ସର୍ବକାଳୀନ ସର୍ବନିମ୍ନ ସ୍ତରକୁ ଖସିଲା ଟଙ୍କା ମୂଲ୍ୟ

ନୂଆଦିଲ୍ଲୀ,୪।୧୧: ଆମେରିକୀୟ ଦୁର୍ବଳତାର ଫାଇଦା ନେଇ ଅନ୍ୟ ଏସୀୟ ବଜାର ଲାଭାନ୍ବିତ ହୋଇଥିବା ବେଳେ କ୍ଷତିର ସମ୍ମୁଖୀନ ହୋଇଛି ଭାରତୀୟ ଟଙ୍କା। ସ୍ଥାନୀୟ ଷ୍ଟକରୁ କ୍ରମାଗତ ଭାବେ ଟଙ୍କା ଉପରେ ଚାପ ଜାରି ରହିଛି। ଡଲାର ତୁଳନାରେ ଟଙ୍କା ମୂଲ୍ୟ ସର୍ବକାଳୀନ ସର୍ବନିମ୍ନ ୮୪.୧୧ କୁ ଖସି ଆସିଛି, ଯାହା ଗତ ସପ୍ତାହରେ ପୂର୍ବ ରେକର୍ଡ ସର୍ବନିମ୍ନ ୮୪.୦୯୫୦ ଛୁଇଁଥିଲା। ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ଦୃଷ୍ଟିରେ ରଖି ସୋମବାର ବିଦେଶୀ ନିବେଶକମାନେ ଜୋରଦାର ବିକ୍ରୀକରିବାରୁ ଏହାର ଚାପ […] The post ସର୍ବକାଳୀନ ସର୍ବନିମ୍ନ ସ୍ତରକୁ ଖସିଲା ଟଙ୍କା ମୂଲ୍ୟ appeared first on Dharitri Odia News.

ସର୍ବକାଳୀନ ସର୍ବନିମ୍ନ ସ୍ତରକୁ ଖସିଲା ଟଙ୍କା ମୂଲ୍ୟ

ନୂଆଦିଲ୍ଲୀ,୪।୧୧: ଆମେରିକୀୟ ଦୁର୍ବଳତାର ଫାଇଦା ନେଇ ଅନ୍ୟ ଏସୀୟ ବଜାର ଲାଭାନ୍ବିତ ହୋଇଥିବା ବେଳେ କ୍ଷତିର ସମ୍ମୁଖୀନ ହୋଇଛି ଭାରତୀୟ ଟଙ୍କା। ସ୍ଥାନୀୟ ଷ୍ଟକରୁ କ୍ରମାଗତ ଭାବେ ଟଙ୍କା ଉପରେ ଚାପ ଜାରି ରହିଛି। ଡଲାର ତୁଳନାରେ ଟଙ୍କା ମୂଲ୍ୟ ସର୍ବକାଳୀନ ସର୍ବନିମ୍ନ ୮୪.୧୧ କୁ ଖସି ଆସିଛି, ଯାହା ଗତ ସପ୍ତାହରେ ପୂର୍ବ ରେକର୍ଡ ସର୍ବନିମ୍ନ ୮୪.୦୯୫୦ ଛୁଇଁଥିଲା।

ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ଦୃଷ୍ଟିରେ ରଖି ସୋମବାର ବିଦେଶୀ ନିବେଶକମାନେ ଜୋରଦାର ବିକ୍ରୀକରିବାରୁ ଏହାର ଚାପ ଶେୟାର ବଜାର ଉପରେ ପଡିଥିଲା। ଫଳରେ ସେପ୍ଟେମ୍ବର ଶେଷ ସୁଦ୍ଧା ରେକର୍ଡ ଉଚ୍ଚ ସ୍ତରରୁ ବେଞ୍ଚମାର୍କ ପ୍ରାୟ ୯% ହ୍ରାସ ପାଇଛି।

ଅକ୍ଟୋବରରେ ବିଦେଶୀ ନିବେଶକମାନେ ୧୧ ବିଲିୟନ ଡଲାରରୁ ଅଧିକ ଭାରତୀୟ ଇକ୍ୱିଟି ବିକ୍ରି କରିଥିବାବେଳେ ବିଦେଶୀ ନିବେଶକ ଏବଂ ବିଦେଶୀ ଋଣଦାତାମାନେ ମଧ୍ୟ ଗତ ମାସରେ ଏପ୍ରିଲରୁ ପ୍ରଥମ ଥର ପାଇଁ ସରକାରୀ ବଣ୍ଡରେ ନିଜର ସ୍ଥିତିକୁ ହ୍ରାସ କରିଛନ୍ତି।

The post ସର୍ବକାଳୀନ ସର୍ବନିମ୍ନ ସ୍ତରକୁ ଖସିଲା ଟଙ୍କା ମୂଲ୍ୟ appeared first on Dharitri Odia News.