ସରକାରଙ୍କ ପ୍ରସ୍ତାବକୁ ବିରୋଧ, କଂଗ୍ରେସ୍ ଦେଲା ନୋଟିସ୍
ନୂଆଦିଲ୍ଲୀ, ୦୮।୦୮: ୱାକଫ ବୋର୍ଡ ଆଇନ୍ ସଂଶୋଧନ ବିଲକୁ ନେଇ ବିରୋଧ କରିବ କଂଗ୍ରେସ । ପାର୍ଟି ଏମ୍ପି ଇମ୍ରାନ ମାସୁଦ କହିଛନ୍ତି ଯେ ୱାକଫ ଆଇନ୍ ସଂଶୋଧନ ବିଲକୁ ସଂସଦରେ ବିରୋଧ କରାଯିବ। ଏଥି ସହ କର୍ଣ୍ଣାଟକ ସିଏମ ସିଦ୍ଧରମୈୟା କହିଛନ୍ତି ଯେ, ଏନଡିଏ ସରକାର ସଂଖ୍ୟାଲଘୁଙ୍କ ବିରୁଦ୍ଧରେ ଅଛନ୍ତି। ସେମାନେ ଧର୍ମନିରପେକ୍ଷତା ଏବଂ ସାମାଜିକ ନ୍ୟାୟ ସପକ୍ଷରେ ନାହାଁନ୍ତି। ଏଥି ସହ କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ କହିଛନ୍ତି ଯେ ଏହି ବିଲ ଆଣିବା […] The post ସରକାରଙ୍କ ପ୍ରସ୍ତାବକୁ ବିରୋଧ, କଂଗ୍ରେସ୍ ଦେଲା ନୋଟିସ୍ appeared first on Dharitri Odia News.
ନୂଆଦିଲ୍ଲୀ, ୦୮।୦୮: ୱାକଫ ବୋର୍ଡ ଆଇନ୍ ସଂଶୋଧନ ବିଲକୁ ନେଇ ବିରୋଧ କରିବ କଂଗ୍ରେସ । ପାର୍ଟି ଏମ୍ପି ଇମ୍ରାନ ମାସୁଦ କହିଛନ୍ତି ଯେ ୱାକଫ ଆଇନ୍ ସଂଶୋଧନ ବିଲକୁ ସଂସଦରେ ବିରୋଧ କରାଯିବ। ଏଥି ସହ କର୍ଣ୍ଣାଟକ ସିଏମ ସିଦ୍ଧରମୈୟା କହିଛନ୍ତି ଯେ, ଏନଡିଏ ସରକାର ସଂଖ୍ୟାଲଘୁଙ୍କ ବିରୁଦ୍ଧରେ ଅଛନ୍ତି। ସେମାନେ ଧର୍ମନିରପେକ୍ଷତା ଏବଂ ସାମାଜିକ ନ୍ୟାୟ ସପକ୍ଷରେ ନାହାଁନ୍ତି। ଏଥି ସହ କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ କହିଛନ୍ତି ଯେ ଏହି ବିଲ ଆଣିବା ପୂର୍ବରୁ ସରକାର ମୁସଲମାନ ସଂଗଠନ ସହ କଥା ହେବା ଉଚିତ୍। ଯଦି ସରକାରଙ୍କ ଉଦ୍ଦେଶ୍ୟ ଠିକ ଅଛି, ତେବେ ପ୍ରଥମେ ବିଲ ଉପରେ ଆଲୋଚନା ହେବା ଉଚିତ୍।
ୱାକଫ ବୋର୍ଡକୁ ନିୟନ୍ତ୍ରଣ କରୁଥିବା ଆଇନରେ ସଂଶୋଧନ ସହ ଲୋକସଭାରେ ଏନେଇ ବିଲ ଆଗତ ହେବାକୁ କଂଗ୍ରେସ ବିରୋଧ କରୁଛି। ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଗୃହ କାର୍ଯ୍ୟ ଆରମ୍ଭ ପୂର୍ବରୁ ଗୁରୁବାର ସକାଳେ କଂଗ୍ରେସ ସାଂସଦମାନଙ୍କର ଏକ ବୈଠକ ଡାକିଥିଲେ । ଯେଉଁଥିରେ ୱାକଫ ବିଲ ସହିତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। କଂଗ୍ରେସ ସାଂସଦ କେ.ସି ଭେନୁଗୋପାଲ ଏବଂ ହିବି ଇଡେନ ଲୋକସଭାରେ ଏହି ବିଲ ଆଗତ ହେବାକୁ ବିରୋଧ କରିବାକୁ ନିୟମ ୭୨ ଅନୁଯାୟୀ ଏକ ନୋଟିସ ଦେଇଛନ୍ତି।
ଇଡେନ ତାଙ୍କ ନୋଟିସ୍ରେ ଲେଖିଛନ୍ତି ଯେ ସେ ଏହି ବିଲ ପ୍ରଣୟନକୁ ବିରୋଧ କରୁଛନ୍ତି । କାରଣ ଏହା ଅସାମ୍ବିଧାନିକ । ଆଜି ସଂସଦର ତଳଗୃହରେ ମୁସଲିମ ୱାକଫ (ରଦ୍ଦ) ବିଲ ପ୍ରରିବର୍ତ୍ତନ କରିବାକୁ ପ୍ରସ୍ତାବ ଆଗତ ହେବାର କାର୍ଯ୍ୟସୂଚୀ ରହିଛି ।
The post ସରକାରଙ୍କ ପ୍ରସ୍ତାବକୁ ବିରୋଧ, କଂଗ୍ରେସ୍ ଦେଲା ନୋଟିସ୍ appeared first on Dharitri Odia News.