ସର୍ବେସର୍ବା ସେନା

ପାକିସ୍ତାନର ନବ ନିଯୁକ୍ତ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ଶପଥ ନେବା ପୂର୍ବରୁ ପାର୍ଲାମେଣ୍ଟରେ ତାଙ୍କ ପ୍ରଥମ ଭାଷଣରେ କଶ୍ମୀର ପ୍ରସଙ୍ଗ ଉତ୍‌ଥାପନ କରିଥିଲେ। ଉଭୟ କଶ୍ମୀର ଓ ପାଲେଷ୍ଟିନୀୟଙ୍କ ସ୍ବାଧୀନତା ପାଇଁ ନ୍ୟାଶନାଲ ଆସେମ୍ବ୍ଲିରେ ଏକ ସଙ୍କଳ୍ପନାମା ପାରିତ କରିବା ସକାଶେ ପାକିସ୍ତାନୀ ପାର୍ଲାମେଣ୍ଟର ସମସ୍ତ ସଦସ୍ୟ ଏକାଠି ହେବାକୁ ଶରିଫ ଆହ୍ବାନ ଦେଇଥିଲେ। ଆରମ୍ଭରୁ କଶ୍ମୀର ପ୍ରସଙ୍ଗ ଉତ୍‌ଥାପନ କରି ଶେହବାଜ ନୂତନ ଦିଗ୍‌ଦର୍ଶନ କରିଛନ୍ତି। ନିକଟ ଅତୀତରେ ମନେହେଉଥିଲା ଯେପରି ପାକିସ୍ତାନର ରାଜନେତାମାନେ ସେହି […] The post ସର୍ବେସର୍ବା ସେନା appeared first on Dharitri Odia News.

