ସରକାରୀ ତୈଳ ଭଣ୍ଡାର ଉପରେ ରିଲାଏନ୍ସର ନଜର; ଇନ୍ଧନ କାରବାରରେ ଅଂଶଧନ ବଢ଼ାଇବାକୁ ଚାହୁଁଛି କମ୍ପାନୀ

ନୂଆଦିଲ୍ଲୀ: ଏସିଆ ଓ ଦେଶର ସର୍ବଶ୍ରେଷ୍ଠ ଧନୀ ମୁକେଶ ଅମ୍ବାନୀଙ୍କ ବ୍ୟବସାୟିକ ଆଖି ଏବେ ଭାରତ ସରକାରଙ୍କ ତୈଳ କମ୍ପାନୀ ଉପରେ  । ସରକାରୀ ତୈଳ କମ୍ପାନୀର ATF ପାଇପ୍ ଲାଇନ ପର୍ଯ୍ୟନ୍ତ ପହଞ୍ଚିବାକୁ ପ୍ରୟାସ କରୁଛି ରିଲାଏନ୍ସ ଗ୍ରୁପ୍ । ଉଦ୍ୟେଗପତି ମୁକେଶ ଅମ୍ବାନୀ ସରକାରୀ ପେଟ୍ରୋଲିୟମ କମ୍ପାନୀ ଗୁଡ଼ିକର ତୈଳ ଭଣ୍ଡାର ପର୍ଯ୍ୟନ୍ତ ପହଞ୍ଚିବାକୁ ଚାହୁଁଛନ୍ତି । ତୈଳ ଭଣ୍ଡାର ଏବଂ ପ୍ରେଟ୍ରୋଲିୟମ ରିଫାଇନାରୀରୁ ଏୟାରପୋର୍ଟ ପର୍ଯ୍ୟନ୍ତ ବିମାନ ଇନ୍ଧନ ସପ୍ଲାଏ ହୋଇଥାଏ ।ସର୍ବାଜନୀନ କ୍ଷେତ୍ରରେ ପେଟ୍ରୋଲିୟମ କମ୍ପାନୀର ପାଇପ୍‌ଲାଇନ୍ ଏବଂ ତୈଳ ଭଣ୍ଡାର ପରିଚାଳନା ଦାୟିତ୍ବ ପାଇଁ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଚାହୁଁଛି । ରିଲାଏନ୍ସ କମ୍ପାନୀ ଭାରତ ସରକାରୀଙ୍କ ଦ୍ବାରା ପରିଚାଳିତ ତୈଳ କମ୍ପାନୀଗୁଡ଼ିକ ମାଧ୍ୟମରେ ଏସିଆରେ ଥିବା ବ୍ୟସ୍ତବହୁଳ ବିମାନ ବନ୍ଦରଗୁଡ଼ିକରେ ଇନ୍ଧନ କରାବାରରେ ଭାଗୀଦାରି ହେବାକୁ ଚାହୁଛି । ବର୍ତ୍ତମାନ ସମୟରେ ଦେଶରେ ବିମାନ ଇନ୍ଧନ ବା ଏଟିଏଫ ଉତ୍ପାଦନରେ ରିଲାଏନ୍ସ କମ୍ପାନୀର ୨୫ ପ୍ରତିଶତ ଅଂଶଧନ ରହିଛି । ରିଲାଏନ୍ସ କମ୍ପାନୀ ଦିଲ୍ଲୀ ବିମାନବନ୍ଦରର ବାହାର ଷ୍ଟୋରେଜ୍ ବ୍ୟତୀତ ମୁମ୍ବାଇ, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ବିମାନବନ୍ଦର ପର୍ଯ୍ୟନ୍ତ ପାଇପ୍‌ଲାଇନ୍ ପହଞ୍ଚାଇବାକୁ ଚାହୁଁଛି । ସାର୍ବଜନୀକ କ୍ଷେତ୍ରରେ ଅନ୍ୟ କମ୍ପାନୀଗୁଡ଼ିକ ଦ୍ବାରା ସପ୍ଲାଏ ହେଉଥିବା ଏଟିଏଫ

ସରକାରୀ ତୈଳ ଭଣ୍ଡାର ଉପରେ ରିଲାଏନ୍ସର ନଜର; ଇନ୍ଧନ କାରବାରରେ ଅଂଶଧନ ବଢ଼ାଇବାକୁ ଚାହୁଁଛି କମ୍ପାନୀ

