ସର୍ବକାଳୀନ ଉଚ୍ଚ ସ୍ତରରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର, ଟପିଲା ୬୪୫ ବିଲିୟନ ଡାଲର

ନୂଆଦିଲ୍ଲୀ: ଦେଶର ବିଦେଶୀ ମୁଦ୍ରା ଭଣ୍ଡାରରେ ଲଗାତାର ଷଷ୍ଠ ସପ୍ତାହରେ ବୃଦ୍ଧି ଘଟିଛି । ମାର୍ଚ୍ଚ ୨୯ରେ ଶେଷ ହୋଇଥିବା ସପ୍ତାହରେ ଏହା ୨.୯୪ ବିଲିୟନ ଡଲାର ବଢି ୬୪୫.୫୮ ବିଲିୟନ ଡଲାର ହୋଇଛି । ଏହାସହ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ସର୍ବକାଳୀନ ଉଚ୍ଚ ସ୍ତରରେ ପହଞ୍ଚିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଶୁକ୍ରବାର ଏହି ସୂଚନା ଦେଇଛି । ଏହା ପୂର୍ବରୁ ମାର୍ଚ୍ଚ ୨୨ରେ ଶେଷ ହୋଇଥିବା ସପ୍ତାହରେ ଏହା ୬୪୨.୬୩୧ ବିଲିୟନ ଡଲାର ଥିଲା । ଏହା ପୂର୍ବରୁ ମାର୍ଚ୍ଚ ୧୫ରେ ଶେଷ ହୋଇଥିବା ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାର ୬୪୨.୪୯୨ ବିଲିୟନ ଡଲାର ଥିଲା ।ଉଲ୍ଲେଖଯୋଗ୍ୟ ଯେ ୨୦୨୧ ସେପ୍ଟେମ୍ୱର ୩ରେ ଶେଷ ହୋଇଥିବା ସପ୍ତାହରେ ଦେଶର ବିଦେଶୀ ମୁଦ୍ର ଭଣ୍ଡାର ୬୪୨.୪୫ ବିଲିୟନ ଡଲାରର ସର୍ବକାଳୀନ ଉଚ୍ଚ ସ୍ତରରେ ପହଞ୍ଚିଥିଲା । ଗତ ବର୍ଷ ବିଶ୍ୱରେ ବଦଳୁଥିବା ଭୂ-ରାଜନୀତିକ ଗତିବିଧି ଯୋଗୁଁ କେନ୍ଦ୍ରୀୟ ବ୍ୟାଙ୍କ ଏହାକୁ ଉପଯୋଗ କରିଥିଲା । ଯେଉଁଥି ପାଇଁ ମୁଦ୍ରା ଭଣ୍ଡାର ପ୍ରଭାବିତ ହୋଇଥିଲା ।ପଢନ୍ତୁ: ଏବେ ୟୁପିଆଇରେ ଜମା କରିପାରିବେ ଟଙ୍କା, ଆରବିଆଇର ବଡ଼ ଘୋଷଣାଆରବିଆଇର ସପ୍ତାହିକ ଡାଟା ଅନୁସାରେ ମାର୍ଚ୍ଚ ୨୯ରେ ଶେଷ ହୋଇଥିବା ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାର ଗୁରୁତ୍ୱପୂର୍ଣ୍ଣ ଅଂଶ ବିଦେଶୀ ମୁଦ୍ରା ସମ୍ପତ୍ତି (ଏଫସିଏ) ୨.୩୫ ବିଲିୟନ ଡଲାର ବଢି ୫୭୦.୬୧ ବିଲିୟନ ଡଲାର ହୋଇଥିଲା । ଏହାର ଠିକ୍ ପୂର୍ବରୁ ମାର୍ଚ୍ଚ ୨୨ରେ ସମାପ୍ତ ସ

ସର୍ବକାଳୀନ ଉଚ୍ଚ ସ୍ତରରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର, ଟପିଲା ୬୪୫ ବିଲିୟନ ଡାଲର