ସର୍ବେସର୍ବା ସେନା

ପାକିସ୍ତାନର ନବ ନିଯୁକ୍ତ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ଶପଥ ନେବା ପୂର୍ବରୁ ପାର୍ଲାମେଣ୍ଟରେ ତାଙ୍କ ପ୍ରଥମ ଭାଷଣରେ କଶ୍ମୀର ପ୍ରସଙ୍ଗ ଉତ୍‌ଥାପନ କରିଥିଲେ। ଉଭୟ କଶ୍ମୀର ଓ ପାଲେଷ୍ଟିନୀୟଙ୍କ ସ୍ବାଧୀନତା ପାଇଁ ନ୍ୟାଶନାଲ ଆସେମ୍ବ୍ଲିରେ ଏକ ସଙ୍କଳ୍ପନାମା ପାରିତ କରିବା ସକାଶେ ପାକିସ୍ତାନୀ ପାର୍ଲାମେଣ୍ଟର ସମସ୍ତ ସଦସ୍ୟ ଏକାଠି ହେବାକୁ ଶରିଫ ଆହ୍ବାନ ଦେଇଥିଲେ। ଆରମ୍ଭରୁ କଶ୍ମୀର ପ୍ରସଙ୍ଗ ଉତ୍‌ଥାପନ କରି ଶେହବାଜ ନୂତନ ଦିଗ୍‌ଦର୍ଶନ କରିଛନ୍ତି। ନିକଟ ଅତୀତରେ ମନେହେଉଥିଲା ଯେପରି ପାକିସ୍ତାନର ରାଜନେତାମାନେ ସେହି ଦେଶର ସେନାର ଚିନ୍ତାଧାରାଠାରୁ ଦୂରେଇ ଯିବା ପାଇଁ ପ୍ରୟାସ କରୁଥିଲେ। ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ଅର୍ଥନୈତିକ ଉନ୍ନତି ଦିଗକୁ ଅଧିକ ଗୁରୁତ୍ୱ ଦେଇଥିବାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଲୋକପ୍ରିୟତା ହାସଲ କରିପାରିଥିଲେ ବୋଲି ଗତ ନିର୍ବାଚନ ଫଳାଫଳରୁ ପ୍ରମାଣ ମିଳିଛି। ସେହି ନିର୍ବାଚନରେ ଅନେକ କାରସାଦି କରାଯାଇ ଇମ୍ରାନଙ୍କ ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ୍‌ (ପିଟିଆଇ) ଦଳକୁ ହରାଇ ଦିଆଯାଇଥିଲା। ପାକିସ୍ତାନର ନିର୍ବାଚନ କମିଶନ ଏଭଳି ପରିସ୍ଥିତି ସୃଷ୍ଟି କରିଥିଲା; ଯାହାଫଳରେ ଇମ୍ରାନଙ୍କ କୌଣସି ଜଣେ ପ୍ରାର୍ଥୀ ଦଳୀୟ ଚିହ୍ନରେ ଲଢ଼ିବାକୁ ସୁଯୋଗ ପାଇ ନ ଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ି ଜିତିବା ଫଳରେ ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ ଦଳ ସବୁଠାରୁ ଅଧିକ ସଂଖ୍ୟକ ସାଂସଦ ପାଇପାରିଛି। କିନ୍ତୁ ସେନାର ଉଦ୍ଦେଶ୍ୟ ଭିନ୍ନ ଥିବାରୁ ଇମ୍ରାନଙ୍କ ଦଳ ପିଟିଆଇ ବିରୋଧୀ ଭୂମିକା ଗ୍ରହଣ କରିବାକୁ ବାଧ୍ୟ ହୋଇଛି। ନିର୍ବାଚନ ପରେ ପାକିସ୍ତାନର କେତେକ ଉଚ୍ଚପଦସ୍ଥ ଅଫିସର ନିଜର ଅଗଣତାନ୍ତ୍ରିକ କାର୍ଯ୍ୟକୁ ପଦାରେ ପକାଇ ସମଗ୍ର ଦେଶ ଆଗରେ ସୋସିଆଲ ମିଡିଆ ମାଧ୍ୟମରେ କ୍ଷମା ପ୍ରାର୍ଥନା କରିଛନ୍ତି। ତନ୍ମଧ୍ୟରୁ ଜଣେ ଖୋଲାଖୋଲି ଘୋଷଣା କରିଥିଲେ କିପରି ତାଙ୍କ ଚାପରେ ଅନେକ ଇଲେକ୍‌ସନ ଅଫିସର ହାରିଯାଇଥିବା ପ୍ରାର୍ଥୀଙ୍କୁ ଜିତାଇବାରେ ସାହାଯ୍ୟ କରିଥିଲେ। ତାଙ୍କର ସେହି ବକ୍ତବ୍ୟ ଦେଶ ବିଦେଶରେ ଚର୍ଚ୍ଚିତ ହୋଇଥିଲା। ସେଥିରୁ ପ୍ରମାଣ ମିଳିଥିଲା ଯେ, ପାକିସ୍ତାନରେ ସେନାର ଇଚ୍ଛାବିରୋଧୀ କୌଣସି କାର୍ଯ୍ୟ କରିବା ସମ୍ଭବପର ନୁହେଁ। ଆଜିର ପରିସ୍ଥିତିରେ ସମ୍ଭବତଃ ଇମ୍ରାନ ଖାନ୍‌ଙ୍କ ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ ଦଳ ଏକମାତ୍ର ସେନାବିରୋଧୀ ଏବଂ ଜନତା ସପକ୍ଷବାଦୀ ବୋଲି କହିହେବ। ହୁଏତ ସେଥିପାଇଁ ଦକ୍ଷିଣ ଏସିଆର ଅନ୍ୟ କେତୋଟି ଦେଶର ନେତାଙ୍କ ଭଳି ଇମ୍ରାନଙ୍କୁ ମଧ୍ୟ କାରାଗାର ଭୋଗିବାକୁ ପଡ଼ୁଛି।
ଏହି ପ୍ରଚ୍ଛଦପଟରେ ଦେଖିଲେ, ଶେହବାଜଙ୍କ ପ୍ରଥମ ଭାଷଣରେ କଶ୍ମୀର ଉଲ୍ଲେଖ କରିବା କୌଣସି ଭାବେ ଆଶ୍ଚର୍ଯ୍ୟକର ବିଷୟ ନୁହେଁ। ପାକିସ୍ତାନର ସେନା ବଞ୍ଚିରହି ତାହାର ସବୁ ସୁବିଧା ସୁଯୋଗ ସୁରକ୍ଷିତ ରଖିବାକୁ ହେଲେ କଶ୍ମୀରକୁ ସଦାସର୍ବଦା ଏକ ଜ୍ୱଳନ୍ତ ପରିସ୍ଥିତିରେ ରଖିବାକୁ ହେବ। ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଶରିଫ ସେହି କାର୍ଯ୍ୟ ସଚ୍ଚୋଟ ଭାବେ କରିଛନ୍ତି। ସେଥିପାଇଁ ତାଙ୍କୁ ସେନାର ସହଯୋଗ ମିଳିବ ବୋଲି ବିଶ୍ୱାସ କରିହେଉଛି।

ପାକିସ୍ତାନର ସେନା ବଞ୍ଚିରହି ତାହାର ସବୁ ସୁବିଧା ସୁଯୋଗ ସୁରକ୍ଷିତ ରଖିବାକୁ ହେଲେ କଶ୍ମୀରକୁ ସଦାସର୍ବଦା ଏକ ଜ୍ୱଳନ୍ତ ପରିସ୍ଥିତିରେ ରଖିବାକୁ ହେବ। ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଶରିଫ ସେହି କାର୍ଯ୍ୟ ସଚ୍ଚୋଟ ଭାବେ କରିଛନ୍ତି। ସେଥିପାଇଁ ତାଙ୍କୁ ସେନାର ସହଯୋଗ ମିଳିବ ବୋଲି ବିଶ୍ୱାସ କରିହେଉଛି।

The post ସର୍ବେସର୍ବା ସେନା appeared first on Dharitri Odia News.