ଛତିଶଗଡ଼ରେ ୨୨ ମାଓବାଦୀଙ୍କ ଆତ୍ମସମର୍ପଣ; ସେପଟେ ବିଜାପୁରରେ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣରେ ୨ ଯବାନ ଗୁରୁତର

ଛତିଶଗଡ଼: ପୋଲିସକୁ ପୁଣି ବଡ଼ ସଫଳତା । ବିଜାପୁର ଜିଲ୍ଲାରେ ୨୨ ମାଓବାଦୀଙ୍କ ଆତ୍ମସମର୍ପଣ। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରୁ ୬ ଜଣକ ମୁଣ୍ଡ ଉପରେ ୧୧ ଲକ୍ଷ ଟଙ୍କା ଏବଂ ପାଞ୍ଚ ଜଣଙ୍କ ଉପରେ ୪ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ନକ୍ସଲ ବିରୋଧୀ ଅପରେସନ ଜୋରଦାର ଚାଲିଥିବା ଯୋଗୁ ଭୟଭୀତ ହୋଇ ଏମାନେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପିତ ମାଓବାଦୀଙ୍କ ମଧ୍ୟରେ ଡିଭିଜନ ପାର୍ଟି ସଦସ୍ୟ, ତେଲେଙ୍ଗାନା ରାଜ୍ୟ କମିଟି ସଦସ୍ୟ, ପ୍ଲାଟୁନ ମେମ୍ବର, ଗାଙ୍ଗାଲୁର ଏରିଆ କମିଟିର ହିରାମଗୁଡ଼ା ଆରପିସି, ପାମେଡ ଏରିଆ କମିଟି ଆରପିସି ଓ କୋଣ୍ଡାପାଲି ସଦସ୍ୟ ରହିଛନ୍ତି । ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀଙ୍କୁ ୨୫ ହଜାର ଟଙ୍କାର ପ୍ରୋତ୍ସାହନ ଚେକ୍ ପ୍ରଦାନ କରାଯାଇଛି। ପରେ ସେମାନଙ୍କୁ ସରକାରଙ୍କ ନିୟମ ଅନୁସାରେ ଥଇଥାନ କରାଯିବ ବୋଲି ପୋଲିସ କହିଛି ।ସେପଟେ ବିଜାପୁର ଭୋପାଲପାଟନମ ଜାତୀୟ ରାଜପଥରେ ନକ୍ସଲମାନେ ଯବାନଙ୍କ ଏକ ପିକ୍ ଅପ୍ ଗାଡ଼ିକୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଛନ୍ତି । ଗୋର୍ଲା ନାଲା ଗାଁ ନିକଟରେ ମାଓବାଦୀ ମାନେ ଏହି ଲେଣ୍ଡମାଇନ ବିସ୍ଫୋରଣ କରିଛନ୍ତି । ବିସ୍ଫୋରଣ ପରେ ମାଓବାଦୀ ମାନେ ଯବାନଙ୍କ ଉପରେ ଗୁଳି ଚାଳନା ମଧ୍ୟ କରିଛନ୍ତି । ଏହି ଘଟଣାରେ ଦୁଇ ଯବାନ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି ।

ଛତିଶଗଡ଼ରେ ୨୨ ମାଓବାଦୀଙ୍କ ଆତ୍ମସମର୍ପଣ; ସେପଟେ ବିଜାପୁରରେ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣରେ ୨ ଯବାନ ଗୁରୁତର

ଛତିଶଗଡ଼: ପୋଲିସକୁ ପୁଣି ବଡ଼ ସଫଳତା । ବିଜାପୁର ଜିଲ୍ଲାରେ ୨୨ ମାଓବାଦୀଙ୍କ ଆତ୍ମସମର୍ପଣ। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରୁ ୬ ଜଣକ ମୁଣ୍ଡ ଉପରେ ୧୧ ଲକ୍ଷ ଟଙ୍କା ଏବଂ ପାଞ୍ଚ ଜଣଙ୍କ ଉପରେ ୪ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ନକ୍ସଲ ବିରୋଧୀ ଅପରେସନ ଜୋରଦାର ଚାଲିଥିବା ଯୋଗୁ ଭୟଭୀତ ହୋଇ ଏମାନେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । 

ଆତ୍ମସମର୍ପିତ ମାଓବାଦୀଙ୍କ ମଧ୍ୟରେ ଡିଭିଜନ ପାର୍ଟି ସଦସ୍ୟ, ତେଲେଙ୍ଗାନା ରାଜ୍ୟ କମିଟି ସଦସ୍ୟ, ପ୍ଲାଟୁନ ମେମ୍ବର, ଗାଙ୍ଗାଲୁର ଏରିଆ କମିଟିର ହିରାମଗୁଡ଼ା ଆରପିସି, ପାମେଡ ଏରିଆ କମିଟି ଆରପିସି ଓ କୋଣ୍ଡାପାଲି ସଦସ୍ୟ ରହିଛନ୍ତି । ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀଙ୍କୁ ୨୫ ହଜାର ଟଙ୍କାର ପ୍ରୋତ୍ସାହନ ଚେକ୍ ପ୍ରଦାନ କରାଯାଇଛି। ପରେ ସେମାନଙ୍କୁ ସରକାରଙ୍କ ନିୟମ ଅନୁସାରେ ଥଇଥାନ କରାଯିବ ବୋଲି ପୋଲିସ କହିଛି ।


ସେପଟେ ବିଜାପୁର ଭୋପାଲପାଟନମ ଜାତୀୟ ରାଜପଥରେ ନକ୍ସଲମାନେ ଯବାନଙ୍କ ଏକ ପିକ୍ ଅପ୍ ଗାଡ଼ିକୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଛନ୍ତି । ଗୋର୍ଲା ନାଲା ଗାଁ ନିକଟରେ ମାଓବାଦୀ ମାନେ ଏହି ଲେଣ୍ଡମାଇନ ବିସ୍ଫୋରଣ କରିଛନ୍ତି । ବିସ୍ଫୋରଣ ପରେ ମାଓବାଦୀ ମାନେ ଯବାନଙ୍କ ଉପରେ ଗୁଳି ଚାଳନା ମଧ୍ୟ କରିଛନ୍ତି । ଏହି ଘଟଣାରେ ଦୁଇ ଯବାନ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି ।