ସର୍ବଦଳୀୟ ବୈଠକ ଡାକିଲେ ସରକାର, ଆସିଲାନି କଂଗ୍ରେସ
ଭୁବନେଶ୍ୱର,୨୧।୭: ବିଧାନସଭା ଅଧିବେଶନ ପୂର୍ବରୁ ଆଜି ଶେଷ ହୋଇଛି ସର୍ବଦଳୀୟ ବୈଠକ । ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ , ଏବଂ ଶାସକ ଦଳର ମନ୍ତ୍ରୀବୃନ୍ଦ ଉପସ୍ଥିତ ଥିଲେ । କିନ୍ତୁ ଦଳରେ ଜଣେ ବି କଂଗ୍ରେସ ବିଧାୟକଙ୍କୁ ଦେଖିବାକୁ ମିଳି ନ ଥିଲା । ତେବେ ସୋମବାର ଆରମ୍ଭ ହେବାକୁ ଥିବା ଅଧିବେଶନରେ କିପରି ଶୃଙ୍ଖଳାର ସହ ଗୃହକାର୍ଯ୍ୟ ପରିଚାଳିତ ହେବ ନେଇ ମୁଖ୍ୟତଃ […] The post ସର୍ବଦଳୀୟ ବୈଠକ ଡାକିଲେ ସରକାର, ଆସିଲାନି କଂଗ୍ରେସ appeared first on Dharitri Odia News.
ଭୁବନେଶ୍ୱର,୨୧।୭: ବିଧାନସଭା ଅଧିବେଶନ ପୂର୍ବରୁ ଆଜି ଶେଷ ହୋଇଛି ସର୍ବଦଳୀୟ ବୈଠକ । ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ , ଏବଂ ଶାସକ ଦଳର ମନ୍ତ୍ରୀବୃନ୍ଦ ଉପସ୍ଥିତ ଥିଲେ । କିନ୍ତୁ ଦଳରେ ଜଣେ ବି କଂଗ୍ରେସ ବିଧାୟକଙ୍କୁ ଦେଖିବାକୁ ମିଳି ନ ଥିଲା । ତେବେ ସୋମବାର ଆରମ୍ଭ ହେବାକୁ ଥିବା ଅଧିବେଶନରେ କିପରି ଶୃଙ୍ଖଳାର ସହ ଗୃହକାର୍ଯ୍ୟ ପରିଚାଳିତ ହେବ ନେଇ ମୁଖ୍ୟତଃ ବୈଠକରେ ଆଲୋଚନା ହୋଇଥିଲା ।
ସର୍ବଦଳୀୟ ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇ କହିଛନ୍ତି, କଂଗ୍ରେସ ଓ ସିପିଏମ ବୈଠକରେ ଅନୁପସ୍ଥିତ ଥିଲେ। କଂଗ୍ରେସ ନେତା ବାଛି ନ ଥିବାରୁ ପିସିସି ସଭାପତିଙ୍କ ସହ କଥା ହୋଇଥିଲି। ସିପିଏମ ସଦସ୍ୟ ଲକ୍ଷ୍ମଣ ମୁଣ୍ଡାଙ୍କ ସହ ମଧ୍ୟ ଫୋନରେ କଥା ହୋଇଥିଲି। ସେଥିପାଇଁ ଉଭୟ ଦଳର ପ୍ରତିନିଧି ବୈଠକକୁ ଆସିପାରି ନାହାନ୍ତି ବୋଲି ବନ୍ତ୍ରୀ କହିଛନ୍ତି।
ଅନ୍ୟପଟେ ଆସନ୍ତା କାଲି ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ବିରୋଧୀ ଦଳମାନେ ଘେରିବାକୁ ଯୋଜନା କରିଥିବା ସୂଚନା ରହିଛି । ବିରୋଧୀଙ୍କ ପ୍ରଶ୍ନକୁ ସାମ୍ନା କରି କିପରି ଗୃହକୁ ସଠିକ ଭାବେ ପରିଚାଳନା କରାଯିବ ତାହା ବାଚସ୍ପତିଙ୍କ ପାଇଁ ବଡ ଚ୍ୟାଲେଞ୍ଜ ରହିବ ବୋଲି କୁହାଯାଉଛି ।
The post ସର୍ବଦଳୀୟ ବୈଠକ ଡାକିଲେ ସରକାର, ଆସିଲାନି କଂଗ୍ରେସ appeared first on Dharitri Odia News.