ସରକାରକୁ ଘେରୁ ଘେରୁ ପଦାରେ ପଡିଲା ବିଜେଡି ଫାଟ : ପ୍ରସଙ୍ଗ ଗୋଟିଏ ,ହେଲେ ଦୁଇଟି ସାମ୍ବାଦିକ ସମ୍ମିଳନୀ
କନକବ୍ୟୁରୋ : ସେପଟେ ଖୋର୍ଧାରେ ଯୋଜନା ଘୋଷଣା ହେଉଥିବାବେଳେ ଏପଟେ ମୁଖ୍ୟ ବିରୋଧୀ ଦଳ ବିଜେଡିରେ ଦେଖିବାକୁ ମିଳିଛି ରୋଚକ ପରିସ୍ଥିତି । ଗୋଟିଏ ପ୍ରସଙ୍ଗରେ ବିଜେଡିର ଦୁଇ ଦୁଇଟି ସାମ୍ବାଦିକ ସମ୍ମିଳନୀ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଗୋଟିଏ ପ୍ରସଙ୍ଗ, କିନ୍ତୁ ହେଲେ ଦୁଇଟି ସାମ୍ବାଦିକ ସମ୍ମିଳନୀ । ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି । କାର୍ଯ୍ୟକ୍ରମକୁ କାଂଉଟର କରିବାକୁ ବିଜେଡି ବି ପ୍ରସ୍ତୁତ ହେଉଥିଲା । ହେଲେ ଗୋଟିଏ ପ୍ରସଙ୍ଗରେ ବିଜେଡି ଦୁଇ ନେତାଙ୍କ ଭିନ୍ନ ଭିନ୍ନ ପ୍ରେସମିଟ ଚର୍ଚାକୁ ଆସିଛି । ସରକାରକୁ ଘେରିବାକୁ ଯାଇ ବିଜେଡିର ଦୁଇ ନେତା ଅଲଗା ଅଲଗା ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ନୂଆ ସରକାରକୁ କଟାକ୍ଷ ଓ ନିଶାନା କରୁଛନ୍ତି । ଅରୁଣ ସାହୁ କହୁଛନ୍ତି, ସରକାର ବିକଳାଙ୍ଗ ଯୋଜନା କଲେ । ନୂଆ ଯୋଜନାରେ ପୋଲିଓ ରୋଗ ହେଲାଣି । ରାଜା ସ୍ବାଇଁ କହୁଛନ୍ତି , ଯୋଜନାରେ ଅନୁଦାନକୁ କମାଇ ଦିଆଗଲା । ଯାହାଫଳରେ ଗାଁରେ ଅସନ୍ତୋଷ ବଢିଲାଣି । ବିଜେଡି ରାଜନୀତିରେ ରାଜା ସ୍ବାଇଁ ଓ ଅରୁଣ ସାହୁ ହେଉଛନ୍ତି ଗୁରୁ ଶିଷ୍ୟ । ହେଲେ ଦୁଇ ନେତା କାହିଁକି ଭିନ୍ନ ଭିନ୍ନ ପ୍ରେସମିଟ କରିଥିଲେ? କାହାର ପ୍ରେସମିଟକୁ ମୋହର ମାରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ? ସରକାରଙ୍କୁ ଘେରୁ ଘେରୁ ଦୁଇଫାଳ ହୋଇଗଲା କି ବିଜେଡି ? ଗଣମାଧ୍ୟମ

କନକବ୍ୟୁରୋ : ସେପଟେ ଖୋର୍ଧାରେ ଯୋଜନା ଘୋଷଣା ହେଉଥିବାବେଳେ ଏପଟେ ମୁଖ୍ୟ ବିରୋଧୀ ଦଳ ବିଜେଡିରେ ଦେଖିବାକୁ ମିଳିଛି ରୋଚକ ପରିସ୍ଥିତି । ଗୋଟିଏ ପ୍ରସଙ୍ଗରେ ବିଜେଡିର ଦୁଇ ଦୁଇଟି ସାମ୍ବାଦିକ ସମ୍ମିଳନୀ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଗୋଟିଏ ପ୍ରସଙ୍ଗ, କିନ୍ତୁ ହେଲେ ଦୁଇଟି ସାମ୍ବାଦିକ ସମ୍ମିଳନୀ । ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି । କାର୍ଯ୍ୟକ୍ରମକୁ କାଂଉଟର କରିବାକୁ ବିଜେଡି ବି ପ୍ରସ୍ତୁତ ହେଉଥିଲା । ହେଲେ ଗୋଟିଏ ପ୍ରସଙ୍ଗରେ ବିଜେଡି ଦୁଇ ନେତାଙ୍କ ଭିନ୍ନ ଭିନ୍ନ ପ୍ରେସମିଟ ଚର୍ଚାକୁ ଆସିଛି ।
ସରକାରକୁ ଘେରିବାକୁ ଯାଇ ବିଜେଡିର ଦୁଇ ନେତା ଅଲଗା ଅଲଗା ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ନୂଆ ସରକାରକୁ କଟାକ୍ଷ ଓ ନିଶାନା କରୁଛନ୍ତି । ଅରୁଣ ସାହୁ କହୁଛନ୍ତି, ସରକାର ବିକଳାଙ୍ଗ ଯୋଜନା କଲେ । ନୂଆ ଯୋଜନାରେ ପୋଲିଓ ରୋଗ ହେଲାଣି । ରାଜା ସ୍ବାଇଁ କହୁଛନ୍ତି , ଯୋଜନାରେ ଅନୁଦାନକୁ କମାଇ ଦିଆଗଲା । ଯାହାଫଳରେ ଗାଁରେ ଅସନ୍ତୋଷ ବଢିଲାଣି ।
ବିଜେଡି ରାଜନୀତିରେ ରାଜା ସ୍ବାଇଁ ଓ ଅରୁଣ ସାହୁ ହେଉଛନ୍ତି ଗୁରୁ ଶିଷ୍ୟ । ହେଲେ ଦୁଇ ନେତା କାହିଁକି ଭିନ୍ନ ଭିନ୍ନ ପ୍ରେସମିଟ କରିଥିଲେ? କାହାର ପ୍ରେସମିଟକୁ ମୋହର ମାରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ? ସରକାରଙ୍କୁ ଘେରୁ ଘେରୁ ଦୁଇଫାଳ ହୋଇଗଲା କି ବିଜେଡି ? ଗଣମାଧ୍ୟମ କାହା ପ୍ରେସମିଟକୁ ଗ୍ରହଣ କରିବେ ? ଏଭଳି କିଛି ପ୍ରଶ୍ନ ଏବେ ରାଜନତୈକି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଚର୍ଚ୍ଚା ହେଉଛି, ନିର୍ବାଚନ ହାରିବା ପରେ ବିଜେଡିରେ ସମନ୍ବୟର ଅଭାବ ରହିଛି ?