ରବିବାର ଇଣ୍ଡିଆ କ୍ୟାପିଟାଲ୍ସକୁ ଭେଟିବ କୋଣାର୍କ ସୂର୍ଯ୍ୟାସ ଓଡିଶା

ଜମ୍ମୁ: ଇଣ୍ଡିଆ କ୍ୟାପିଟାଲ୍ସ ବିପକ୍ଷରେ ବିଜୟ ହାସଲ କରିବା ପରେ ଏବେ କୋଣାର୍କ ସୂର୍ଯ୍ୟାସ ଓଡିଶା ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ୨୦୨୪ରେ ନିଜର ପରବର୍ତ୍ତୀ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ | ସେପ୍ଟେମ୍ବର ୬ ତାରିଖ ରବିବାର  ଜମ୍ମୁର ମୋଲାନା ଆଜାଦ ଷ୍ଟାଡିୟମରେ ଟୋୟାମ ହାଇଦ୍ରାବାଦକୁ ଭେଟିବାକୁ ଯାଉଛି କେଏସଓ| ଶୁକ୍ରବାର ମୋଲାନା ଆଜାଦ ଷ୍ଟାଡିୟମରେ କେଏସଓ ଦଳ ଇଣ୍ଡିଆ କ୍ୟାପିଟାଲ୍ସକୁ ୫ ରନରେ ପରାସ୍ତ କରିଛି । ପ୍ରଥମ ଇନିଂସରେ କେଭିନ ଓ’ବ୍ରାଇନ୍‌ଙ୍କ ବ୍ୟାଟିଂ ସହାୟତାରେ କୋଣାର୍କ ସୂର୍ଯ୍ୟାସ ଓଡିଶା ବିପକ୍ଷ ଦଳକୁ ୧୨୮ ରନର ଟାର୍ଗେଟ୍ ଦେଇଥିଲା । ଇଣ୍ଡିଆ କ୍ୟାପିଟାଲ୍ସ ୨୦ ଓଭରରେ ୭ ଓ୍ଵିକେଟ୍ ହରାଇ ୧୨୨ ରନ ସ୍କୋର୍ କରିବାରେ ସକ୍ଷମ ହୋଇପାରିଥିଲା, ଯାହା ଦ୍ୱାରା କେଏସଓ ଲିଗ୍‌ରେ ନିଜର ଦ୍ୱିତୀୟ ବିଜୟ ହାସଲ କରିଛି |ପଏଣ୍ଟ୍ ଟେବୁଲ ଦୁଇଟି ବିଜୟ ସହିତ ୫ ଟି ମ୍ୟାଚରୁ ୬ ପଏଣ୍ଟ ପାଇ କୋଣାର୍କ ସୂର୍ଯ୍ୟ ଓଡିଶା ବର୍ତ୍ତମାନ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି| ଅନ୍ୟପକ୍ଷରେ ଟୋୟମ୍ ହାଇଦରାବାଦ ୪ ଟି ମ୍ୟାଚରୁ ମାତ୍ର ଗୋଟିଏ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛି।ଦଳର ଫର୍ମ ଟୋୟାମ ହାଇଦ୍ରାବାଦ ପାଇଁ ବୋଲିଂ ଏକ ଚିନ୍ତାର ବିଷୟ ହୋଇଥିବାବେଳେ ଅନ୍ୟ ପଟେ କୋଣାର୍କ ସୂର୍ୟାସ ଓଡିଶା ଉଭୟ ବୋଲିଂ ଏବଂ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିଆସୁଛି |କୋଣାର୍କ ସୂର୍ଯ୍ୟାସ ଓଡ଼ିଶାଇରଫାନ ପଠାନ (ଅଧିନାୟକ), ୟୁସୁଫ ପଠାନ, ଶାହାବାଜ

ରବିବାର ଇଣ୍ଡିଆ କ୍ୟାପିଟାଲ୍ସକୁ ଭେଟିବ କୋଣାର୍କ ସୂର୍ଯ୍ୟାସ ଓଡିଶା

ଜମ୍ମୁ: ଇଣ୍ଡିଆ କ୍ୟାପିଟାଲ୍ସ ବିପକ୍ଷରେ ବିଜୟ ହାସଲ କରିବା ପରେ ଏବେ କୋଣାର୍କ ସୂର୍ଯ୍ୟାସ ଓଡିଶା ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ୨୦୨୪ରେ ନିଜର ପରବର୍ତ୍ତୀ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ | ସେପ୍ଟେମ୍ବର ୬ ତାରିଖ ରବିବାର  ଜମ୍ମୁର ମୋଲାନା ଆଜାଦ ଷ୍ଟାଡିୟମରେ ଟୋୟାମ ହାଇଦ୍ରାବାଦକୁ ଭେଟିବାକୁ ଯାଉଛି କେଏସଓ| 