ନୂଆଦିଲ୍ଲୀ: ଏସିଆ ଓ ଦେଶର ସର୍ବଶ୍ରେଷ୍ଠ ଧନୀ ମୁକେଶ ଅମ୍ବାନୀଙ୍କ ବ୍ୟବସାୟିକ ଆଖି ଏବେ ଭାରତ ସରକାରଙ୍କ ତୈଳ କମ୍ପାନୀ ଉପରେ  । ସରକାରୀ ତୈଳ କମ୍ପାନୀର ATF ପାଇପ୍ ଲାଇନ ପର୍ଯ୍ୟନ୍ତ ପହଞ୍ଚିବାକୁ ପ୍ରୟାସ କରୁଛି ରିଲାଏନ୍ସ ଗ୍ରୁପ୍ । ଉଦ୍ୟେଗପତି ମୁକେଶ ଅମ୍ବାନୀ ସରକାରୀ ପେଟ୍ରୋଲିୟମ କମ୍ପାନୀ ଗୁଡ଼ିକର ତୈଳ ଭଣ୍ଡାର ପର୍ଯ୍ୟନ୍ତ ପହଞ୍ଚିବାକୁ ଚାହୁଁଛନ୍ତି । ତୈଳ ଭଣ୍ଡାର ଏବଂ ପ୍ରେଟ୍ରୋଲିୟମ ରିଫାଇନାରୀରୁ ଏୟାରପୋର୍ଟ ପର୍ଯ୍ୟନ୍ତ ବିମାନ ଇନ୍ଧନ ସପ୍ଲାଏ ହୋଇଥାଏ ।

ସର୍ବାଜନୀନ କ୍ଷେତ୍ରରେ ପେଟ୍ରୋଲିୟମ କମ୍ପାନୀର ପାଇପ୍‌ଲାଇନ୍ ଏବଂ ତୈଳ ଭଣ୍ଡାର ପରିଚାଳନା ଦାୟିତ୍ବ ପାଇଁ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଚାହୁଁଛି । ରିଲାଏନ୍ସ କମ୍ପାନୀ ଭାରତ ସରକାରୀଙ୍କ ଦ୍ବାରା ପରିଚାଳିତ ତୈଳ କମ୍ପାନୀଗୁଡ଼ିକ ମାଧ୍ୟମରେ ଏସିଆରେ ଥିବା ବ୍ୟସ୍ତବହୁଳ ବିମାନ ବନ୍ଦରଗୁଡ଼ିକରେ ଇନ୍ଧନ କରାବାରରେ ଭାଗୀଦାରି ହେବାକୁ ଚାହୁଛି । ବର୍ତ୍ତମାନ ସମୟରେ ଦେଶରେ ବିମାନ ଇନ୍ଧନ ବା ଏଟିଏଫ ଉତ୍ପାଦନରେ ରିଲାଏନ୍ସ କମ୍ପାନୀର ୨୫ ପ୍ରତିଶତ ଅଂଶଧନ ରହିଛି । 

ରିଲାଏନ୍ସ କମ୍ପାନୀ ଦିଲ୍ଲୀ ବିମାନବନ୍ଦରର ବାହାର ଷ୍ଟୋରେଜ୍ ବ୍ୟତୀତ ମୁମ୍ବାଇ, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ବିମାନବନ୍ଦର ପର୍ଯ୍ୟନ୍ତ ପାଇପ୍‌ଲାଇନ୍ ପହଞ୍ଚାଇବାକୁ ଚାହୁଁଛି । ସାର୍ବଜନୀକ କ୍ଷେତ୍ରରେ ଅନ୍ୟ କମ୍ପାନୀଗୁଡ଼ିକ ଦ୍ବାରା ସପ୍ଲାଏ ହେଉଥିବା ଏଟିଏଫ ତୁଳନାରେ ରିଲାଏନ୍ସ କମ୍ପାନୀରେ ଅଂଶଧନ କମ୍ ରହିଛି । ପ୍ରେଟ୍ରୋଲିୟମ କ୍ଷେତ୍ରରେ ଭାରତୀୟ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ନିୟାମକ ବୋର୍ଡ ପାଇପ୍‌ଲାଇନ ଦ୍ବାରା ସମସ୍ତ ତୈଳଭଣ୍ଡାର ଏବଂ ଭବିଷ୍ୟତରେ ବିମାନବନ୍ଦରଗୁଡ଼ିକରେ ଏଟିଏଫ ସପ୍ଲାଏକୁ ନେଇ ରିପୋର୍ଟ ମାଗିଛି ।