ନୂଆଦିଲ୍ଲୀ: ଦେଶର ବିଦେଶୀ ମୁଦ୍ରା ଭଣ୍ଡାରରେ ଲଗାତାର ଷଷ୍ଠ ସପ୍ତାହରେ ବୃଦ୍ଧି ଘଟିଛି । ମାର୍ଚ୍ଚ ୨୯ରେ ଶେଷ ହୋଇଥିବା ସପ୍ତାହରେ ଏହା ୨.୯୪ ବିଲିୟନ ଡଲାର ବଢି ୬୪୫.୫୮ ବିଲିୟନ ଡଲାର ହୋଇଛି । ଏହାସହ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ସର୍ବକାଳୀନ ଉଚ୍ଚ ସ୍ତରରେ ପହଞ୍ଚିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଶୁକ୍ରବାର ଏହି ସୂଚନା ଦେଇଛି । ଏହା ପୂର୍ବରୁ ମାର୍ଚ୍ଚ ୨୨ରେ ଶେଷ ହୋଇଥିବା ସପ୍ତାହରେ ଏହା ୬୪୨.୬୩୧ ବିଲିୟନ ଡଲାର ଥିଲା । ଏହା ପୂର୍ବରୁ ମାର୍ଚ୍ଚ ୧୫ରେ ଶେଷ ହୋଇଥିବା ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାର ୬୪୨.୪୯୨ ବିଲିୟନ ଡଲାର ଥିଲା ।

ଉଲ୍ଲେଖଯୋଗ୍ୟ ଯେ ୨୦୨୧ ସେପ୍ଟେମ୍ୱର ୩ରେ ଶେଷ ହୋଇଥିବା ସପ୍ତାହରେ ଦେଶର ବିଦେଶୀ ମୁଦ୍ର ଭଣ୍ଡାର ୬୪୨.୪୫ ବିଲିୟନ ଡଲାରର ସର୍ବକାଳୀନ ଉଚ୍ଚ ସ୍ତରରେ ପହଞ୍ଚିଥିଲା । ଗତ ବର୍ଷ ବିଶ୍ୱରେ ବଦଳୁଥିବା ଭୂ-ରାଜନୀତିକ ଗତିବିଧି ଯୋଗୁଁ କେନ୍ଦ୍ରୀୟ ବ୍ୟାଙ୍କ ଏହାକୁ ଉପଯୋଗ କରିଥିଲା । ଯେଉଁଥି ପାଇଁ ମୁଦ୍ରା ଭଣ୍ଡାର ପ୍ରଭାବିତ ହୋଇଥିଲା ।

ପଢନ୍ତୁ: ଏବେ ୟୁପିଆଇରେ ଜମା କରିପାରିବେ ଟଙ୍କା, ଆରବିଆଇର ବଡ଼ ଘୋଷଣା

ଆରବିଆଇର ସପ୍ତାହିକ ଡାଟା ଅନୁସାରେ ମାର୍ଚ୍ଚ ୨୯ରେ ଶେଷ ହୋଇଥିବା ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାର ଗୁରୁତ୍ୱପୂର୍ଣ୍ଣ ଅଂଶ ବିଦେଶୀ ମୁଦ୍ରା ସମ୍ପତ୍ତି (ଏଫସିଏ) ୨.୩୫ ବିଲିୟନ ଡଲାର ବଢି ୫୭୦.୬୧ ବିଲିୟନ ଡଲାର ହୋଇଥିଲା । ଏହାର ଠିକ୍ ପୂର୍ବରୁ ମାର୍ଚ୍ଚ ୨୨ରେ ସମାପ୍ତ ସପ୍ତାହରେ ଏହା ୦.୧୨ ବିଲିୟନ ଡଲାର କମି ୫୬୮.୨୬ ବିଲିୟନ ଡଲାର ଥିଲା । ଆରବିଆଇ ଅନୁସାରେ ଦେଶର ସୁନା ଭଣ୍ଡାର ମୂଲ୍ୟ ୬୭୩ ମିଲିୟନ ଡଲାର ବଢି ୫୨.୧୬ ବିଲିୟନ ଡଲାର ହୋଇଛି । ବିଶେଷ ଆହରଣ ଅଧିକାର (ଏସଡିଆର) ୭୨ ମିଲିୟନ ଡଲାର କମି ୧୮.୧୪ ବିଲିୟନ ଡଲାର ରହିଛି ।