ସରିଲା ବିଧାନସଭାର ବଜେଟ ଅଧିବେଶନ, ୨୬ଟି କାର୍ଯ୍ୟ ଦିବସରେ ପାରିତ ହୋଇଛି ଦୁଇଟି ବିଲ୍‌

ଭୁବନେଶ୍ବର: ସରିଲା ବିଧାନସଭାର ବଜେଟ ଅଧିବେଶନ। ଚଳିତ ଥରର ବଜେଟ ଅଧିବେଶନ ଥିଲା ନୂଆ ସରକାରଙ୍କ ପ୍ରଥମ ବଜେଟ ଅଧିବେଶନ। ଏହି ଅଧିବେଶନରେ ୨୬ଟି କାର୍ଯ୍ୟ ଦିବସ ରହିଥିବାବେଳେ, ଦୁଇଟି ବିଲ୍‌ ପାରିତ ହୋଇଛି। ସେହିଭଳି ଦ୍ରବ୍ୟ ଓ ସେବା କର ବିଲ ସଂଶୋଧିତ ହୋଇଛି। ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହୋଇଛି । ବୁଧବାର ଶେଷ କାର୍ଯ୍ୟ ଦିବସରେ ମଧ୍ୟ ଗୃହରେ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା। ଗୃହରେ ବିଶୃଙ୍ଖଳା ଏବଂ ମହିଳା ବାଚସ୍ପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବାରୁ, କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ବିଜେଡି ବିଧାୟକ ବ୍ରଜ ପ୍ରଧାନ ଏବଂ ଧ୍ରୁବ ସାହୁଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଆଗତ କରିଥିଲେ ସଂସଦୀୟ ବ୍ୟାପାର । ଯାହାକୁ ବିରୋଧ କରି ଉଭୟ ବିଜେଡି ଓ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ କରିଥିଲେ । ବିଧାୟକ ଧ୍ରୁବ ସାହୁ ପୋଡିୟମ ତଳେ ଧାରଣା ଦେଇଥିଲେ । ତେବେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଜୁଲାଇ ୨୨ତାରିଖରୁ ଆରମ୍ଭ ହୋଇଥିଲା। ମୋଟ ୨୬ କାର୍ଯ୍ୟ ଦିବସ ମଧ୍ୟରୁ ୨୫ ଦିନ ବୈଠକ ବସିଛି। ଏହି ଅବଧି ମଧ୍ୟରେ ୧୯ଟି ମୁଲତବୀ ପ୍ରସ୍ତାବ ସମେତ ବ୍ୟୟମଞ୍ଜୁରୀ ବିଲ୍ ଏବଂ ୬ଟି ସିଏଜି ରିପୋର୍ଟ ପାରିତ ହୋଇଛି । ବଡ଼ କଥା ହେଉଛି ରାଜ୍ୟରେ ନୂଆ କରି ସରକାର ଗଢ଼ିଥିଲେବି ବଜେଟ ଅଧିବେଶନରେ ବେଶ୍ ଦକ୍ଷତା ଦେଖାଇଛି ବିଜେପି। ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ସତ୍ତ୍ୱେ ବିଭିନ୍ନ ବିଭାଗର

ସରିଲା ବିଧାନସଭାର ବଜେଟ ଅଧିବେଶନ, ୨୬ଟି କାର୍ଯ୍ୟ ଦିବସରେ ପାରିତ ହୋଇଛି ଦୁଇଟି ବିଲ୍‌

ଭୁବନେଶ୍ବର: ସରିଲା ବିଧାନସଭାର ବଜେଟ ଅଧିବେଶନ। ଚଳିତ ଥରର ବଜେଟ ଅଧିବେଶନ ଥିଲା ନୂଆ ସରକାରଙ୍କ ପ୍ରଥମ ବଜେଟ ଅଧିବେଶନ। ଏହି ଅଧିବେଶନରେ ୨୬ଟି କାର୍ଯ୍ୟ ଦିବସ ରହିଥିବାବେଳେ, ଦୁଇଟି ବିଲ୍‌ ପାରିତ ହୋଇଛି। ସେହିଭଳି ଦ୍ରବ୍ୟ ଓ ସେବା କର ବିଲ ସଂଶୋଧିତ ହୋଇଛି। ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହୋଇଛି । 

ବୁଧବାର ଶେଷ କାର୍ଯ୍ୟ ଦିବସରେ ମଧ୍ୟ ଗୃହରେ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା। ଗୃହରେ ବିଶୃଙ୍ଖଳା ଏବଂ ମହିଳା ବାଚସ୍ପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବାରୁ, କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ବିଜେଡି ବିଧାୟକ ବ୍ରଜ ପ୍ରଧାନ ଏବଂ ଧ୍ରୁବ ସାହୁଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଆଗତ କରିଥିଲେ ସଂସଦୀୟ ବ୍ୟାପାର । ଯାହାକୁ ବିରୋଧ କରି ଉଭୟ ବିଜେଡି ଓ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ କରିଥିଲେ । ବିଧାୟକ ଧ୍ରୁବ ସାହୁ ପୋଡିୟମ ତଳେ ଧାରଣା ଦେଇଥିଲେ । 

ତେବେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଜୁଲାଇ ୨୨ତାରିଖରୁ ଆରମ୍ଭ ହୋଇଥିଲା। ମୋଟ ୨୬ କାର୍ଯ୍ୟ ଦିବସ ମଧ୍ୟରୁ ୨୫ ଦିନ ବୈଠକ ବସିଛି। ଏହି ଅବଧି ମଧ୍ୟରେ ୧୯ଟି ମୁଲତବୀ ପ୍ରସ୍ତାବ ସମେତ ବ୍ୟୟମଞ୍ଜୁରୀ ବିଲ୍ ଏବଂ ୬ଟି ସିଏଜି ରିପୋର୍ଟ ପାରିତ ହୋଇଛି । ବଡ଼ କଥା ହେଉଛି ରାଜ୍ୟରେ ନୂଆ କରି ସରକାର ଗଢ଼ିଥିଲେବି ବଜେଟ ଅଧିବେଶନରେ ବେଶ୍ ଦକ୍ଷତା ଦେଖାଇଛି ବିଜେପି। ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ସତ୍ତ୍ୱେ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଓ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରାଇବାରେ ଶାସକ ବିଜେପି ବେଶ ସଫଳ ହୋଇଛି।

Updating...