ସରିଲା ଛତିଶା ନିଯୋଗ ବୈଠକ, ୨୪ ଓ ୨୫ ତାରିଖରେ ହେବ ମେଣ୍ଢାପୋଡ଼ି ଓ ଦୋଳପୂର୍ଣ୍ଣମୀ ନୀତି
ପୁରୀ: ସରିଲା ଛତିଶା ନିଯୋଗ ବୈଠକ । ଆସନ୍ତା ୨୪ ଓ ୨୫ ତାରିଖରେ ମେଣ୍ଢାପୋଡ଼ି ଓ ଦୋଳପୂର୍ଣ୍ଣମୀ ନୀତି ନିର୍ଘଣ୍ଟ ଉପରେ ମୋହର ମାରିଲା ଛତିଶା ନିଯୋଗ। ବୈଠକରେ ନିଷ୍ପତ୍ତି ଅନୁଯାୟୀ, ୨୪ ଓ ୨୫ ତାରିଖ ରାତି ୩ ଟାରେ ଫିଟିବ ଶ୍ରୀମନ୍ଦିର ଦ୍ଵାର। ଭକ୍ତ କିଭଳି ବ୍ୟବସ୍ଥିତ ଓ ଶୃଙ୍ଖଳିତ ଦର୍ଶନ କରିବେ ସେନେଇ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗ୍ରୀଷ୍ମପ୍ରବାହ ଓ ଖରାକୁ ଦୃଷ୍ଟିରେ ରଖି ପାନୀୟ ଜଳ ସହ ମ୍ୟାଟ୍ ବ୍ୟବସ୍ଥା ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ସୂଚନା।ସୂଚନାଯୋଗ୍ୟ, ସୋମବାର ସନ୍ଧ୍ୟାରେ ନିଳାଦ୍ରୀ ଭକ୍ତ ନିବାସ ଠାରେ ମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା । ବୈଠକରେ ଜିଲ୍ଲାପାଳ, ଛତିଶା ନିଯୋଗ ସେବାୟତ ସଦସ୍ୟ, ପରିଚାଳନା କମିଟି ସଦସ୍ୟ ଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ।
ପୁରୀ: ସରିଲା ଛତିଶା ନିଯୋଗ ବୈଠକ । ଆସନ୍ତା ୨୪ ଓ ୨୫ ତାରିଖରେ ମେଣ୍ଢାପୋଡ଼ି ଓ ଦୋଳପୂର୍ଣ୍ଣମୀ ନୀତି ନିର୍ଘଣ୍ଟ ଉପରେ ମୋହର ମାରିଲା ଛତିଶା ନିଯୋଗ। ବୈଠକରେ ନିଷ୍ପତ୍ତି ଅନୁଯାୟୀ, ୨୪ ଓ ୨୫ ତାରିଖ ରାତି ୩ ଟାରେ ଫିଟିବ ଶ୍ରୀମନ୍ଦିର ଦ୍ଵାର। ଭକ୍ତ କିଭଳି ବ୍ୟବସ୍ଥିତ ଓ ଶୃଙ୍ଖଳିତ ଦର୍ଶନ କରିବେ ସେନେଇ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗ୍ରୀଷ୍ମପ୍ରବାହ ଓ ଖରାକୁ ଦୃଷ୍ଟିରେ ରଖି ପାନୀୟ ଜଳ ସହ ମ୍ୟାଟ୍ ବ୍ୟବସ୍ଥା ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ସୂଚନା।
ସୂଚନାଯୋଗ୍ୟ, ସୋମବାର ସନ୍ଧ୍ୟାରେ ନିଳାଦ୍ରୀ ଭକ୍ତ ନିବାସ ଠାରେ ମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା । ବୈଠକରେ ଜିଲ୍ଲାପାଳ, ଛତିଶା ନିଯୋଗ ସେବାୟତ ସଦସ୍ୟ, ପରିଚାଳନା କମିଟି ସଦସ୍ୟ ଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ।