ସରକାରଙ୍କ ବଡ଼ ନିଷ୍ପତ୍ତି, ମହିଳାଙ୍କୁ ପ୍ରତି ମାସରେ ମିଳିବ ୧ ହଜାର ଟଙ୍କା
ରାଞ୍ଚି,୨୧।୦୬: ମହିଳାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଝାଡ଼ଖଣ୍ଡ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଝାଡ଼ଖଣ୍ଡର ମହିଳାମାନଙ୍କ ଆକାଉଣ୍ଟକୁ ପ୍ରତି ମାସରେ ୧ ହଜାର ଟଙ୍କା ଲେଖାଏଁ ଟ୍ରାନ୍ସଫର କରାଯିବ । ସରକାରଙ୍କ ଏହି ଯୋଜନା ମାଧ୍ୟମରେ ରାଜ୍ୟର ୩୮-୪୦ ଲକ୍ଷ ମହିଳା ଲାଭବାନ୍ ହେବା ନେଇ ଆଶା କରିଛନ୍ତି ସରକାର । ଗୁରୁବାର ଜଣେ ଅଧିକାରୀ ଏ ସମ଼୍ବନ୍ଧରେ ସୂଚନା ଦେଇ କହିଛନ୍ତି ଯେ, ଝାଡ଼ଖଣ୍ଡ ସରକାର ପଶ୍ଚିମବଙ୍ଗର ଲକ୍ଷ୍ମୀ ଭଣ୍ଡାର […] The post ସରକାରଙ୍କ ବଡ଼ ନିଷ୍ପତ୍ତି, ମହିଳାଙ୍କୁ ପ୍ରତି ମାସରେ ମିଳିବ ୧ ହଜାର ଟଙ୍କା appeared first on Dharitri Odia News.
ରାଞ୍ଚି,୨୧।୦୬: ମହିଳାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଝାଡ଼ଖଣ୍ଡ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଝାଡ଼ଖଣ୍ଡର ମହିଳାମାନଙ୍କ ଆକାଉଣ୍ଟକୁ ପ୍ରତି ମାସରେ ୧ ହଜାର ଟଙ୍କା ଲେଖାଏଁ ଟ୍ରାନ୍ସଫର କରାଯିବ । ସରକାରଙ୍କ ଏହି ଯୋଜନା ମାଧ୍ୟମରେ ରାଜ୍ୟର ୩୮-୪୦ ଲକ୍ଷ ମହିଳା ଲାଭବାନ୍ ହେବା ନେଇ ଆଶା କରିଛନ୍ତି ସରକାର । ଗୁରୁବାର ଜଣେ ଅଧିକାରୀ ଏ ସମ଼୍ବନ୍ଧରେ ସୂଚନା ଦେଇ କହିଛନ୍ତି ଯେ, ଝାଡ଼ଖଣ୍ଡ ସରକାର ପଶ୍ଚିମବଙ୍ଗର ଲକ୍ଷ୍ମୀ ଭଣ୍ଡାର ଯୋଜନା ଭଳି ଖୁବ୍ ଶୀଘ୍ର ରାଜ୍ୟରେ ଏକ ଯୋଜନା ଲାଗୁ କରିବାକୁ ଯାଉଛନ୍ତି । ଏହି ଯୋଜନାର ନାମ ମୁଖ୍ୟମନ୍ତ୍ରୀ ବହନ ବେଟି ସ଼୍ବାମ଼୍ବଲମ଼୍ବନ ଯୋଜନା ରଖାଯାଇଥିବା ମିଳିଥିବା ସୂଚନାରୁ ଜଣାପଡ଼ିଛି ।
ଜଣେ ବରିଷ୍ଠ ଅଧିକାରୀ ମହିଳାଙ୍କୁ ଏହି ଯୋଜନାରେ ପ୍ରତିମାସରେ ୧ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଥିବା କହିଥିବା ବେଳେ ଏଥିପାଇଁ ଅର୍ଥ ବିଭାଗ ଏବଂ କ୍ୟାବିନେଟ୍ରୁ ମଞ୍ଜୁରୀ ମିଳିବା ଆବଶ୍ୟକ ବୋଲି କହିଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ ଗୁରୁବାର ମହିଳା, ଶିଶୁ ବିକାଶ ଏବଂ ସାମାଜିକ ସୁରକ୍ଷା ବିଭାଗର ସମୀକ୍ଷା ବୈଠକରେ ୨୫ରୁ ୫୦ ବର୍ଷ ବୟସ ମଧ୍ୟରେ ସମସ୍ତ ବର୍ଗର ଗରିବ ଏବଂ ଜରୁରୀ ଥିବା ମହିଳାଙ୍କୁ ଆର୍ଥିକ ସହାୟତା ଯୋଗାଇଦିଆଯିବା ନେଇ କହିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ପ୍ରୋତ୍ସାହନ ଯୋଜନା ଶୀଘ୍ର ରାଜ୍ୟରେ ଲାଗୁ କରିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
The post ସରକାରଙ୍କ ବଡ଼ ନିଷ୍ପତ୍ତି, ମହିଳାଙ୍କୁ ପ୍ରତି ମାସରେ ମିଳିବ ୧ ହଜାର ଟଙ୍କା appeared first on Dharitri Odia News.