ସରକାରୀ ବସ୍‌ରେ ମହିଳାଙ୍କୁ ଦୁଷ୍କର୍ମ, ବସଷ୍ଟାଣ୍ଡରେ ଉଦ୍ଧବ ସେନାର ଭଙ୍ଗାରୁଜା

ପୁଣେ: ମହାରାଷ୍ଟ୍ରର ପୁଣେ ଲଜ୍ଜାଜନକ ଘଟଣା ଘଟିଛି।  ଜଣେ ୨୬ ବର୍ଷୀୟ ମହିଳାଙ୍କୁ ସ୍ଵାରଗେଟ୍ ବସ୍ ଡିପୋରେ ଛିଡ଼ା ହୋଇଥିବା ମହାରାଷ୍ଟ୍ର ରାଜ୍ୟ ସଡକ ପରିବହନ କର୍ପୋରେସନ(ଏମଏସଆରଟିସି)ର ବସରେ ଦୁଷ୍କର୍ମ କରାଯାଇଛି। ଏହି ଘଟଣା ମଙ୍ଗଳବାର ସକାଳ ପ୍ରାୟ ୫ଟା ୩୦ରେ ଘଟିଥିବା କୁହାଯାଉଛି। ପୀଡ଼ିତା ନିଜର ଗାଁ ସତାରା ଯିବା ପାଇଁ ବସ୍‌ର ଅପେକ୍ଷା କରିଥିବା ବେଳେ ତାଙ୍କ ସହ ଏମିତି ହୃଦୟ ବିଦାରକ ଘଟଣା ଘଟିଛି। ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ନିଜ ହେପାଜତକୁ ନେଇଥିବା ବେଳେ ତାର ନାମ ଦତ୍ତାତ୍ରେୟ ଗାଡେ ବୋଲି ଜଣାପଡିଛି। ତା ନାମରେ ପୂର୍ବରୁ ଚୋରି ଓ ଛିନତାଇ ଭଳି ଆପରାଧିକ ମାମଲା ରହିଥିବା ନେଇ ପୋଲିସ ପକ୍ଷରୁ ପ୍ରକାଶ। ଖବର ମୁତାବକ, ସକାଳ ୫ଟା ୩୦ ମିନିଟ ସମୟରେ ମହିଳା ଜଣକ ବସ ଷ୍ଟାଣ୍ଡରେ ପଇଥାନକୁ ଯାଉଥିବା ଏକ ବସକୁ ଅପେକ୍ଷା କରିଥିଲେ। ଏହି ସମୟରେ ଅଭିଯୁକ୍ତ ଜଣକ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ବସ ଅନ୍ୟ ଏକ ପ୍ଲାଟଫର୍ମରେ ଛିଡ଼ା ହୋଇଥିବା କହିଥିଲେ। ଆଉ ମହିଳା ତାଙ୍କୁ ବିଶ୍ୱାସ କରି ତାଙ୍କ ପଛେପଛେ ଏକ ବସ ପାର୍କିଂ ସ୍ଥଳକୁ ଯାଇଥିଲେ। ସେଠାରେ ଶୂନଶାନରେ ଛିଡ଼ା ହୋଇଥିବା ରାଜ୍ୟ ପରିବହନ ନିଗମର ଶିବଶାହି ବସରେ ମହିଳାଙ୍କୁ ଚଢିବାକୁ କହିଥିଲା ଅଭିଯୁକ୍ତ। ମହିଳା ଜଣକ ବସରେ ଚଢିବା ମାତ୍ରେ ଅଭିଯୁକ୍ତ ଅନ୍ଧାର ଫାଇଦା ଉଠାଇ ତାଙ୍କ ପଛେପଛେ ବସରେ ଚଢି ଯାଇଥିଲେ। ମହିଳା ଜଣକ କିଛି ବୁଝିବା ପୂର୍ବରୁ ଅଭିଯୁକ୍ତ ଜ

