ସର୍ବଦଳୀୟ ବୈଠକରେ କଂଗ୍ରେସ ସମେତ ବିରୋଧୀ ଦଳ ଉଠାଇଲେ NEET ପ୍ରସଙ୍ଗ, ମାଗିଲେ ଉପବାଚସ୍ପତି ପଦ

ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନ ଆରମ୍ଭର ଠିକ ଦିନକ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କଂଗ୍ରେସ ବିରୋଧୀ ଦଳ ନିମନ୍ତେ ଲୋକସଭା ଉପବାଚସ୍ପତି ପଦବୀ ଦାବି କରିଥିବା ବେଳେ ପ୍ରତିଷ୍ଠିତ ନିଟ୍ ସହିତ ପେପର ଲିକ୍ ସମ୍ପର୍କିତ ଅନ୍ୟ ପ୍ରସଙ୍ଗ ମଧ୍ୟ ଉଠାଇଛି। ଏହି ବୈଠକରେ କଂଗ୍ରେସ ଉତ୍ତରପ୍ରଦେଶ ସରକାରଙ୍କ ଦ୍ୱାରା କାଉଡି ଯାତ୍ରା ମାର୍ଗରେ ଭୋଜନାଳୟ ଓ ଅନ୍ୟ ଦୋକାନ ନିମନ୍ତେ ନେମ ପ୍ଲେଟ୍ ଆଦେଶର ପ୍ରସଙ୍ଗ ମଧ୍ୟ ଉଠାଇଛି। ଏଥିରୁ ଆରମ୍ଭ ହେବାକୁ ଯାଉଥିବା ସଂସଦର ମୌସୁମୀ ଅଧିବେଶନ ବେଶ ହଙ୍ଗମାଦାର ହେବ ବୋଲି ବିରୋଧୀଙ୍କ ପକ୍ଷରୁ ଶାସକ ଦଳଙ୍କୁ ସଂକେତ ଦେଇ ଦିଆଯାଇଛି। ତେବେ କେବଳ ବିରୋଧୀ ନୁହନ୍ତି ସରକାରଙ୍କ ସହଯୋଗୀ ଦଳମାନେ ମଧ୍ୟ ସର୍ବଦଳୀୟ ବୈଠକରେ ନିଜନିଜ ଦାବି ଉଠାଇଛନ୍ତି। ସରକାରଙ୍କ ସହଯୋଗୀ ଓ ଗୁରୁତ୍ୱପୂର୍ଣ୍ଣ ଅବସରରେ ସରକାରଙ୍କ ସାଥ ଦେଉଥିବା ଦଳମାନେ ନିଜନିଜ ରାଜ୍ୟର ସ୍ୱତନ୍ତ୍ର ପାହ୍ୟା ଦାବି ଉଠାଇ କେନ୍ଦ୍ରକୁ ନିଜ ପ୍ରାଥମିକତା ସମ୍ପର୍କରେ ଅବଗତ କରାଇଛନ୍ତି। ସଂସଦ ଅଧିବେଶନ ପୂର୍ବରୁ ହେଉଥିବା ଏହି ପାରମ୍ପରିକ ବୈଠକକୁ ସରକାର କେତେକ ଛୋଟ ଦଳଙ୍କୁ ମଧ୍ୟ ନିମନ୍ତ୍ରିତ କରିଥିଲେ ଓ ସବୁ ପ୍ରସଙ୍ଗରେ ଆଲୋଚନା ନିମନ୍ତେ ନିଜର ଇଛା ପ୍ରକଟ କରିଛନ୍ତି। ତେବେ ସାଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜଜୁ ଏହା ନିୟମ ଅନୁସାରେ ହେବା ଦରକାର ବୋଲି ମଧ୍ୟ ଚେତାଇ ଦେଇଛନ୍ତି। ସଂସ

ସର୍ବଦଳୀୟ ବୈଠକରେ କଂଗ୍ରେସ ସମେତ ବିରୋଧୀ ଦଳ ଉଠାଇଲେ NEET ପ୍ରସଙ୍ଗ, ମାଗିଲେ ଉପବାଚସ୍ପତି ପଦ

ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନ ଆରମ୍ଭର ଠିକ ଦିନକ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କଂଗ୍ରେସ ବିରୋଧୀ ଦଳ ନିମନ୍ତେ ଲୋକସଭା ଉପବାଚସ୍ପତି ପଦବୀ ଦାବି କରିଥିବା ବେଳେ ପ୍ରତିଷ୍ଠିତ ନିଟ୍ ସହିତ ପେପର ଲିକ୍ ସମ୍ପର୍କିତ ଅନ୍ୟ ପ୍ରସଙ୍ଗ ମଧ୍ୟ ଉଠାଇଛି। ଏହି ବୈଠକରେ କଂଗ୍ରେସ ଉତ୍ତରପ୍ରଦେଶ ସରକାରଙ୍କ ଦ୍ୱାରା କାଉଡି ଯାତ୍ରା ମାର୍ଗରେ ଭୋଜନାଳୟ ଓ ଅନ୍ୟ ଦୋକାନ ନିମନ୍ତେ ନେମ ପ୍ଲେଟ୍ ଆଦେଶର ପ୍ରସଙ୍ଗ ମଧ୍ୟ ଉଠାଇଛି। 

