ସରକାରୀ ୱେବସାଇଟ୍‌ରୁ ଭାରତର ଭୁଲ୍‌ ମାନଚିତ୍ରକୁ ପ୍ରତ୍ୟାହାର କଲା ଇସ୍ରାଏଲ

ନୂଆଦିଲ୍ଲୀ: ଇସ୍ରାଏଲ ଏହାର ସରକାରୀ ୱେବସାଇଟ୍‌ରୁ ଭାରତର ଏକ ମାନଚିତ୍ର ପ୍ରତ୍ୟାହାର କରିନେଇଛି। ଏହି ମାନଚିତ୍ରରେ ଇସ୍ରାଏଲ ଭୁଲ୍‌ରେ ଜମ୍ମୁ କାଶ୍ମୀରର ଏକ ଅଂଶକୁ ପାକିସ୍ତାନର ଦର୍ଶାଇଥିଲା। ଏହି ଘଟଣାକୁ ନେଇ ସୋସିଆ‌ଲ ମିଡିଆରେ କଡ଼ା ସମାଲୋଚନାର ଶିକାର ହେବାପରେ ଇସ୍ରାଏଲ ଭାରତର ଭୁଲ୍‌ ମାନଚିତ୍ରକୁ ପ୍ରତ୍ୟାହାର କରିନେଇଛି। ଭାରତରେ ଇସ୍ରାଏଲର ରାଷ୍ଟ୍ରଦୂତ ରେଭେନ ଆଜାର କହିଛନ୍ତି, ମ୍ୟାପ୍‌ ହଟାଇ ଦିଆଯାଇଛି ଏବଂ ଏହା ୱେବସାଇଟ୍‌ ସମ୍ପାଦକଙ୍କ ତ୍ରୁଟି ବୋଲି ସେ କହିଛନ୍ତି। ଉଲ୍ଳେଖଯୋଗ୍ୟ, ଜଣେ ଏକ୍ସ […]

ସରକାରୀ ୱେବସାଇଟ୍‌ରୁ ଭାରତର ଭୁଲ୍‌ ମାନଚିତ୍ରକୁ ପ୍ରତ୍ୟାହାର କଲା ଇସ୍ରାଏଲ

ନୂଆଦିଲ୍ଲୀ: ଇସ୍ରାଏଲ ଏହାର ସରକାରୀ ୱେବସାଇଟ୍‌ରୁ ଭାରତର ଏକ ମାନଚିତ୍ର ପ୍ରତ୍ୟାହାର କରିନେଇଛି। ଏହି ମାନଚିତ୍ରରେ ଇସ୍ରାଏଲ ଭୁଲ୍‌ରେ ଜମ୍ମୁ କାଶ୍ମୀରର ଏକ ଅଂଶକୁ ପାକିସ୍ତାନର ଦର୍ଶାଇଥିଲା। ଏହି ଘଟଣାକୁ ନେଇ ସୋସିଆ‌ଲ ମିଡିଆରେ କଡ଼ା ସମାଲୋଚନାର ଶିକାର ହେବାପରେ ଇସ୍ରାଏଲ ଭାରତର ଭୁଲ୍‌ ମାନଚିତ୍ରକୁ ପ୍ରତ୍ୟାହାର କରିନେଇଛି। ଭାରତରେ ଇସ୍ରାଏଲର ରାଷ୍ଟ୍ରଦୂତ ରେଭେନ ଆଜାର କହିଛନ୍ତି, ମ୍ୟାପ୍‌ ହଟାଇ ଦିଆଯାଇଛି ଏବଂ ଏହା ୱେବସାଇଟ୍‌ ସମ୍ପାଦକଙ୍କ ତ୍ରୁଟି ବୋଲି ସେ କହିଛନ୍ତି। ଉଲ୍ଳେଖଯୋଗ୍ୟ, ଜଣେ ଏକ୍ସ ୟୁଜର ଏହି ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ , ଭାରତ ଇସ୍ରାଏଲ ସହ ରହିଛି। ତେବେ ଇସ୍ରାଏଲ କ’ଣ ଭାରତ ସହ ରହିଛି କି ? ଇସ୍ରାଏଲର ସରକାରୀ ୱେବସାଇଟ୍‌ରେ ଭାରତର ମାନଚିତ୍ରକୁ ଦେଖନ୍ତୁ ଏବଂ ଜମ୍ମୁ କଶ୍ମୀର ଉପରେ ନଜର କେନ୍ଦ୍ରୀଭୂତ କରନ୍ତୁ। ଏହା ପାକିସ୍ତାନର ଏକ ଅଂଶ ବୋଲି ଦର୍ଶାଯାଇଛି। ଏହା ଜଣାପଡ଼ିବା ପରେ ଇସ୍ରାଏଲ୍‌ ଏହା ୱେବସାଇଟ୍‌ ସମ୍ପାଦକଙ୍କ ତ୍ରୁଟି ବୋଲି ଦର୍ଶାଇଛି ଏବଂ ମାନଚିତ୍ରକୁ ତୁରନ୍ତ ହଟାଇ ଦେଇଛି।