ସରିଲା ପ୍ରାଣ ପ୍ରତିଷ୍ଠା, ଭକ୍ତିରେ ବିଭୋର ହେଲେ ଅମିତାଭ୍‌

ମଙ୍ଗଳବାର ସୋସିଆଲ ମିଡିଆରେ ଭବ୍ୟ ରାମ ମନ୍ଦିର ଓ ରାମଲାଲାଙ୍କ ସହ ନିଜ ଫଟୋ ସେୟାର କରିଛନ୍ତି ବଲିଉଡ୍‌ର ଭେଟରାନ୍‌ ଅଭିନେତା ଅମିତାଭ ବଚ୍ଚନ।

ସରିଲା ପ୍ରାଣ ପ୍ରତିଷ୍ଠା, ଭକ୍ତିରେ ବିଭୋର ହେଲେ ଅମିତାଭ୍‌

ଅନ୍ତ ହୋଇଛି ୫୦୦ ବର୍ଷର ଅପେକ୍ଷା। ଶେଷରେ ଅଯୋଧ୍ୟାର ଭବ୍ୟ ମନ୍ଦିରରେ ହୋଇଛି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା। ଏହି ଭବ୍ୟ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପ୍ରାୟ ୭୦୦୦ ନିମନ୍ତ୍ରିତ ଅତିଥି ସାମିଲ ହୋଇଥିଲେ। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଏବେ ସୋସିଆଲ ମିଡିଆରେ ଛାଇ ଯାଇଛି ରାମ ମନ୍ଦିର ଓ ରାମଲାଲାଙ୍କ ଫଟୋ। ତେବେ ମଙ୍ଗଳବାର ସୋସିଆଲ ମିଡିଆରେ ଭବ୍ୟ ରାମ ମନ୍ଦିର ଓ ରାମଲାଲାଙ୍କ ସହ ନିଜ ଫଟୋ ସେୟାର କରିଛନ୍ତି ବଲିଉଡ୍‌ର ଭେଟରାନ୍‌ ଅଭିନେତା ଅମିତାଭ ବଚ୍ଚନ। ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ସେୟାର ହୋଇଥିବା ଏହି ଫଟୋରେ ଦେଖିବାକୁ ମିଳୁଛି କି ଅମିତାଭ୍ ବଚ୍ଚନ ରାମଲାଲାଙ୍କ ବିଗ୍ରହ ସାମ୍ନାରେ ହାତଯୋଡ଼ି ଠିଆ ହୋଇଛନ୍ତି। ଏହି ଫଟୋ ସେୟାର କରିବା ସହ ଅମିତାଭ୍‌ ବଚ୍ଚନ ‘ବୋଲ ସିୟାପତି ରାମଚନ୍ଦ୍ର କି ଜୟ’ ବୋଲି ଲେଖିଛନ୍ତି।