ସର୍ବଭାରତୀୟ ପୁଲିସ ହକି ଚମ୍ପିଆନସିପ୍
କଟକ : ଓଡ଼ିଶା ପୁଲିସ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡ଼ିୟମ ହକି କମ୍ଲେକ୍ସରେ ଚାଲିଥିବା ଚାଲିଥିବା ୭୩ତମ ସର୍ବଭାରତୀୟ ପୁଲିସ ହକି ଚମ୍ପିଅନସିପ୍ – ୨୦୨୫ର କ୍ବାର୍ଟର ଫାଇନାଲ ଶେଷ ହୋଇଛି। ରବିବାର ପୁରୁଷ ବିଭାଗ ପ୍ରଥମ କ୍ବାର୍ଟର ଫାଇନାଲରେ ପଞ୍ଜାବ ପୁଲିସ ୬-୦ ଗୋଲରେ କର୍ଣ୍ଣାଟକ ପୁଲିସକୁ, ଦ୍ବିତୀୟ କ୍ବାର୍ଟର ଫାଇନାଲରେ ବିଏସଏଫ୍ ୪-୩ ଗୋଲରେ ଉତ୍ତରପ୍ରଦେଶ ପୁଲିସକୁ, ତୃତୀୟ କ୍ବାର୍ଟର ଫାଇନାଲରେ ସିଆରପିଏଫ ୫-୧ ଗୋଲରେ ମଣିପୁର ପୋଲିସକୁ ଓ ଚତୁର୍ଥ କ୍ବାର୍ଟର ଫାଇନାଲରେ ଆଇଟିବିପି […]

କଟକ : ଓଡ଼ିଶା ପୁଲିସ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡ଼ିୟମ ହକି କମ୍ଲେକ୍ସରେ ଚାଲିଥିବା ଚାଲିଥିବା ୭୩ତମ ସର୍ବଭାରତୀୟ ପୁଲିସ ହକି ଚମ୍ପିଅନସିପ୍ – ୨୦୨୫ର କ୍ବାର୍ଟର ଫାଇନାଲ ଶେଷ ହୋଇଛି। ରବିବାର ପୁରୁଷ ବିଭାଗ ପ୍ରଥମ କ୍ବାର୍ଟର ଫାଇନାଲରେ ପଞ୍ଜାବ ପୁଲିସ ୬-୦ ଗୋଲରେ କର୍ଣ୍ଣାଟକ ପୁଲିସକୁ, ଦ୍ବିତୀୟ କ୍ବାର୍ଟର ଫାଇନାଲରେ ବିଏସଏଫ୍ ୪-୩ ଗୋଲରେ ଉତ୍ତରପ୍ରଦେଶ ପୁଲିସକୁ, ତୃତୀୟ କ୍ବାର୍ଟର ଫାଇନାଲରେ ସିଆରପିଏଫ ୫-୧ ଗୋଲରେ ମଣିପୁର ପୋଲିସକୁ ଓ ଚତୁର୍ଥ କ୍ବାର୍ଟର ଫାଇନାଲରେ ଆଇଟିବିପି ୩-୨ ଗୋଲରେ ସିଆଇଏସଏଫ ପୋଲିସ ଦଳକୁ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିଛି। ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏଚଆରପିସି) ୟତୀନ୍ଦ୍ର କୋୟଲ, ଆଇଜିପି (ଗୁଇନ୍ଦା) ଜୟ ନାରାୟଣ ପଙ୍କଜ, ଆଇଜିପି (କ୍ରାଇମବ୍ରାଞ୍ଚ) ଡା. ସାର୍ଥକ ଷଡ଼ଙ୍ଗୀ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।