ସରିଲା ଓକିଲ ସଂଘ ନିର୍ବାଚନ: ଆସିଲା ଫଳାଫଳ, ଜାଣନ୍ତୁ କିଏ ସଭାପତି, କିଏ ସମ୍ପାଦକ

କୋରାପୁଟ/ସେମିଳିଗୁଡା/ସୁନାବେଡା/କୋଟପାଡ଼,୨୯ା୩(ଅମିତାଭ ବେହେରା/ ବାସୁଦେବ ବରାଡ଼/କୃତ୍ତିବାସ ପ୍ରଧାନ/କେ.ରାଜଶେଖର ରାଓ): କୋରାପୁଟ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଥିବା ବେଳେ ପ୍ରଭାତ କୁମାର ମହାପାତ୍ର ସଭାପତି ନିର୍ବାଚିତ ହୋଇଛନ୍ତି। ୨୧୮ ଭୋଟରୁ ସେ ୧୪୯ ଭୋଟ ପାଇ ତାଙ୍କ ନିକଟତମ ପ୍ରାର୍ଥୀ ମନୋରଞ୍ଜନ ରାଉତରାୟଙ୍କୁ ୫୬ ଭୋଟରେ ହରାଇଛନ୍ତି। ସେହିପରି ଟି.ପି.ସାଇରାଜୂ ୧୧ ଭୋଟ ପାଇଥିବା ବେଳେ ୨ ଭୋଟ ନାକଚ ହୋଇଥିବା ନିର୍ବାଚନ ଅଧିକାରୀ ଅଶ୍ୱିନୀ ପଟ୍ଟନାୟକ କହିଛନ୍ତି। ପୂର୍ବରୁ ଅପ୍ରତିଦ୍ବନ୍ଦି ଭାବେ ଓକିଲ ସଂଘର ଉପସଭାପତି […] The post ସରିଲା ଓକିଲ ସଂଘ ନିର୍ବାଚନ: ଆସିଲା ଫଳାଫଳ, ଜାଣନ୍ତୁ କିଏ ସଭାପତି, କିଏ ସମ୍ପାଦକ appeared first on Dharitri Odia News.

ସରିଲା ଓକିଲ ସଂଘ ନିର୍ବାଚନ: ଆସିଲା ଫଳାଫଳ, ଜାଣନ୍ତୁ କିଏ ସଭାପତି, କିଏ ସମ୍ପାଦକ

କୋରାପୁଟ/ସେମିଳିଗୁଡା/ସୁନାବେଡା/କୋଟପାଡ଼,୨୯ା୩(ଅମିତାଭ ବେହେରା/ ବାସୁଦେବ ବରାଡ଼/କୃତ୍ତିବାସ ପ୍ରଧାନ/କେ.ରାଜଶେଖର ରାଓ): କୋରାପୁଟ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଥିବା ବେଳେ ପ୍ରଭାତ କୁମାର ମହାପାତ୍ର ସଭାପତି ନିର୍ବାଚିତ ହୋଇଛନ୍ତି। ୨୧୮ ଭୋଟରୁ ସେ ୧୪୯ ଭୋଟ ପାଇ ତାଙ୍କ ନିକଟତମ ପ୍ରାର୍ଥୀ ମନୋରଞ୍ଜନ ରାଉତରାୟଙ୍କୁ ୫୬ ଭୋଟରେ ହରାଇଛନ୍ତି।

ସେହିପରି ଟି.ପି.ସାଇରାଜୂ ୧୧ ଭୋଟ ପାଇଥିବା ବେଳେ ୨ ଭୋଟ ନାକଚ ହୋଇଥିବା ନିର୍ବାଚନ ଅଧିକାରୀ ଅଶ୍ୱିନୀ ପଟ୍ଟନାୟକ କହିଛନ୍ତି। ପୂର୍ବରୁ ଅପ୍ରତିଦ୍ବନ୍ଦି ଭାବେ ଓକିଲ ସଂଘର ଉପସଭାପତି କୃଷ୍ଣ ସିଂ, ସମ୍ପାଦକ ଭାବେ ସୁନୀଲ କୁମାର ଜେନା, କୋଷଧକ୍ଷ କାମାକ୍ଷୀ କୁମାର ମାଝୀ ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ଓକିଲ ସଂଘର କାର୍ଯ୍ୟକାରୀ ସଦସ୍ୟ ଭାବେ ଲିଙ୍ଗରାଜ ବେହେରା, ନଳିନୀ କାନ୍ତ ସେନାପତି ଓ ସଞ୍ଜୀବ କୁମାର ଜେନା ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ଅଧିକାରୀ ପଟ୍ଟନାୟକ କହିଛନ୍ତି।

