ସରକାର ଗଠନକୁ ନେଇ ବଡ଼ ଘୋଷଣା କଲେ ଫାରୁକ ଅବଦୁଲ୍ଲା
ଶ୍ରୀନଗର,୭।୧୦: ଜମ୍ମୁ କଶ୍ମୀର ନ୍ୟାଶନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା ଏକ ବଡ଼ ବୟାନଦେଇଛନ୍ତି। ସେ କହିଛନ୍ତି, ଆମେ କୌଣସି ସମୟରେ ଭାଜପା ସହିତ ଯିବୁ ନାହିଁ। ଏକଜିଟ ପୋଲ ସହ ଜଡିତ ପ୍ରଶ୍ନ ଉପରେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏକଜିଟ ପୋଲ ମଧ୍ୟ ଭୁଲ ପ୍ରମାଣିତ ହୋଇପାରେ। ତେଣୁ, ଫଳାଫଳ ପରେ ହିଁ କିଛି କହିବା ଠିକ ହେବ। ଏଥର ନ୍ୟଶସନାଲ କନଫରେନ୍ସ ଜମ୍ମୁ କଶ୍ମୀରରେ କଂଗ୍ରେସ ସହିତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା […] The post ସରକାର ଗଠନକୁ ନେଇ ବଡ଼ ଘୋଷଣା କଲେ ଫାରୁକ ଅବଦୁଲ୍ଲା appeared first on Dharitri Odia News.
ଶ୍ରୀନଗର,୭।୧୦: ଜମ୍ମୁ କଶ୍ମୀର ନ୍ୟାଶନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା ଏକ ବଡ଼ ବୟାନଦେଇଛନ୍ତି। ସେ କହିଛନ୍ତି, ଆମେ କୌଣସି ସମୟରେ ଭାଜପା ସହିତ ଯିବୁ ନାହିଁ। ଏକଜିଟ ପୋଲ ସହ ଜଡିତ ପ୍ରଶ୍ନ ଉପରେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏକଜିଟ ପୋଲ ମଧ୍ୟ ଭୁଲ ପ୍ରମାଣିତ ହୋଇପାରେ। ତେଣୁ, ଫଳାଫଳ ପରେ ହିଁ କିଛି କହିବା ଠିକ ହେବ।
ଏଥର ନ୍ୟଶସନାଲ କନଫରେନ୍ସ ଜମ୍ମୁ କଶ୍ମୀରରେ କଂଗ୍ରେସ ସହିତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ଅଧିକାଂଶ ଏକଜିଟ ପୋଲ୍ରେ କଂଗ୍ରେସ-ଏନସି ସର୍ବାଧିକ ସିଟ ପାଇବାକୁ ଦର୍ଶାଉଛି। ତେବେ ମତଦାନରେ କେହି ସଂଖ୍ୟାଗରିଷ୍ଠତା ହାସଲ କରୁଥିବା ଜଣାପଡିଛି ନାହିଁ। ଏଭଳି ପରିସ୍ଥିତିରେ ରାଜ୍ୟରେ ଝୁଲା ବିଧାନସଭା ହେବାର ସମ୍ଭାବନା ରହିଛି।
ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରରେ ତିନିଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଅକ୍ଟୋବର ୮ରେ ହରିୟାଣା ଓ ଜମ୍ମୁ-କଶ୍ମୀରର ଫଳାଫଳ ଆସୁଛି । ଏକଜିଟ ପୋଲ ପରେ ପିଡିପି ମୁଖ୍ୟ ମେହବୁବା ମୁଫତି ଘୋଷଣା କରିଛନ୍ତି ଯେ ସେ ଭାଜପାକୁ ରୋକିବା ପାଇଁ କଂଗ୍ରେସକୁ ସମର୍ଥନ କରିପାରନ୍ତି।
The post ସରକାର ଗଠନକୁ ନେଇ ବଡ଼ ଘୋଷଣା କଲେ ଫାରୁକ ଅବଦୁଲ୍ଲା appeared first on Dharitri Odia News.