ସରକାରଙ୍କ ଅପାରଗତା ଯୋଗୁଁ ରାଜ୍ୟ ଅପରାଧୀଙ୍କ ଧରାସ୍ୱର୍ଗ ପାଲଟିଛି: ବିଜେଡି

ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଘଟଣାରେ ଚୋର ଧରାପଡ଼ି ନଥିବା ବେଳେ ଗତକାଲି ରାତିରେ ଆଉଥରେ ସେହି ଅଞ୍ଚଳରେ ଚୋର ପଶିବାକୁ ନେଇ ବିଜୁ ଜନତା ଦଳ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି ବୋଲି କହିବା ସହିତ ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଏପରି ଘଟୁଛି ବୋଲି ଅଭିଯୋଗ କରିଛି। ଉଲ୍ଲେଖଯୋଗ୍ୟ, ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ହେବା ପରେ ମୁଖ୍ୟମନ୍ତ୍ରୀ […]

ସରକାରଙ୍କ ଅପାରଗତା ଯୋଗୁଁ ରାଜ୍ୟ ଅପରାଧୀଙ୍କ ଧରାସ୍ୱର୍ଗ ପାଲଟିଛି: ବିଜେଡି
state has become a haven for criminals due to the government's incompetence: BJD

ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଘଟଣାରେ ଚୋର ଧରାପଡ଼ି ନଥିବା ବେଳେ ଗତକାଲି ରାତିରେ ଆଉଥରେ ସେହି ଅଞ୍ଚଳରେ ଚୋର ପଶିବାକୁ ନେଇ ବିଜୁ ଜନତା ଦଳ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି ବୋଲି କହିବା ସହିତ ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଏପରି ଘଟୁଛି ବୋଲି ଅଭିଯୋଗ କରିଛି। ଉଲ୍ଲେଖଯୋଗ୍ୟ, ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ଘଟଣାକୁ ଗୁରୁତ୍ୱ ଦେଇ ଚୋର ଶୀଘ୍ର ଧରାପଡିବ ବୋଲି କହିଥିଲେ ସୁଦ୍ଧା, ସେପରି କିଛି ହୋଇ ନାହିଁ। ଅପରପକ୍ଷରେ ଗତକାଲି ରାତିରେ ଆଉଥରେ ସେହି ଅଞ୍ଚଳରେ ଚୋର ପସିଥିଲା, ଯାହା ଚିନ୍ତାର ବିଷୟ ହୋଇଛି।

ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ସୁଲତା ଦେଓ କହିଥିଲେ, ବର୍ତ୍ତମାନ ଅପରାଧୀ ମାନେ ଖୋଲାଖୋଲି ସିଷ୍ଟମକୁ ଚ୍ୟାଲେଞ୍ଜ ଦେଉଛନ୍ତି, ଯାହା ଅତ୍ୟନ୍ତ ସାଙ୍ଘାତିକ କଥା। ଯେତେବେଳେ ପ୍ରଧାନମନ୍ତ୍ରୀ ଓଡିଶା ଆସୁଛନ୍ତି ଓ ଭୁବନେଶ୍ୱରରେ ୮୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି, ସେହି ସମୟରେ ରାଜଧାନୀର ରାଜରାସ୍ତାରେ ବିଭତ୍ସ ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଲା। ସେହିପରି ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମ ପାଇଁ ରାଜଧାନୀର ସୁରକ୍ଷା ବ୍ୟବସ୍ଥା କଡାକଡି ଥିବାବେଳେ ସମ୍ଭ୍ରାନ୍ତ ଅଞ୍ଚଳରେ ଚୋରି ହେଉଛି। ଚୋର ପୁଲିସ ବାହିନୀକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଉଛି। ଯଦି ପ୍ରଥମ ଚୋରି ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବାରେ ସକ୍ଷମ ହୋଇଥାନ୍ତା, ଚୋର ଆଉଥରେ ପଶିବାକୁ ଉଦ୍ୟମ କରିନଥାନ୍ତା। ସରକାରଙ୍କ ଅପାରଗତାର ପରିଣାମ ସ୍ୱରୂପ ଆଜି ଓଡିଶା ଅପରାଧୀଙ୍କ ଧରାସ୍ୱର୍ଗ ପାଲଟିଛି ବୋଲି ଶ୍ରୀମତୀ ଦେଓ କହିଥିଲେ।