ସର୍ବକାଳୀନ ରେକର୍ଡ ଛୁଇଁବା ପରେ ଖସିଲା ଶେୟାର ବଜାର, ଲାଲ୍ ସଂକେତରେ ବନ୍ଦ ହେଲା କାରବାର
ନୂଆଦିଲ୍ଲୀ: ସୋମବାର(ମେ ୨୭) ଭାରତୀୟ ଶେୟାର ମାର୍କେଟ୍ ନୂଆ ରେକର୍ଡ ଛୁଇଁବା ପରେ କାରବାର ଶେଷରେ ପୁଣି ତଳକୁ ଖସି ଆସିଛି। ବିଏସ୍ଇ ସେନ୍ସେକ୍ସ ୧୯.୮୯ ବା ୦. ୦୩ ପ୍ରତିଶତ ହ୍ରାସ ହୋଇ ୭୫,୩୯୦ରେ ବନ୍ଦ ହୋଇଛି। ସେହିପରି ଏନ୍ଏସଇର ନିଫ୍ଟି ୨୪.୬୫ ଅଙ୍କ ଅର୍ଥାତ୍ ୦.୧୧ ପ୍ରତିଶତ ହ୍ରାସ ସହିତ ୨୨,୯୩୨ରେ ବନ୍ଦ ହୋଇଛି। ଏହା ପୂର୍ବରୁ କାରବାର ସମୟରେ ସେନ୍ସେକ୍ସ ୭୬,୦୦୯ ସର୍ବକାଳୀନ ଉଚ୍ଚାସ୍ତରରେ ପହଞ୍ଚିଥିଲା। ଏଥିରେ ୫୦୦ ପଏଣ୍ଟ୍ ବୃଦ୍ଧି ହୋଇଥିଲା। ସେହିପରି ନିଫ୍ଟି୫୦ ମଧ୍ୟ ରେକର୍ଡ ସ୍ତରରେ ପହଞ୍ଚି ୨୩,୧୦୮ ହୋଇଥିଲା। ଏଥିରେ ୧୦୦ ପଏଣ୍ଟରୁ ଅଧିକ ବୃଦ୍ଧି ହୋଇଛି। ସୋମବାର ଫାର୍ମ ସେକ୍ଟରେ ଅଧିକ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଡିଭିଜ୍ ଲ୍ୟାବ୍ରେ ପାଖାପାଖି ୫ ପ୍ରତିଶତ, ଟରେଣ୍ଟ ଫାର୍ମାରେ ୫ ପ୍ରତିଶତରୁ ଅଧିକ ଅଭିବୃଦ୍ଧି ହୋଇଥିଲା। ଆଜି ମାର୍କେଟ କ୍ଲୋଜିଂ ସମୟରେ ବିଏସଇର ମାର୍କେଟ କ୍ୟାପ ସଠିକ୍ ୪୨୦.୦୦ ଲକ୍ଷ କୋଟି ଥିଲା। ହେଲେ ଦିନରେ ବୃଦ୍ଧି ସମୟରେ ଏହା ୪୨୧.୬୮ ଲକ୍ଷ କୋଟିରେ ପହଞ୍ଚିଥିଲା। ଏହି ବର୍ଦ୍ଧିତ ୧.୬୮ ଲକ୍ଷ କୋଟି ଟଙ୍କା ମାତ୍ର ଘଣ୍ଟାକରେ ଶେଷ ହୋଇଯାଇଥିଲା। ଫଳରେ କାରବାର ଶେଷ ମିନିଟ୍ରେ ସେନ୍ସେକ୍ସ ଲାଲ୍ ସଂକେତରେ ବନ୍ଦ ହୋଇଥିଲା। ବିଏସ୍ଇର ୪୧୦୫ ଟି ସେୟାର ମଧ୍ୟରୁ ୧୭୧୧ ଟି ସେୟାର ବୃଦ୍ଧି ସହିତ ବନ୍ଦ ହୋଇଥିବା ବେଳେ ୨୨୫୪ ଟି ସେୟାର ହ୍ରାସ ହୋଇଛି। ସେହିପରି ୧୪୦ ସେୟାରର
