍ଗା କେନ୍ଦେଇପଶି ରାସ୍ତାକୁ କିଛି ସମୟ ପାଇଁ ଜାମ୍‌ କରିଦେଇଥିଲେ ହାତୀ ପଲ । ଫଳରେ ରାସ୍ତାରେ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା । ସେଠାରୁ ନିହ୍ନୁଆ ଗାଁ ନିକଟକୁ ପଶିଥିଲେ ହାତୀ ପଲ । ଦଳବଳ ହୋଇ ମାଡି ଆସୁଥିବା ହାତୀପଲଙ୍କୁ ଦେଖି ଭୟରେ ଦୌଡି ପଳାଇଥିଲେ ଗାଁ ଲୋକ । ଫସଲ ଓ ଜୀବନ ହାନି ଭୟପରେ ହାତୀପଲଙ୍କୁ ଘଉଡାଇବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । ବନବିଭାଗ କହିଛି ହାତୀପଲଙ୍କ ଉପରେ ନଜର ରଖାଯାଇଛି । କେହି ଭୟଭୀତ ହୁଅନ୍ତୁ ନାହିଁ । ଘଉଡାଇବାର ବ୍ୟବସ୍ଥା କରାଯିବ ।  

ପାଟଣା ରେଞ୍ଜରେ ହାତୀ ପାଇଁ ଟେନ୍‌ସନ୍, ଭୟଭୀତ ନହେବାକୁ ବନବିଭାଗର ପରାମର୍ଶ

ପାଟଣା ୧୪/ ୧୦: ୨୮ ଟିକିଆ ହାତୀ ପଲଙ୍କ ଉପଦ୍ରବ । ତୁରୁମୁଙ୍ଗା କେନ୍ଦେଇପଶି ରାସ୍ତା ଅବରୋଧ । ପାଟଣା ରେଞ୍ଜ କେନ୍ଦେଇପଶି ନିକଟରେ ଡେରା ପକାଇଛନ୍ତି ହାତୀ ପଲ । ସୋମବାର ସକାଳୁ ତୁରୁମୁଙ୍ଗା କେନ୍ଦେଇପଶି ରାସ୍ତାକୁ କିଛି ସମୟ ପାଇଁ ଜାମ୍‌ କରିଦେଇଥିଲେ ହାତୀ ପଲ । ଫଳରେ ରାସ୍ତାରେ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା । 

ସେଠାରୁ ନିହ୍ନୁଆ ଗାଁ ନିକଟକୁ ପଶିଥିଲେ ହାତୀ ପଲ । ଦଳବଳ ହୋଇ ମାଡି ଆସୁଥିବା ହାତୀପଲଙ୍କୁ ଦେଖି ଭୟରେ ଦୌଡି ପଳାଇଥିଲେ ଗାଁ ଲୋକ । ଫସଲ ଓ ଜୀବନ ହାନି ଭୟପରେ ହାତୀପଲଙ୍କୁ ଘଉଡାଇବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । ବନବିଭାଗ କହିଛି ହାତୀପଲଙ୍କ ଉପରେ ନଜର ରଖାଯାଇଛି । କେହି ଭୟଭୀତ ହୁଅନ୍ତୁ ନାହିଁ । ଘଉଡାଇବାର ବ୍ୟବସ୍ଥା କରାଯିବ ।