ସେହିପରି ସେମିଳିଗୁଡା ଜେଏମ୍‌ଏଫସି କୋର୍ଟ ପରିସରରେ ସେମିଳିଗୁଡା ଓକିଲ ସଂଘର ନିର୍ବାଚନ ଶନିବାର ଶେଷ ହୋଇଛି। ରାଜେଶ କୁମାର ବେହେରା ନିର୍ବାଚନ ପରିଚାଳନା କରିଥିଲେ। ସେମିଳିଗୁଡା ଓକିଲ ସଂଘର ମୋଟ ୪୨ ସଦସ୍ୟଙ୍କ ମଧ୍ୟରୁ ୩୫ ସଦସ୍ୟ ମତଦାନ କରିଥିବା ନିର୍ବାଚନ ଅଧିକାରୀ ବେହେରା ସୂଚନା ଦେଇଛନ୍ତି।

ସଂଘର ସଭାପତି ପଦ ପାଇଁ ବସନ୍ତ କୁମାର ନନ୍ଦ, କୃତ୍ତିବାସ ରାଉତ ଓ ସନ୍ତୋଷ କୁମାର ଦାସ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ସାଧାରଣ ସମ୍ପାଦକ ଭାବେ ଦିଲୀପ କୁମାର ମିଶ୍ର ଓ ସୌଭାଗିନୀ ପରିଜା ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। କୃତ୍ତିବାସ ୧୭ ଭୋଟରେ ସଭାପତି ଭାବେ ଦ୍ୱିତୀୟ ଥର ବିଜୟୀ ହୋଇଛନ୍ତି। ଦିଲୀପ ସାଧାରଣ ସମ୍ପାଦକ ନିର୍ବାଚିତ ହୋଇଛନ୍ତି।
ସଂଘ ପକ୍ଷରୁ କେବଳ ସଭାପତି ଓ ସାଧାରଣ ସମ୍ପାଦକ ପଦ ପାଇଁ ନିର୍ବାଚନ ହୋଇଥିଲା।

କୋରାପୁଟ କୋଟପାଡ଼ ପ୍ରଥମ ଶ୍ରେଣୀ କୋର୍ଟ କାର୍ଯ୍ୟାଳୟରେ ଓକିଲ ସଂଘ ନିର୍ବାଚନ ପ୍ରଥମଥର ଭୋଟ ମାଧ୍ୟମରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ ସମସ୍ତ ଆଇନଜୀବୀଙ୍କ ସହମତିରେ ସଦସ୍ୟମାନେ ନିର୍ବାଚିତ ହେଉଥିବା ବେଳେ ଚଳିତଥର ଆଶାୟୀ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିଲେ। ପଙ୍କଜ ପାତ୍ର ଓ ଅଜିତ ପଟ୍ଟନାୟକଙ୍କୁ ହରାଇ ଆଇନଜୀବୀ ମଣି ପ୍ରସାଦ ପଟ୍ଟନାୟକ ସଭାପତି, ଜ୍ଞାନେନ୍ଦ୍ର ପଟ୍ଟନାୟକଙ୍କୁ ବାଦ୍‌ ଦେଇ ମୁକ୍ତେଶ୍ୱର ନାୟକ ସମ୍ପାଦକ, ଉପସଭାପତି ପାଇଁ ସୁଧୀର ମହାନ୍ତି ଓ ଏସ୍‌. ଚନ୍ଦ୍ର ରାଓ ପ୍ରତିଦ୍ୱନ୍ଦିତା କରିଥିବା ବେଳେ ସୁଧୀର ବିଜୟୀ ହୋଇଛନ୍ତି। ବରିଷ୍ଠ ଆଇନଜୀବୀ ଜିତେନ୍ଦ୍ର ମହାପାତ୍ର ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିଲେ।

The post ସରିଲା ଓକିଲ ସଂଘ ନିର୍ବାଚନ: ଆସିଲା ଫଳାଫଳ, ଜାଣନ୍ତୁ କିଏ ସଭାପତି, କିଏ ସମ୍ପାଦକ appeared first on Dharitri Odia News.