ନୂଆଦିଲ୍ଲୀ: ସୋମବାର(ମେ ୨୭) ଭାରତୀୟ ଶେୟାର ମାର୍କେଟ୍ ନୂଆ ରେକର୍ଡ ଛୁଇଁବା ପରେ କାରବାର ଶେଷରେ ପୁଣି ତଳକୁ ଖସି ଆସିଛି। ବିଏସ୍ଇ ସେନ୍ସେକ୍ସ ୧୯.୮୯ ବା ୦. ୦୩ ପ୍ରତିଶତ ହ୍ରାସ ହୋଇ ୭୫,୩୯୦ରେ ବନ୍ଦ ହୋଇଛି। ସେହିପରି ଏନ୍ଏସଇର ନିଫ୍ଟି ୨୪.୬୫ ଅଙ୍କ ଅର୍ଥାତ୍ ୦.୧୧ ପ୍ରତିଶତ ହ୍ରାସ ସହିତ ୨୨,୯୩୨ରେ ବନ୍ଦ ହୋଇଛି।
ଏହା ପୂର୍ବରୁ କାରବାର ସମୟରେ ସେନ୍ସେକ୍ସ ୭୬,୦୦୯ ସର୍ବକାଳୀନ ଉଚ୍ଚାସ୍ତରରେ ପହଞ୍ଚିଥିଲା। ଏଥିରେ ୫୦୦ ପଏଣ୍ଟ୍ ବୃଦ୍ଧି ହୋଇଥିଲା। ସେହିପରି ନିଫ୍ଟି୫୦ ମଧ୍ୟ ରେକର୍ଡ ସ୍ତରରେ ପହଞ୍ଚି ୨୩,୧୦୮ ହୋଇଥିଲା। ଏଥିରେ ୧୦୦ ପଏଣ୍ଟରୁ ଅଧିକ ବୃଦ୍ଧି ହୋଇଛି।
ସୋମବାର ଫାର୍ମ ସେକ୍ଟରେ ଅଧିକ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଡିଭିଜ୍ ଲ୍ୟାବ୍ରେ ପାଖାପାଖି ୫ ପ୍ରତିଶତ, ଟରେଣ୍ଟ ଫାର୍ମାରେ ୫ ପ୍ରତିଶତରୁ ଅଧିକ ଅଭିବୃଦ୍ଧି ହୋଇଥିଲା।
ଆଜି ମାର୍କେଟ କ୍ଲୋଜିଂ ସମୟରେ ବିଏସଇର ମାର୍କେଟ କ୍ୟାପ ସଠିକ୍ ୪୨୦.୦୦ ଲକ୍ଷ କୋଟି ଥିଲା। ହେଲେ ଦିନରେ ବୃଦ୍ଧି ସମୟରେ ଏହା ୪୨୧.୬୮ ଲକ୍ଷ କୋଟିରେ ପହଞ୍ଚିଥିଲା। ଏହି ବର୍ଦ୍ଧିତ ୧.୬୮ ଲକ୍ଷ କୋଟି ଟଙ୍କା ମାତ୍ର ଘଣ୍ଟାକରେ ଶେଷ ହୋଇଯାଇଥିଲା। ଫଳରେ କାରବାର ଶେଷ ମିନିଟ୍ରେ ସେନ୍ସେକ୍ସ ଲାଲ୍ ସଂକେତରେ ବନ୍ଦ ହୋଇଥିଲା।
ବିଏସ୍ଇର ୪୧୦୫ ଟି ସେୟାର ମଧ୍ୟରୁ ୧୭୧୧ ଟି ସେୟାର ବୃଦ୍ଧି ସହିତ ବନ୍ଦ ହୋଇଥିବା ବେଳେ ୨୨୫୪ ଟି ସେୟାର ହ୍ରାସ ହୋଇଛି। ସେହିପରି ୧୪୦ ସେୟାରରେ କୌଣସି ପରିବର୍ତ୍ତନ ଦେଖାଯାଉଛି। ଆଜି ବନ୍ଦ ସମୟରେ ୩୩୫ ଟି ସେୟାର ଅପର ସର୍କିଟ ରହିଥିଲା। ସେହିପରି ୩୧୪ ଟି ସେୟାର ଲୋୟର ସର୍କିଟ ରହିଥିଲା।