ସରକାରୀ ବସ୍‌ରେ ମହିଳାଙ୍କୁ ଦୁଷ୍କର୍ମ, ବସଷ୍ଟାଣ୍ଡରେ ଉଦ୍ଧବ ସେନାର ଭଙ୍ଗାରୁଜା

ପୁଣେ: ମହାରାଷ୍ଟ୍ରର ପୁଣେ ଲଜ୍ଜାଜନକ ଘଟଣା ଘଟିଛି।  ଜଣେ ୨୬ ବର୍ଷୀୟ ମହିଳାଙ୍କୁ ସ୍ଵାରଗେଟ୍ ବସ୍ ଡିପୋରେ ଛିଡ଼ା ହୋଇଥିବା ମହାରାଷ୍ଟ୍ର ରାଜ୍ୟ ସଡକ ପରିବହନ କର୍ପୋରେସନ(ଏମଏସଆରଟିସି)ର ବସରେ ଦୁଷ୍କର୍ମ କରାଯାଇଛି। ଏହି ଘଟଣା ମଙ୍ଗଳବାର ସକାଳ ପ୍ରାୟ ୫ଟା ୩୦ରେ ଘଟିଥିବା କୁହାଯାଉଛି। ପୀଡ଼ିତା ନିଜର ଗାଁ ସତାରା ଯିବା ପାଇଁ ବସ୍‌ର ଅପେକ୍ଷା କରିଥିବା ବେଳେ ତାଙ୍କ ସହ ଏମିତି ହୃଦୟ ବିଦାରକ ଘଟଣା ଘଟିଛି। ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ନିଜ ହେପାଜତକୁ ନେଇଥିବା ବେଳେ ତାର ନାମ ଦତ୍ତାତ୍ରେୟ ଗାଡେ ବୋଲି ଜଣାପଡିଛି। ତା ନାମରେ ପୂର୍ବରୁ ଚୋରି ଓ ଛିନତାଇ ଭଳି ଆପରାଧିକ ମାମଲା ରହିଥିବା ନେଇ ପୋଲିସ ପକ୍ଷରୁ ପ୍ରକାଶ। 

ଖବର ମୁତାବକ, ସକାଳ ୫ଟା ୩୦ ମିନିଟ ସମୟରେ ମହିଳା ଜଣକ ବସ ଷ୍ଟାଣ୍ଡରେ ପଇଥାନକୁ ଯାଉଥିବା ଏକ ବସକୁ ଅପେକ୍ଷା କରିଥିଲେ। ଏହି ସମୟରେ ଅଭିଯୁକ୍ତ ଜଣକ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ବସ ଅନ୍ୟ ଏକ ପ୍ଲାଟଫର୍ମରେ ଛିଡ଼ା ହୋଇଥିବା କହିଥିଲେ। ଆଉ ମହିଳା ତାଙ୍କୁ ବିଶ୍ୱାସ କରି ତାଙ୍କ ପଛେପଛେ ଏକ ବସ ପାର୍କିଂ ସ୍ଥଳକୁ ଯାଇଥିଲେ। ସେଠାରେ ଶୂନଶାନରେ ଛିଡ଼ା ହୋଇଥିବା ରାଜ୍ୟ ପରିବହନ ନିଗମର ଶିବଶାହି ବସରେ ମହିଳାଙ୍କୁ ଚଢିବାକୁ କହିଥିଲା ଅଭିଯୁକ୍ତ। ମହିଳା ଜଣକ ବସରେ ଚଢିବା ମାତ୍ରେ ଅଭିଯୁକ୍ତ ଅନ୍ଧାର ଫାଇଦା ଉଠାଇ ତାଙ୍କ ପଛେପଛେ ବସରେ ଚଢି ଯାଇଥିଲେ। ମହିଳା ଜଣକ କିଛି ବୁଝିବା ପୂର୍ବରୁ ଅଭିଯୁକ୍ତ ଜଣଙ୍କ ତାଙ୍କୁ ଭିତରକୁ ଭିଡିନେଇ ଦୁଷ୍କର୍ମ କରିଥିଲେ। ଏହାପରେ ଅଭିଯୁକ୍ତ ଜଣକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। 

ମହିଳା ଜଣକ ବାହାରକୁ ଆସି କାନ୍ଦୁଥିବାରୁ ପାଖଆଖରେ ଥିବା ଲୋକମାନେ ତାଙ୍କୁ ଏନେଇ ପ୍ରଶ୍ନ କରିଥିଲେ। ମହିଳା ଜଣଙ୍କ ସବୁକଥା ପ୍ରକାଶ କରିବା ପରେ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା।  ସିସିଟିଭି ଫୁଟେଜରୁ ଅଧିକାରୀମାନେ ଅଭିଯୁକ୍ତ ଚିହ୍ନଟ କରିଥିଲେ। 

ଏହି ଘଟଣା ଲୋକଲୋଚନକୁ ଆସିବା ପରେ ପ୍ରବଳ ଜନ ଅସନ୍ତୋଷ ଦେଖିବାକୁ ମିଳିଛି। ଶିବ ସେନା(ୟୁବିଟି)ର  କାର୍ଯ୍ୟକର୍ତ୍ତା ବସଷ୍ଟାଣ୍ଡରେ ପଶି ସିକ୍ୟୁରିଟି କ୍ୟାବିନରେ ନିଆଁ ଲଗାଇବା ସହ ଭଙ୍ଗାରୁଜା କରାଯାଇଛି। ଏହି ଘଟଣା ପାଇଁ ବସଷ୍ଟାଣ୍ଡ ବାହାରେ ଧାରଣା ଦେଇଥିଲେ। ଏହି ମାମଲାକୁ ନେଇ ମହାରାଷ୍ଟ୍ରରେ ରାଜନୈତିକ ବିବାଦ ଆରମ୍ଭ ହୋଇଯାଇଛି। ବିଭିନ୍ନ ବିରୋଧୀ ଦଳ ଶାସକ ଦଳକୁ ଘେରିବା ସହ ଏହି ମାମଲା ପାଇଁ ସିଧାସଳଖ ଟାର୍ଗେଟ କରିଛନ୍ତି।