ସରସ୍ବତୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ: ମା’ଙ୍କ ଦର୍ଶନକରି ଆର୍ଶୀବାଦ ନେଲେ ୫ଟି ଅଧ୍ୟକ୍ଷ

ପୁରୁଷୋତ୍ତମପୁର,୯।୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନସମାଗମ ହୋଇଛି। ରତ୍ନଗିରି ପାହାଡ ଚତୁଃପାର୍ଶ୍ୱ ଓ ସମଗ୍ର ତାରାତାରିଣୀ ଅଞ୍ଚଳ ଲୋକାରଣ୍ୟ ହୋଇପଡିଛି। ଏହି ପାଳିରେ ରାତ୍ର ୧.୩୦ରୁ ମନ୍ଦିର ଦ୍ୱାର ଫିଟା ଯାଇ ପରମ୍ପରା ଅନୁସାରେ ମଙ୍ଗଳ ଆଳତି, ଅବକାଶ, ମାଜଣା, ସିଙ୍ଗାର, ଅଭିଶେକ ଆଦି ନୀତିକାନ୍ତିରେ ପୂଜାର୍ଚ୍ଚନା କରାଯାଇ ମା’ ତାରାତାରିଣୀ ଦୁଇ ଭଉଣୀଙ୍କୁ ସରସ୍ବତୀ ବେଶରେ ସଜ୍ଜିତ କରାଯାଇଥିଲା। ଭୋର ୪.୩୦ରେ ସାହାଣମେଲା […] The post ସରସ୍ବତୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ: ମା’ଙ୍କ ଦର୍ଶନକରି ଆର୍ଶୀବାଦ ନେଲେ ୫ଟି ଅଧ୍ୟକ୍ଷ appeared first on Dharitri Odia News.

ସରସ୍ବତୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ: ମା’ଙ୍କ ଦର୍ଶନକରି ଆର୍ଶୀବାଦ ନେଲେ ୫ଟି ଅଧ୍ୟକ୍ଷ

ପୁରୁଷୋତ୍ତମପୁର,୯।୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନସମାଗମ ହୋଇଛି। ରତ୍ନଗିରି ପାହାଡ ଚତୁଃପାର୍ଶ୍ୱ ଓ ସମଗ୍ର ତାରାତାରିଣୀ ଅଞ୍ଚଳ ଲୋକାରଣ୍ୟ ହୋଇପଡିଛି। ଏହି ପାଳିରେ ରାତ୍ର ୧.୩୦ରୁ ମନ୍ଦିର ଦ୍ୱାର ଫିଟା ଯାଇ ପରମ୍ପରା ଅନୁସାରେ ମଙ୍ଗଳ ଆଳତି, ଅବକାଶ, ମାଜଣା, ସିଙ୍ଗାର, ଅଭିଶେକ ଆଦି ନୀତିକାନ୍ତିରେ ପୂଜାର୍ଚ୍ଚନା କରାଯାଇ ମା’ ତାରାତାରିଣୀ ଦୁଇ ଭଉଣୀଙ୍କୁ ସରସ୍ବତୀ ବେଶରେ ସଜ୍ଜିତ କରାଯାଇଥିଲା। ଭୋର ୪.୩୦ରେ ସାହାଣମେଲା ହୋଇ ମା’ ତାରାତାରିଣୀ ସରସ୍ବତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଏହା ସହ ରାତ୍ର ୩ ଟାରୁ ମୁଣ୍ଡନ କାର୍ଯ୍ୟ ଆରମ୍ଭ ହୋଇଥିଲା।
୫ଟି ଅଧ୍ୟକ୍ଷ ଭି. କାର୍ତ୍ତିକ ପାଣ୍ଡିଆନ ସକାଳୁ ଆସି ମା’ଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ପୁରୁଷୋତ୍ତମପୁର ଏସଡିପିଓ ରଜନିକାନ୍ତ ସାମଲ, ଦେବୋତ୍ତର ବିଭାଗିୟ ଛତ୍ରପୁର ସର୍କିଲ ବିଭାଗୀୟ ଇନ୍ସପେକ୍ଟର ପୁଷ୍ପିତା ବେହେରା, ମନ୍ଦିର ନିର୍ବାହୀ ଅଧିକାରୀ ଟିକେ ରେଡ୍ଡୀ ଓ ପ୍ରଶାନିକ ଅଧିକାରୀମାନେ ଉପସ୍ଥିତ ରହି ଯାତ୍ରା ପରିଚାଳନା କରିବାରେ ଲାଗିଥିବା ବେଳେ ସେବାୟତ ସଂଘ ସଭାପତି ତପନ କୁମାର ରଣା, ସେବାୟତ ବାପୁଜୀ ରଣାଙ୍କ ସମେତ ସମସ୍ତ ସେବାୟତ ପୂଜାର୍ଚ୍ଚନା କରିବାରେ ଲାଗିଛନ୍ତି। ଭକ୍ତମାନେ ପାହା ପାଦଦେଶ ମୁଣ୍ଡନ ଶାଳାରେ ନିଜ ନିଜର ଶିଶୁଙ୍କୁ ମୁଣ୍ଡନ କରାଇ ପାହାଡ ଉପର ମନ୍ଦିରକୁ ଯାଇ ମା’ଙ୍କ ଦର୍ଶନ କରିବାରେ ଲାଗିଛନ୍ତି।

The post ସରସ୍ବତୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ: ମା’ଙ୍କ ଦର୍ଶନକରି ଆର୍ଶୀବାଦ ନେଲେ ୫ଟି ଅଧ୍ୟକ୍ଷ appeared first on Dharitri Odia News.