ଶୁକ୍ରବାର ମୋଲାନା ଆଜାଦ ଷ୍ଟାଡିୟମରେ କେଏସଓ ଦଳ ଇଣ୍ଡିଆ କ୍ୟାପିଟାଲ୍ସକୁ ୫ ରନରେ ପରାସ୍ତ କରିଛି । ପ୍ରଥମ ଇନିଂସରେ କେଭିନ ଓ’ବ୍ରାଇନ୍‌ଙ୍କ ବ୍ୟାଟିଂ ସହାୟତାରେ କୋଣାର୍କ ସୂର୍ଯ୍ୟାସ ଓଡିଶା ବିପକ୍ଷ ଦଳକୁ ୧୨୮ ରନର ଟାର୍ଗେଟ୍ ଦେଇଥିଲା । ଇଣ୍ଡିଆ କ୍ୟାପିଟାଲ୍ସ ୨୦ ଓଭରରେ ୭ ଓ୍ଵିକେଟ୍ ହରାଇ ୧୨୨ ରନ ସ୍କୋର୍ କରିବାରେ ସକ୍ଷମ ହୋଇପାରିଥିଲା, ଯାହା ଦ୍ୱାରା କେଏସଓ ଲିଗ୍‌ରେ ନିଜର ଦ୍ୱିତୀୟ ବିଜୟ ହାସଲ କରିଛି |

ପଏଣ୍ଟ୍ ଟେବୁଲ 

ଦୁଇଟି ବିଜୟ ସହିତ ୫ ଟି ମ୍ୟାଚରୁ ୬ ପଏଣ୍ଟ ପାଇ କୋଣାର୍କ ସୂର୍ଯ୍ୟ ଓଡିଶା ବର୍ତ୍ତମାନ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି| ଅନ୍ୟପକ୍ଷରେ ଟୋୟମ୍ ହାଇଦରାବାଦ ୪ ଟି ମ୍ୟାଚରୁ ମାତ୍ର ଗୋଟିଏ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛି।

ଦଳର ଫର୍ମ 

ଟୋୟାମ ହାଇଦ୍ରାବାଦ ପାଇଁ ବୋଲିଂ ଏକ ଚିନ୍ତାର ବିଷୟ ହୋଇଥିବାବେଳେ ଅନ୍ୟ ପଟେ କୋଣାର୍କ ସୂର୍ୟାସ ଓଡିଶା ଉଭୟ ବୋଲିଂ ଏବଂ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିଆସୁଛି |

କୋଣାର୍କ ସୂର୍ଯ୍ୟାସ ଓଡ଼ିଶା

ଇରଫାନ ପଠାନ (ଅଧିନାୟକ), ୟୁସୁଫ ପଠାନ, ଶାହାବାଜ ନଦିମ, ବିନୟ କୁମାର, ଫିଡେଲ ଏଡୱାର୍ଡସ, କେଭିନ ଓ’ବ୍ରାଇନ୍, ପ୍ରବୀଣ ତାମ୍ବେ, ବେନ୍ ଲାଫଲିନ୍, ଅମ୍ବାତି ରାୟୁଡୁ, ନାଭିନ୍ ଷ୍ଟୁଆର୍ଟ, ରସ ଟେଲର, ରିଚାର୍ଡ ଲେଭି, ଦିଲଶାନ ମୁନାୱେରା, କେପି ଆପାନ୍ନା, ଦିୱେଶ ପଠାନିଆ, ରାଜେଶ ବିଷ୍ଣୁ, ନଟରାଜ ବେହେରା |

ଟୋୟମ୍ ହାଇଦ୍ରାବାଦ

ସୁରେଶ ରାଇନା (ଅଧିନାୟକ), ପିଟର ଟ୍ରେଗୋ, ଇସୁରୁ ଉଦାନା, ଷ୍ଟୁଆର୍ଟ ବିନି, ଗୁରୁକିରତ ସିଂ ମନ୍, ସୁଦୀପ ଟାଗି, ମଣ୍ଟି ପାନେସର, ଶିବକାନ୍ତ ଶୁକ୍ଲା, ଶାଦାବ ଜାକାତି, ରିକାର୍ଡୋ ପାଓ୍,  ଆବିଦ୍ ନାବି, ଚାଡୱିଚ୍ ୱାଲଟନ୍, ରିକ୍ କ୍ଲାର୍କ, ଜାସ୍କରନ୍ ମଲହୋତ୍ରା, ଜର୍ଜ ୱାର୍କର୍, ଜର୍ଜ ୱାର୍କର୍ ନାଗର, ସାମିହୁଲ୍ଲା ସିନ୍ୱାରୀ, ନୁୱାନ୍ ପ୍ରଦୀପ, ବିପୁଲ ଶର୍ମା |