ସରକାରୀ ଦଳ ଅସହିଷ୍ଣୁତାର ସୀମା ଟପିଛି: ବିଜେଡି

ଭୁବନେଶ୍ୱର,୭।୯(ଅନିଲ ଦାସ): ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ପ୍ରସଙ୍ଗରେ ରାଜ୍ୟ ସରକାର ତଥା ଭାଜପା ଯେଉଁଭଳି ଭାବେ ବିରୋଧୀ ଦଳଙ୍କ ପାଟି ବନ୍ଦ କରିବାକୁ ମିଛର ସାହାରା ନେଉଛି ତାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ସରକାରୀ ଦଳ ଅସହିଷ୍ଣୁତାର ସବୁ ସୀମା ଟିପିଛି ବୋଲି ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି। ଶଙ୍ଖଭବନଠାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଗଣେଶ୍ୱର କହିଛନ୍ତି, ଗଣତନ୍ତ୍ରରେ ସହନଶୀଳତା ଏକାନ୍ତ ଆବଶ୍ୟକ। ବିଧାନସଭାରେ ବିରୋଧୀ ଦଳ ରେଭେନ୍‌ଶାର ନାଁ ପରିବର୍ତ୍ତନକୁ […] The post ସରକାରୀ ଦଳ ଅସହିଷ୍ଣୁତାର ସୀମା ଟପିଛି: ବିଜେଡି appeared first on Dharitri Odia News.

ସରକାରୀ ଦଳ ଅସହିଷ୍ଣୁତାର ସୀମା ଟପିଛି: ବିଜେଡି

ଭୁବନେଶ୍ୱର,୭।୯(ଅନିଲ ଦାସ): ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ପ୍ରସଙ୍ଗରେ ରାଜ୍ୟ ସରକାର ତଥା ଭାଜପା ଯେଉଁଭଳି ଭାବେ ବିରୋଧୀ ଦଳଙ୍କ ପାଟି ବନ୍ଦ କରିବାକୁ ମିଛର ସାହାରା ନେଉଛି ତାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ।
ସରକାରୀ ଦଳ ଅସହିଷ୍ଣୁତାର ସବୁ ସୀମା ଟିପିଛି ବୋଲି ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି। ଶଙ୍ଖଭବନଠାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଗଣେଶ୍ୱର କହିଛନ୍ତି, ଗଣତନ୍ତ୍ରରେ ସହନଶୀଳତା ଏକାନ୍ତ ଆବଶ୍ୟକ। ବିଧାନସଭାରେ ବିରୋଧୀ ଦଳ ରେଭେନ୍‌ଶାର ନାଁ ପରିବର୍ତ୍ତନକୁ ବିରୋଧ କରିବା ସହ ଏହା ଉପରେ ସରକାରୀ ଦଳଠାରୁ କୈଫିୟତ ମାଗିଛନ୍ତି। ସରକାରୀ ଦଳ ଏପର୍ଯ୍ୟନ୍ତ ନୀରବ ରହିବା ଆଶ୍ଚର୍ଯ୍ୟ କରିଛି। ରେଭେନ୍‌ଶା ବିବାଦ ପ୍ରସଙ୍ଗରେ ରାଜ୍ୟର ସବୁ ବର୍ଗର ବ୍ୟକ୍ତି ଯଥା ଛାତ୍ରୀଛାତ୍ର, ପୁରାତନ ଛାତ୍ର ସଂଘ, ବୁଦ୍ଧିଜୀବୀ ଓ ନାଗରିକ ସମାଜ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ନାମ ପରିବର୍ତ୍ତନ ପ୍ରସ୍ତାବ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଗୋଟିଏ ଦାୟିତ୍ୱ ସମ୍ପନ୍ନ ରାଜନୈତିକ ଦଳ ହିସାବରେ ବିଜେଡି ମଧ୍ୟ ଏହାକୁ ବିରୋଧ କରିଛି। କିନ୍ତୁ ଅସହିଷ୍ଣୁତାର ଚରମସୀମା ଭାବେ ବିଜେଡିର ୩ଜଣ ନେତାଙ୍କ ବିରୋଧରେ ଭାଜପା ଆମର୍‌ସ ଆକ୍ଟର ୨୭ ଧାରା ଅନୁଯାୟୀ ଥାନାରେ ଏଫ୍‌ଆଇଆର୍‌ ରୁଜୁ କରିଛି; ଯାହା ପ୍ରତିହିଂସା ରାଜନୀତିର ନିଚ୍ଛକ ଉଦାହରଣ। ତାଙ୍କ ବିରୋଧରେ ଥାନାରେ ଦାଖଲ ଏଫ୍‌ଆଇଆର୍‌କୁ ପାଠକଲେ ଏହି ଅଭିଯୋଗ ଯେ ସମ୍ପୂର୍ଣ୍ଣ ମିଥ୍ୟା ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସ୍ପଷ୍ଟ ପ୍ରତୀୟମାନ ହେଉଛି। ଏହି ଘଟଣାରେ ଆରମ୍ଭରୁ ଶେଷପର୍ଯ୍ୟନ୍ତ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ଏବଂ ଆନ୍ଦୋଳନକାରୀଙ୍କ ହାତରେ ଯଦି ମାରଣାସ୍ତ୍ର ଥିଲା, ତା’ହେଲେ ପୋଲିସ ଅଧିକାରୀମାନେ ଦେଖି ପାରି ନ ଥିଲେ କିପରି ବୋଲି ଗଣେଶ୍ୱର ପ୍ରଶ୍ନ କରିଛନ୍ତି।

The post ସରକାରୀ ଦଳ ଅସହିଷ୍ଣୁତାର ସୀମା ଟପିଛି: ବିଜେଡି appeared first on Dharitri Odia News.