ସରକାରଙ୍କ ବଡ଼ ଘୋଷଣା: ବରଗଡ଼ ଧନୁଯାତ୍ରା ସ୍ଥାୟୀ ରାଜମହଲ ନିର୍ମାଣ ପାଇଁ ୧୨ କୋଟି ୭୯ଲକ୍ଷ ଟଙ୍କା ମଞ୍ଜୁର

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ସର୍ବବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ସ୍ଥାୟୀ ରାଜ ମହଲ ନିର୍ମାଣ ପାଇଁ ରାଜ୍ୟ ସରକାର ୧୨କୋଟି ୭୯ଲକ୍ଷ ୩୧ହଜାର ୯ଶହ ଟଙ୍କା ମଞ୍ଜୁର କରିଛନ୍ତି। ବରଗଡ଼ ବିଧାୟକ ଅଶ୍ବିନୀ କୁମାର ଷଡଙ୍ଗୀ ତାଙ୍କ ଫେସ୍‌ବୁକ ଆକାଉଣ୍ଟ ପେଜରେ ଏହି ସୂଚନା ଦେଇଛନ୍ତି। ଏଥିପାଇଁ ବିଧାୟକ ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ କୃତଜ୍ଞତା ଜଣାଇବା ସହିତ ଏହା ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରାକୁ ଆହୁରି ଭବ୍ୟ ଓ […] The post ସରକାରଙ୍କ ବଡ଼ ଘୋଷଣା: ବରଗଡ଼ ଧନୁଯାତ୍ରା ସ୍ଥାୟୀ ରାଜମହଲ ନିର୍ମାଣ ପାଇଁ ୧୨ କୋଟି ୭୯ଲକ୍ଷ ଟଙ୍କା ମଞ୍ଜୁର appeared first on Dharitri Odia News.

ସରକାରଙ୍କ ବଡ଼ ଘୋଷଣା: ବରଗଡ଼ ଧନୁଯାତ୍ରା ସ୍ଥାୟୀ ରାଜମହଲ ନିର୍ମାଣ ପାଇଁ ୧୨ କୋଟି ୭୯ଲକ୍ଷ ଟଙ୍କା ମଞ୍ଜୁର

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ସର୍ବବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ସ୍ଥାୟୀ ରାଜ ମହଲ ନିର୍ମାଣ ପାଇଁ ରାଜ୍ୟ ସରକାର ୧୨କୋଟି ୭୯ଲକ୍ଷ ୩୧ହଜାର ୯ଶହ ଟଙ୍କା ମଞ୍ଜୁର କରିଛନ୍ତି। ବରଗଡ଼ ବିଧାୟକ ଅଶ୍ବିନୀ କୁମାର ଷଡଙ୍ଗୀ ତାଙ୍କ ଫେସ୍‌ବୁକ ଆକାଉଣ୍ଟ ପେଜରେ ଏହି ସୂଚନା ଦେଇଛନ୍ତି।

ଏଥିପାଇଁ ବିଧାୟକ ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ କୃତଜ୍ଞତା ଜଣାଇବା ସହିତ ଏହା ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରାକୁ ଆହୁରି ଭବ୍ୟ ଓ ସମୃଦ୍ଧ କରିବ ବୋଲି ସେ କହିଛନ୍ତି। ବରଗଡ଼ ନିଶାମଣି ହାଇସ୍କୁଲ ପଡ଼ିଆରେ ରାଜମହଲ ନିର୍ମାଣ କରାଯିବା ନେଇ ପ୍ରସ୍ତାବ ରହିଛି ବୋଲି ଏନେଇ ପ୍ରକାଶିତ ଚିଠିରେ ଉଲ୍ଲେଖ ରହିଛି।

The post ସରକାରଙ୍କ ବଡ଼ ଘୋଷଣା: ବରଗଡ଼ ଧନୁଯାତ୍ରା ସ୍ଥାୟୀ ରାଜମହଲ ନିର୍ମାଣ ପାଇଁ ୧୨ କୋଟି ୭୯ଲକ୍ଷ ଟଙ୍କା ମଞ୍ଜୁର appeared first on Dharitri Odia News.