ସରୁନି ପୋଲ ସଂଯୋଗୀକରଣ ରାସ୍ତା
ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ ରାସ୍ତା କାମ ସରୁନାହିଁ। ଫଳରେ ତେନ୍ତୁଳିଦା, ଦୁର୍ଗାଦେବୀ ଓ ପତ୍ରିପାଳ ପଞ୍ଚାୟତର ପାଖାପାଖି ୪୦ରୁ ଊଦ୍ଧର୍ବ ଗ୍ରାମର ହଜାର ହଜାର ଲୋକ ଯାତାୟାତ ଲାଗି ହନ୍ତସନ୍ତ ହେଉଛନ୍ତି। ଗ୍ରାମବାସୀଙ୍କ ବାରମ୍ବାର ତାଗିଦ୍ ସତ୍ତ୍ୱେ କାମ କରୁଥିବା ଠିକାଦାର ଖାମଖିଆଲି ଭାବେ ଏହାକୁ ଆଡେଇ ଚାଲିଛନ୍ତି। ଫଳରେ ବାଧ୍ୟହୋଇ ଗ୍ରାମବାସୀ କାର୍ଯ୍ୟବନ୍ଦ […] The post ସରୁନି ପୋଲ ସଂଯୋଗୀକରଣ ରାସ୍ତା appeared first on Dharitri Odia News.
ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ ରାସ୍ତା କାମ ସରୁନାହିଁ। ଫଳରେ ତେନ୍ତୁଳିଦା, ଦୁର୍ଗାଦେବୀ ଓ ପତ୍ରିପାଳ ପଞ୍ଚାୟତର ପାଖାପାଖି ୪୦ରୁ ଊଦ୍ଧର୍ବ ଗ୍ରାମର ହଜାର ହଜାର ଲୋକ ଯାତାୟାତ ଲାଗି ହନ୍ତସନ୍ତ ହେଉଛନ୍ତି। ଗ୍ରାମବାସୀଙ୍କ ବାରମ୍ବାର ତାଗିଦ୍ ସତ୍ତ୍ୱେ କାମ କରୁଥିବା ଠିକାଦାର ଖାମଖିଆଲି ଭାବେ ଏହାକୁ ଆଡେଇ ଚାଲିଛନ୍ତି। ଫଳରେ ବାଧ୍ୟହୋଇ ଗ୍ରାମବାସୀ କାର୍ଯ୍ୟବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି।
୨୦୧୮ରୁ ୧୩ କୋଟି ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିବା ପୋଲ କାମ ଏକ ବର୍ଷ ପୂର୍ବରୁ ଶେଷ ହୋଇଥିଲେ ମଧ୍ୟ ସଂଯୋଗୀକରଣ ରାସ୍ତା ନିର୍ମାଣ ହେଉ ନ ଥିବାରୁ ବୋଇତବାଙ୍କ ପଟୁ ନୂଆପାଢ଼ୀ ଆସିବାକୁ ଅନେକ ହୀନସ୍ତା ହେବାକୁ ପଡୁଛି। ଏହି ରାସ୍ତା ଦେଇ ପ୍ରତିଦିନ ଛାତ୍ରୀଛାତ୍ର ଫକୀରମୋହନ ବିଶ୍ୱବିଦ୍ୟାଳୟ, ମିତ୍ରପୁର କଲେଜ ଓ ରେମୁଣା କଲେଜ ଆସିଥାନ୍ତି। ସେହିପରି ଦୈନନ୍ଦିନ କାର୍ଯ୍ୟ ଲାଗି ବୋଇତବାଙ୍କ, ଜାଗୁଳି, ଚକୁଳିଆ, ଧାରାଗଞ୍ଜ,ଟୀକାରାପାଳ ପ୍ରଭୃତି ଗ୍ରାମରୁ ଲୋକେ ରେମୁଣା, ମିତ୍ରପୁର ଓ ନୀଳଗିରି ଆସିଥାନ୍ତି। ମାତ୍ର ସଂଯୋଗୀକରଣ ରାସ୍ତା ନ ଥିବାରୁ ବାଧ୍ୟ ହୋଇ ନଦୀ ବାଲିରେ ବାଇକ୍କୁ ଠେଲି ଠେଲି ଆସିବାକୁ ପଡୁଛି। ପୂର୍ବରୁ ବାଲେଶ୍ୱର ଏମ୍ପି ଓ ରେମୁଣା ବିଧାୟକ ଘଟଣାସ୍ଥଳ ପରିଦର୍ଶନ କରି ତୁରନ୍ତ କାମ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଏହାର କୌଣସି ସୁଫଳ ମିଳିପାରିନି। ସବୁଠୁ ବଡ଼କଥା ହେଲା ଏହି ରାସ୍ତା ଉପରେ ନଦୀ ଏପଟର ହଜାର ହଜାର ଚାଷୀ ନିର୍ଭର କରୁଥିବାବେଳେ ରାସ୍ତା ନ ଥିବାରୁ ସେମାନଙ୍କୁ ହଇରାଣ ହେବାକୁ ପଡୁଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ କିଛି ସୁଫଳ ମିଳୁ ନ ଥିବାରୁ ଗ୍ରାମର ଅନିମେଷ ସ୍ବାଇଁ, ପ୍ରଦୀପ ପାଣିଗ୍ରାହୀ, ଶାନ୍ତନୁ ପାଣିଗ୍ରାହୀ, ନିନି ଜେନା, ଦୀନବନ୍ଧୁ ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟବନ୍ଦ ଲାଗି ଚେତାବନୀ ଦେଇଛନ୍ତି।
The post ସରୁନି ପୋଲ ସଂଯୋଗୀକରଣ ରାସ୍ତା appeared first on Dharitri Odia News.