ଏଥିରୁ ଆରମ୍ଭ ହେବାକୁ ଯାଉଥିବା ସଂସଦର ମୌସୁମୀ ଅଧିବେଶନ ବେଶ ହଙ୍ଗମାଦାର ହେବ ବୋଲି ବିରୋଧୀଙ୍କ ପକ୍ଷରୁ ଶାସକ ଦଳଙ୍କୁ ସଂକେତ ଦେଇ ଦିଆଯାଇଛି। ତେବେ କେବଳ ବିରୋଧୀ ନୁହନ୍ତି ସରକାରଙ୍କ ସହଯୋଗୀ ଦଳମାନେ ମଧ୍ୟ ସର୍ବଦଳୀୟ ବୈଠକରେ ନିଜନିଜ ଦାବି ଉଠାଇଛନ୍ତି। ସରକାରଙ୍କ ସହଯୋଗୀ ଓ ଗୁରୁତ୍ୱପୂର୍ଣ୍ଣ ଅବସରରେ ସରକାରଙ୍କ ସାଥ ଦେଉଥିବା ଦଳମାନେ ନିଜନିଜ ରାଜ୍ୟର ସ୍ୱତନ୍ତ୍ର ପାହ୍ୟା ଦାବି ଉଠାଇ କେନ୍ଦ୍ରକୁ ନିଜ ପ୍ରାଥମିକତା ସମ୍ପର୍କରେ ଅବଗତ କରାଇଛନ୍ତି। 

ସଂସଦ ଅଧିବେଶନ ପୂର୍ବରୁ ହେଉଥିବା ଏହି ପାରମ୍ପରିକ ବୈଠକକୁ ସରକାର କେତେକ ଛୋଟ ଦଳଙ୍କୁ ମଧ୍ୟ ନିମନ୍ତ୍ରିତ କରିଥିଲେ ଓ ସବୁ ପ୍ରସଙ୍ଗରେ ଆଲୋଚନା ନିମନ୍ତେ ନିଜର ଇଛା ପ୍ରକଟ କରିଛନ୍ତି। ତେବେ ସାଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜଜୁ ଏହା ନିୟମ ଅନୁସାରେ ହେବା ଦରକାର ବୋଲି ମଧ୍ୟ ଚେତାଇ ଦେଇଛନ୍ତି। ସଂସଦକୁ ସୁଚାରୁ ରୂପେ ଚଳାଇବାକୁ ସବୁଦଳଙ୍କଠାରୁ ସହଯୋଗ କାମନା କରି କହିଛନ୍ତି ଯେ ଏହା ଏକ ସାମୂହିକ ଦାୟିତ୍ୱ। 

ବିଜେପି ସହଯୋଗୀ ଜନତା ଦଳ(ୟୁ), ବିଜୁ ଜନତା ଦଳ ଏବଂ ୱାଇଏସଆର କଂଗ୍ରେସ ପାର୍ଟିର ପ୍ରତିନିଧିଙ୍କ ସମେତ ୪୪ ଦଳ ସହିତ ହୋଇଥିବା ଏହି ବୈଠକରେ ବିହାର, ଓଡିଶା ଓ ଆନ୍ଧ୍ରପ୍ରଦେଶ ନିମନ୍ତେ ବିଶେଷ ରାଜ୍ୟର ମାନ୍ୟତା ଦାବି କରାଯାଇଛି। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆରଜେଡି ବିହାର ଲାଗି ବିଶେଷ ରାଜ୍ୟର ମାନ୍ୟତା ଦୋହରାଇଛି। ଏହି ଅବସରରେ କଂଗ୍ରେସ ନେତା କେ. ସୁରେଶ କହିଥିଲେ ଯେ ପରମ୍ପରା ଅନୁସାରେ ଲୋକସଭା ଉପ ବାଚସ୍ପତି ପଦ ମାଗିବା ପାଇଁ ଇଣ୍ଡିଆ ମେଣ୍ଟର ଅନ୍ୟ ସଦସ୍ୟଙ୍କ ସମେତ ତାଙ୍କ ପାର୍ଟି ମଧ୍ୟ ସାମିଲ।